Akshayakumar Dash

Others

4.3  

Akshayakumar Dash

Others

ଏକୁଟିଆ ଜୀବନ

ଏକୁଟିଆ ଜୀବନ

2 mins
514


ଗାଁ ଠାରୁ କିଛି ଦୂରରେ ମୁଣ୍ଡିଆ ପାହାଡ଼ । ପାହାଡ଼ତଳକୁ ରାସ୍ତା । ପାହାଡ଼ଜାକ କଣ୍ଟାଝଟା ବୁଦା । ପାହାଡ଼କ ଉପରେ ଜଣେ ଲୋକ କେବେଠାରୁ ରହୁଥାଏ । ଛୋଟିଆ ଟୁଙ୍ଗି । ଶୋଇବାକୁ ଲମ୍ବା ପଥର ତ ବସିବାକୁ ଆଉଖଣ୍ଡେ ଛୋଟ ପଥର । ପାଖରେ ଦୁଇଟି ହାଣ୍ଡି,ଗୋଟିକରେ କିଛି ପାଣି ତ ଅନ୍ୟ ହାଣ୍ଡିଟି ଉଗୁଡା ହୋଇ ଥୁଆହୋଇଥାଏ । ରାତିରେ ଅନ୍ଧାରକୁ କଟେଇ ମିଞ୍ଜିମିଞ୍ଜି ହୋଇ ଜଳୁଥାଏ ଡିବିଟେ । ପିଲାମାନେ କୁହନ୍ତି,ପାଗଳଟି ରହୁଛି । ପାହାଡ଼ଉପରକୁ କେହିକେହି ଗଲେ ଡରି ଫେରିଆଶାନ୍ତି ।


ଗାଁର ଲୋକମାନେ ନିଜକାମରେ ଏତେ ବ୍ୟସ୍ତ ରୁହନ୍ତି ଯିବାକୁ ତରମିଳେନି । ପାଗଳ ବାବା ବେଳେବେଳେ ଗାଁକୁ ଆସନ୍ତି । ସପ୍ତାହରେ ଥରେ, ସେଦିନ ଗୁରୁବାର । ଗାଁ ରେ ଘର ଆଗରେ ପାଞ୍ଚମିନିଟ ଠିଆହୋଇ ପଳେଇ ଯାଅନ୍ତି । ଯଦିକିଏ ଦେଖି ଭିକ୍ଷା ଦେଲା ତେବେ ନିଜ ଝୁଲାରେ ପୁରେଇ ଚାଲି ଯାଆନ୍ତି । ଗୁରୁବାର ଦିନ ସ୍ତ୍ରୀଲୋକମାନେ ଚାଉଳ ଦିଅନ୍ତିନି । ମୁଢି ଚୁଡା ବା ପିଠା ଦେଲେ ପାଗଳ ବାବା ନେଇ ସେତକ ଖାଇ ପାଣିପିଅନ୍ତି । ଦିନେ ଦିନେ ଭିକ କିଏ ଦିଆନ୍ତିନାହିଁ ବାବା ବି ସୋଚନା କରନ୍ତିନାହିଁ । ସେଦିନ କେତେକଗଛର ପତ୍ର ଚୋବେଇ ପାଣିପିଇ ରୁହନ୍ତି କେତୋଟି ବର୍ଷ ପରେ ଗାଁଲୋକେ ବାବାଙ୍କ ସହିତ ପରିଚିତ ହେଲେ । କିନ୍ତୁ ବାବାଙ୍କ ସହିତ କଥା ହେବାକୁ ଭୟ କରନ୍ତି, ଅନ୍ୟ କଥାହେଲା ,ବାବାଙ୍କୁ ପଚାରିଲେ ବାବା ଚୁପ ରୁହନ୍ତି ।


ଥରେ କିଛି ପିଲା ସାହସ କରି ପାହାଡ଼ ଉପରକୁ ଯାଇ ବାବାଙ୍କୁ ଭେଟିଲେ ,ବହୁସମୟ ଅପେକ୍ଷା କଲାପରେ ବାବା ପଥର ଉପରେ ବସିଥିଲେମଧ୍ୟ ଆଖି ଖୋଳୁନଥିଲେ । ତେଣୁ ପିଲାମାନେ ଫେରିଆସୁଥିଲେ । ବାବା

ଆଖିଖୋଲି ଦେଖି ପିଲାମାନଙ୍କୁ ଡାକିଲେ । ଜଣେକହିଲା ଆପଣ ଏଳୁଟିଆ କେମିତି ରହୁଛନ୍ତି?ବାବା କହିଲେ ମୁତ' ଏକିଟିଆ ନାହିଁ ମୋପାଖରେ ଆଉଜଣେ ମୋ ସହିତ ଅଛନ୍ତି । ପିଲା ପଚାରିଲେ ସେ କାହାନ୍ତି? ବାବା କହିଲେ ଦିନବଂଧୁ । ପିଲା ମାନେ ପ୍ରଶଂକଲେ କେଉଁଠି ଅଛନ୍ତି । ବାବା ଉତ୍ତର ଦେଲେ ତୁମେ ଖୋଜ ପାଇବ ।

ପିଲାମାନେ ପାହାଡ଼ ସାରା ଦୀନବନ୍ଧୁ କୁଁ ଖୋଜିଖୋଜି ସନ୍ଧ୍ୟା ହେଲା ଘରକୁ ଫେରିଲେ । ମନରେ ଗୋଟିଏ ପ୍ରଶ୍ନ ତେବେ ସେ ଦୀନବନ୍ଧୁ କିଏ ?



Rate this content
Log in