STORYMIRROR

Sunanda Mohanty

Others

3  

Sunanda Mohanty

Others

ଏଲିଅନ

ଏଲିଅନ

2 mins
361

   ପୃଥିବୀରେ ଜନ୍ମଗ୍ରହଣ କରି ପୃଥିବୀ ଅଚିରେ ଧ୍ୱଂସ ହୋଇଯିବ ବୋଲି କହୁଥିବା ବିସ୍ମୟ ବାଳକ ଦାବି କରେ ସେ ଚନ୍ଦ୍ର ଗ୍ରହରେ ଜନ୍ମ ଗ୍ରହଣ କରିଥିଲା ଆଉ ମୃତ୍ୟୁ ପରେ ଦ୍ୱିତୀୟ ଜନ୍ମ ପାଇ ପୃଥିବୀକୁ ଆସିଛି. ବୈଜ୍ଞାନିକମାନେ ଏ ଯାଏଁ ଚନ୍ଦ୍ରପୃଷ୍ଠରେ ମଣିଷର ଅବସ୍ଥିତି ସମ୍ପର୍କରେ କୌଣସି ସୂଚନା ପାଇନଥିବା ବେଳେ ଏଲିଅନ ଥିବାର ପ୍ରମାଣ ମଧ୍ୟ ସ୍ପଷ୍ଟ ହୋଇନି. ସେମାନଙ୍କୁ କିଏ ଦିଖିଛି କି ନାହିଁ ଆଜି ବି ପ୍ରହେଳିକାମୟ l

   ଏଲିଅନ ଦେଖିବାକୁ କିପରିର ସଠିକ ପ୍ରମାଣପତ୍ର ନଥିବା ବେଳେ କେହି କେହି ବୈଜ୍ଞାନିକ ଏଲିଅନ ଅତି କ୍ଷୁଦ୍ରାଦି ମଣିଷର ରୂପ ପରି ବୋଲି କହିଥାନ୍ତି l

   ଚନ୍ଦ୍ରପୃଷ୍ଠରେ ପ୍ରଥମେ ଜନ୍ମ ଗ୍ରହଣ କରିଥିବା ଦାବି କରୁଥିବା ବାଳକ କଣ ଏଲିଅନ ଥିଲା? ଏହାର ରହସ୍ୟ ଭେଦ କରିବା ଓ ବାଳକଟି କଥାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ତ ବୈଜ୍ଞାନିକମାନେ ଲାଗିପଡିଲେଣି କିନ୍ତୁ ସେଦିନ ରାତି ବାରଟା ପରେ ସୀମା ଯେତେବେଳେ ଦୁଆରେ କେହି ଡାକୁଥିବାର ଶବ୍ଦ ଶୁଣି ଦୁଆର ଖୋଲିଥିଲା, ଡାକ ଛାଡିଥିଲା ଦେଖ ମାଆ ଏଲିଅନ ଏଲିଅନ. ମାଆ ଉଠିପଡ଼ି ସୀମାକୁ ପ୍ରକୃସ୍ଥିତ କରାଇ ସ୍ୱପ୍ନ ଦେଖିଲୁକି ସୀମା, ପଚାରି ବୁଝୁଥିଲେ ହେଲେ କବାଟ ଖୋଲାଥିବାରୁ ସନ୍ଦେହରେ ସୀମାକୁ ଚାହିଁ କବାଟ କିଳି ପୁଣି ଶୋଇବାକୁ ଯାଉଥିଲେ ତ ସୀମା କହୁଥିଲା, ବିଶ୍ୱାସ କର ମାଆ ଏଲିଅନକୁ ମୁଁ ନିଜ ଆଖିରେ ଦେଖିଲି, ମାଆ କହିଲେ ତୁ ଆଉ ଏଲିଅନ କଥା ଏତେ ଭାବିବୁନି ସୀମା, ଯେପର୍ଯ୍ୟନ୍ତ ଏଲିଅନ ଅଛନ୍ତି କି ନାହିଁ ପ୍ରମାଣିତ ନ ହୋଇଛି, କେହି ତୋ କଥା ବିଶ୍ୱାସ କରିବେନି, ଶୋଇପଡ, ସେମାନେ ଅନ୍ୟ ଗ୍ରହର ମଣିଷ ଆମର କିଛି ବି କ୍ଷତି କରିବେନି. ମାଆ କଥା ଶୁଣି ସୀମା ପୁଣି ଆଖି ବନ୍ଦ କଲେ ବି ଏଲିଅନର ଛବି ତା ଆଖି ଆଗରେ ଭାସି ଉଠୁଥିଲା l

   ସକାଳେ ସମ୍ବାଦ ପତ୍ରରେ ବଡ଼ ବଡ଼ ଅକ୍ଷରରେ, ଚନ୍ଦ୍ରପୃଷ୍ଠରୁ ପୃଥିବୀକୁ ଏଲିଅନମାନଙ୍କର ଆଗମନ ଓ ବିସ୍ମୟ ବାଳକ ସହ ଭେଟ ଖବରରେ ସୀମା ଓ ତା ମାଆ ପରସ୍ପର ପରସ୍ପର ମୁହଁକୁ ଚାହୁଁଥିଲେ l



Rate this content
Log in