STORYMIRROR

Sunanda Mohanty

Others

3  

Sunanda Mohanty

Others

ଦୂରଦର୍ଶନ

ଦୂରଦର୍ଶନ

1 min
359


  ହାଟ ସହ ଗହଳି ଶବ୍ଦର ସମ୍ପର୍କ ବହୁ ନିବିଡ଼, ହାଟ ଥିଲେ ଗହଳି ନିଶ୍ଚୟ ଅଛି, କିନ୍ତୁ ସବୁ ବିପଣୀର ଚାହିଦା ସମାନ ନୁହେଁ ହାଟରେ ତ ସେହି ପସରା ପାଖେ ଗହଳି କିଛି କମ ବା ବେଶୀ l

   ଷଣ୍ଢ ମାନେ ବାହାରେ ବୁଲି ବୁଲି ଖାଆନ୍ତି, ଲାଗନ୍ତି ଲଢେଇ, ଶୁଅନ୍ତି ଏଠି ସେଠି ଆଉ ଶେଷ ଜୀବନ ଦୁର୍ବିସହ ଯନ୍ତ୍ରଣାରେ କଟାନ୍ତି ଯେହେତୁ ତାଙ୍କର ମୁନିବ ନଥାଏ ଦେଖାଶୁଣା ପାଇଁ ଅର୍ଥାତ ଖାଣ୍ଟି ଅର୍ଥରେ ଷଣ୍ଢ ବିକା କିଣା ହେଉନଥିବା କଥାଟା ସମସ୍ତଙ୍କୁ ଜଣା, କିନ୍ତୁ ଆଜି ହାଟରେ ଷଣ୍ଢଙ୍କ ବିକା କିଣା ଚାଲିଛି ତ ଗହଳି ଜୋର, ସମସ୍ତେ ଉତ୍କଣ୍ଠିତ, ଷଣ୍ଢ ପଶିଲେ ସରକାର ଭତ୍ତା ଦେବେକି? ନଚେତ ଏତେ ଗହଳି କଣ ପାଇଁ? 

   ଦୂରରୁ ସବୁ ଗୁଡେଇ ତୁଡେଇ ପ୍ରଶ୍ନ ଭିତରୁ ଉତ୍ତରଗୁଡାକ ଅଡୁଆ ସୂତା ପରି ଲାଗୁଥିଲା ବୁଝିବାକୁ ତ ମୁଁ ଭାବିଲି ଏଇ ଅଳ୍ପ ଦିନ ତଳେ ଗାଇମାନଙ୍କ ମୂତ୍ରରୁ ସୁନା ମିଳିବା ଖବର ପ୍ରକାଶିତ ହେବା ପରଠୁ ସେମାନଙ୍କ ଯତ୍ନ ଓ ତାଙ୍କ ପ୍ରତି କର୍ତ୍ତବ୍ୟ ଦାୟିତ୍ୱ ବଢିଛି ଉଭୟ ପ୍ରଶାଶନ ଓ ଘରୋଇ ସଂସ୍ଥା, ତଥା ମାଲିକ ବା ଗଉଡ଼ମାନଙ୍କ ଭିତରେ, ତ ଷଣ୍ଢ ମୂତ୍ର ବା ମଳରେ ହୁଏତ... 

  ମୋ ଅନୁମାନ ଠିକ ଥିଲା, ଷଣ୍ଢ ମୂତ୍ରରେ କରୋନା ପ୍ରତିଷେଧକ ଶକ୍ତି ଥିବା ଜଣା ପଡିବା ପରେ, ବୁଲା ଷଣ୍ଢଙ୍କର ଭାଗ୍ୟ ଫିଟି ଗହଳି ମାତ୍ରା ବଢିଛି ହାଟରେ, ଦୂରଦର୍ଶନର ବିଭିନ୍ନ ମିଡ଼ିଆବାଲାଙ୍କ ଭିତରେ ମୁଁ କଣ କରିବି ନକରିବି ଦୌଦୁଲ୍ୟମାନ ଅବସ୍ଥାରେ ଫେରୁଥିଲି ଘରକୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍