STORYMIRROR

Maitreyee Kamila

Others

2  

Maitreyee Kamila

Others

ଗାଳି

ଗାଳି

1 min
128


ଅଧ୍ ରାତିରେ ଗାଡ଼ି ବର୍ଷାକୁ ଖାତିର ନକରି ସିଧା ହସ୍ପିଟାଲ୍ ଆଡକୁ ଗତି କରୁଥିଲା। ଭିତରେ ବସିଥିଲେ ବାପା ଆଉ ବଡ ଭଉଣୀ ସୋନୁ ଦି।

ରିତିକ୍ ଗାଡ଼ି ଚଲେଇ ବରାବର ଡାକ୍ତରଖାନା ଗେଟ୍ ସାମ୍ନାରେ ରଖିଲା। ତରବର ହୋଇ ବାପାଙ୍କୁ ନେଇ ଡାକ୍ତରଙ୍କୁ ଦେଖେଇବାକୁ ଦୌଡୁ ଥିଲା। ଅଧ ଘଣ୍ଟା ଭିତରେ ଜଣା ପଡ଼ିଲା ଅପରେସନ ହେବା ଜରୁରୀ।

ସକାଳୁ ଘରକୁ ଫେରି ଶୁଣିଲା ମାଆ ଫୋନ୍ ରେ କହୁଥିଲେ ରିତିକ୍ ଗାଡ଼ି ଚଲେଇ ନେଇ ଯାଇଥିଲା ରାତି ଅଧ ରେ। ମାତ୍ର ବର୍ଷେ ପୂର୍ବରୁ କଲେଜ ଏନୁଏଲ୍ ଫଂକ୍ସନ୍ ରେ ଗାଡ଼ି ନେଇଯାଇ ଥିଲା ବୋଲି ବାପା ମାଆ ଦିଦି ଠୁ ତିନି ଦିନ ଧରି ଗାଳି ଶୁଣିଥିଲା। ଆଜି ମଧ୍ୟ  ଛାତି ଭିତରେ ସେ ଶବ୍ଦ ସବୁ କୋହରି ଉଠୁଥିଲା।



Rate this content
Log in