STORYMIRROR

Akshayakumar Dash

Others

2  

Akshayakumar Dash

Others

ଦୃଘଟଣା

ଦୃଘଟଣା

1 min
131

ବ୍ରତଘର ଭୋଜି ଖାଇ ଫେରୁଥିଲି।ରାତ୍ରୀ ପ୍ରାୟ ୯ଟା।ଜାତୀୟ ରାଜପଥରେ।ମୋ ସହିତ ମୋର ପତ୍ନୀ ଥିଲେ।ମୋର ଭେସ୍ପା ଷ୍ଟାର ସ୍କୁଟର ଧରି ଦୁହେଁ ଫେରୁଥିଲୁ। ଗୋକରନେଶ୍ୱର ବ୍ରିଜି ପାରହୋଇ ଜାରକା ଅଭିମୁଖେ ଫେରୁଥିଲୁ।ଠିକ ଭାଲୁଖାଇ ସ୍କୁଲ ପାଖାପାଖି ଗୋଟିଏ ଆନ୍ଦ୍ର ଟ୍ରକ ଉତ୍ତର ଦିଗରୁ ମାନେ ଆମ ପଛଆଡୁ ଦ୍ରୁତ ବେଗରେ ମାଡ଼ିଆସିଲା। ଟ୍ରକ ଆସୁଛି ଜାଣି ମୋର ଗାଡିର ଗତି କମେଇ ସାଇଡ ଦେଲି। ଆମେ ଏତେ ସାଇଡ ଦେଲୁ ଯେ ଦୁଇଟି ଗାଡି ମଧ୍ୟ ଏକାବେଳେ ଯାଇପାରିବ। ହେଲେ ଟ୍ରକ ର ଡ୍ରାଇଭର ଗାଡିକୁ ଆମ ଆଡକୁ ମାଡି ଆସିଲା।ଆହୁରି ସାଇଡ ଦେଇ ଘଣ୍ଟାକୁ ଦଶ କିମ୍ବା ପନ୍ଦର ବେଗରେ ମୋର ସ୍କୁଟର ର ଗତି ଥିଲା। ଏପରି ଅବସ୍ଥାରେ ଟ୍ରକଟି ଘସିହୋଇ ଚାଲିଗଲା।ମୋର ସ୍କୁଟର ତ ଏକ୍ସିଲେଟର ଟ୍ରକରେ ଘସିହୋଇ ଥିଲା। ଫଳରେ ବାଲାନ୍ସହରାଇ ମୋର ପତ୍ନୀ ପଛରେ ବସିଥିଲେ ଗାଡ଼ିରୁ ରାସ୍ତା ଉପରେ ପଡିଗଲେ।ମୁଁ ବି ଆଗକୁ ଯାଇ ଗାଡିସହ ପଡ଼ିଗଲି।


କଷ୍ଟେମସ୍ତେ ଉଠି ପତ୍ନୀଙ୍କ ପାଖକୁ ଦୌଡ଼ିଲି। ତାଙ୍କୁ ରାସ୍ତାରୁ ଉଠାଇ ଆଘାତ ଲାଗିବାକଥା ପଚାରିଲି। ସେ କଷ୍ଟେ ମଷ୍ଟେ ଉଠି ଛୋଟେଇ ଛୋଟେଇ ଚାଲିଲେ।କୌଣସି ମତେ ଦୁହେଁ ଘରେ ପହଁଚିଲୁ। ସକାଳକୁ ପ୍ରବଳ ଯନ୍ତ୍ରଣା ମୋର ପତ୍ନୀଙ୍କର ହେଲା। ଡାକ୍ତରଙ୍କୁ ଦେଖେଇ ଔଷଧ ଖାଇଲେ।ହେଲେ ଆଜିଯାଏ ସେ ଦରଜ ଯାଉନାହିଁ। ସେଦିନ ରାତ୍ରୀର ଆସନ୍ନ ବିପଦ କଥା ମାନେପଡିଲେ ଏବେବି ଶିହରଣ ସୃଷ୍ଟି ହେଉଛି। ନିଜର ସାବଧାନ ତା ପାଇଁ ବଂଚିଗଲୁ ସିନା ହେଲେ ଟ୍ରକ ଡ୍ରାଇଭର ଚଂଚକତା ବା ମଦପିଇ ଗାଡି ଚଲେଇବା ପରି କାର୍ଯ୍ୟ କରି ଅନ୍ୟକୁ ରାସ୍ତାରେ ବିପଦରେ ପକେଇବା ତାଙ୍କର ଦେହସୁହା କାର୍ଯ୍ୟ।ଏଥିପାଇଁ ଯେତେ କଟକଣା ହେଲେ କୌଣସି ସୁଫଳ ମିଳୁନି।ରୋଡ଼ ଦୃଘଟଣା ରେ ପ୍ରତିଦିନ କେତେ ଲୋକ ମରିବାର ସୂଚନା ପ୍ରତିଦିନ ଖବର କାଗଜ ରେ ଦେଖୁଛୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍