STORYMIRROR

Deepak Sarangi

Others

3  

Deepak Sarangi

Others

ଦୁଇଟି ଅଣୁଗଳ୍ପ

ଦୁଇଟି ଅଣୁଗଳ୍ପ

1 min
1.2K


ପରୀକ୍ଷା

ଦୀପକ ଷଡଙ୍ଗୀ

“ଏଥର କପିର ଚାନ୍ସ ନାହିଁ । କପି ଦେଖିଲେ ଖାତା ଛଡେଇ ନେଇ ଏମପି କରିଦିଅ । ଗେଟରେ ଭଲ କି ଚେକିଂ କର” ସ୍କୁଲର ମୁଖ୍ୟ ଫାଟକ ଆଗରେ ଛିଡା ହୋଇ ବଡ ଗମ୍ଭୀର ଭାବରେ ପରୀକ୍ଷା ସୁପରିଟେଣ୍ଡେଟ ପରୀକ୍ଷାର୍ଥୀ ଓ ଅଭିଭାବକ ମାନଙ୍କ ଆଡକୁ ଚାହିଁ କହୁଥାନ୍ତି ।

ସମସ୍ତଙ୍କ ମୁହଁରେ ଗୋଟିଏ କଥା ସୁପରିଟେଣ୍ଡେଟ ଭାରି କଡା ଦେଖିଲା ମାନେ ପରା ଏମପି କରିଦେବେ ।

ପରୀକ୍ଷା ଆରମ୍ଭର କିଛି ସମୟ ପରେ ପୁରା ପଚାଶ ମାର୍କର ମଲ୍ଟିପଲ ଚୟେସର ଉତ୍ତର ଗୁଡା ଡାକି ସାରି ହଲରୁ ବାହାରୁ ବାହାରୁ ସୁପରିଟେଣ୍ଡେଟ ମହାଶୟ ରାଗ ଗରଗର ହେଇ କହୁଥିଲେ ଯେ “ଲାଷ୍ଟ୍ ବେଞ୍ଚ୍ ପିଲା ଦି’ଟା ଙ୍କୁ ଏମପି କରିଦିଅ , ତମେ ମାନେ ଫେଲ୍ ହୁଅ କି ପାସ୍ ହୁଅ ଆମେ କିଆଁ ଏତେ ରିସ୍କ ନବୁ ଯେ...” ।

ପାଏସ୍ ଭୋଜି

ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହୋଇ ଥିବାରୁ ଶେଷ ଦିନ ଏକ ଭୋଜିର ଆୟୋଜନ କଲେ ସୁପରିଟେଣ୍ଡେଟ ମହାଶୟ । ଚିକେନ୍ ହାଡକୁ କାଡୁମାଡୁ କରି ଚୋବାଉ ଚୋବାଉ ଜଣେ ପରୀକ୍ଷକ ସୁପରିଟେଣ୍ଡେଟ ମହଶୟଙ୍କୁ କହିଲେ “ସାର୍ ମଟନ୍ ଟିକେ ହେଇଥିଲେ ଭଲ ହେଇଥାନ୍ତା” ।

ସୁପରିଟେଣ୍ଡେଟ ମହାଶୟ ଚିକେନ୍ ଝୋଳକୁ ହାପୁଡୁ ହାପୁଡୁ କହିଲେ ମୁଁ ତ କହୁଥିଲି ଲାଷ୍ଟ ଅଧଘଣ୍ଟାରେ ଲଙ୍ଗ୍ କୋଶ୍ହିନ ଦି’ଟା ଡାକି ଦିଅ ବୋଲି କେହି ତ ଶୁଣିଲନି । ସେତିକି ଯଦି ତମେ ମାନେ କରିଥା’ନ୍ତ ତେବେ ଆଜି ମଟନ କଣ ତା ସହ ପାଏସ୍ ବି ହୋଇଥାନ୍ତା ।

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


Rate this content
Log in