STORYMIRROR

Kamal Kumar Dash

Others

5.0  

Kamal Kumar Dash

Others

ଧନିଆଁ ପତ୍ର

ଧନିଆଁ ପତ୍ର

1 min
1.6K


କଇଁ କଇଁ ହୋଇ କାନ୍ଦୁଥିଲା ରିମା ଆଉ ତା’ ପତି ରାକେଶକୁ କହୁଥିଲା ,ଭାଇ ପାଠ ପଢିବା ପାଇଁ ତ ମୋର ଖଡୁ ନେଇ ବିକିଥିଲ ଏବେ ଭଉଣୀ ପାଇଁ ହାର ମାଗୁଛ ?

ଜୀବନରେ ମତେ କିଛି କିଣିତ ଦେଇନ , ହେଲେ ମୋ ବାପା ଦେଇ ଥିବା 'ସବୁ ଟଂକା ସୁନାକୁ ତମ ଘର ପାଇଁ ଉଡେଇ ଚାଲିଛ ତମକୁ କ’ଣ ବା କହିବି ?

ମତେ ତମେ, ତମ ଘର ଲୋକଙ୍କୁ ଖୁସି କରିବା ପାଇଁ ଧନିଆ ପତ୍ର କରିଦେଇଛ, ଟିକିଟିକି କରି କାଟି ମୋଡ଼ି ମାଡି ତମ ଘର ତରକାରୀରେ ପକାଇ ଚାଲିଛ ,ଘର ଲୋକ ଖୁସି ହେଲେ ମୁଁ ତତଲା ଫୁଟନ୍ତା କଡେଇରେ ପଡି ଆଉଟୁପାଉଟୁ ହେଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍