Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Trushna Das

Children Stories Drama Children

5.0  

Trushna Das

Children Stories Drama Children

ଡୋରେମନ୍

ଡୋରେମନ୍

3 mins
428


ଗୋଟିଏ ଦିନ ଡୋରେମନ୍ ଘରେ ଥାଏ। ନବିତା, ସିଜୁକା, ଜିଆନ୍, ସୁନିଅ ଏବଂ ଡେକିସୁଜି ପାର୍କରେ ଖେଳୁ ଥିଲେ। ସେତେବେଳେ ଜିଆନ୍ କହିଲା କିଛି ଦିନ ତଳେ ମୋ ବାପାମାଆ ଆମ ବିଦ୍ୟାଳୟର ପଛ ପଟେ ଥିବା ପାହାଡ଼ରୁ ବାହାରି ଥିବା ନଦୀ କୂଳକୁ ଯାଇଥିଲେ। ସେମାନେ କହୁଥିଲେ ସେଇଟା ବହୁତ ଭଲ ଜାଗା।ଜିଆନ୍ ପରୀକ୍ଷା ଚାଲି ଥବାରୁ ସେ ଯାଇ ପାରି ନ ଥିଲା। ଫଟୋ ଦେଖି ତାକୁ ଯିବା ପାଇଁ ଇଚ୍ଛା ହେଉଛି।


ଏହ ଶୁଣି ତା ସାଙ୍ଗମାନେ କହିଲେ କି ସତରେ ଏତେ ସୁନ୍ଦର ଜାଗା ଅଛି।?


ଜିଆନ୍ କହିଲା ହଁ ଅଛି। 


ତା ସାଙ୍ଗମାନେ କହିଲେ କି ଚାଲ କାଲି ତ ରବିବାର ଆମେମାନେ ସବୁ ପିକନିକ୍ କରି ଆସିବା। 


ରବିବାର ସକାଳୁ ସେମାନେ ତାଙ୍କ ମାଆ ବାପାଙ୍କୁ ପଚାରିକି କିଛି ଖାଦ୍ୟ ଜିନିଷ ନେଇ ପିକନିକ୍ ପାଇଁ ବାହାରିଲେ। ଡୋରେମନର କିଛି କାମ ଥିବାରୁ ସେ ଯାଇ ପାରିଲା ନାହିଁ। 


ସେମାନେ ପିକନିକ ଜାଗରେ ପହଞ୍ଚି ପୁରା ଆଶ୍ଚର୍ଯ୍ୟ.....ବାଃ କି ସୁନ୍ଦର ଜାଗା.... ପୁରା ଖୁସି ହୋଇ ଗଲେ। ସେମାନେ ସେଥି କିଛି ସମୟ ବୁଲି ସାରିଲା ପରେ ଖାଇବାକୁ ବସିଲେ। 


ହଠାତ୍ ନବିତାକୁ ଘାସ ବୁଦା ପଛରେ କେହି ଜଣେ ସେମାନଙ୍କୁ ଲୁଚି ଲୁଚି ଦେଖୁଥିବାର ଦେଖାଗଲା।ନବିତା କହିବାରୁ ସେମାନେ ଦେଖିବାକୁ ଗଲେ। 


ସେଠାରେ ସେମାନେ ଗୋଟିଏ ଅଜୀବ୍ ଜୀବକୁ ଦେଖିଲେ। ଜୀବଟିର ମୁହଁ, ହାତ ପୁରା ସୁନ୍ଦର ଝିଅ ପରି, କିନ୍ତୁ ତାର ଗୋଡ ବତ଼କ ପରି, ଏବଂ ତାର ପିଠିରେ ଡେଣା ଅଛି ଓ ତାର ଗୋଟିଏ ଲାଞ୍ଜ ଅଛି।ସେମାନେ ସବୁ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇ ରହିଗଲେ। 


ସେ ଜୀବଟି ସେମାନଙ୍କ ପାଖକୁ ଆସି ସେମାନଙ୍କ ସହ ଖେଳିବାକୁ ଲାଗିଲା।ସେମାନେ କିଛି ସମୟ ଭିତରେ ତାର ସାଙ୍ଗ ହୋଇଗଲେ।ଖେଳୁ ଖେଳୁ ହଠାତ୍ ସେ ଜୀବଟି ଅଚେତ ହୋଇ ପଡିଗଲା। 


ଠିକ ସେତିକି ସମୟରେ ଡୋରେମନ୍ ତା କାମ ସାରି କି ସେଠାକୁ ଆସିଲା। ସେ ଜୀବଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା। ସେ ସେମାନଙ୍କୁ ପଚାରିଲା ଏଇଟା କଣ, କେଉଁଠୁ ଆସିଲା। 


ନବିତା ଆଉ ତା ସାଙ୍ଗମାନେ ତାକୁ ସବୁ କାହାଣୀ କହିଲେ।ଡୋରେମନ୍ ଶୁଣି କହିଲା ଏଇଟା ଆମ ଗ୍ରହର ଜୀବ ନୁହ ବଧେ। ନବିତା କହିଲା ଡୋରେମନ ତୁମ ଗ୍ରାଜେଟରେ ଦେଖ କି ଏଇଟା କେଉଁ ଗ୍ରହର ଜୀବ।


ଡୋରେମନ୍ ତାର ଟେଲିସ୍କୋପ ଗ୍ରାଜେଟ କାଢି ଦେଖିଲା ଏଇଟା ଅଲଗା ଗ୍ରହର ଜୀବ ଆଉ ସେ ଗ୍ରହରେ ଥିବା ବାୟୁମଣ୍ଡଳରେ ଥିବା ଗୋଟିଏ ଉପାଦାନ ପୃଥିବୀରେ ନାହିଁ। ସେଥିପାଇଁ ସେ ଜୀବଟି ଅଚେତ ହୋଇ ଗଲା। ତାକୁ ଜଳଦି ତା ଗ୍ରହକକୁ ନ ନେଲେ ସେ ମରିଯିବ। 


ତାହା ଶୁଣି ସମସ୍ତେ ଡୋରେମନକୁ କହିଲେ କି ଡୋରେମନ ଜଳଦି ତୁମର ଆଉ ଗୋଟିଏ ଗ୍ରାଜେଟ କାଢି ତାକୁ ଗ୍ରହକୁ ନେଇ ଯିବାର ବ୍ୟବସ୍ଥା କର। ଡୋରେମନ ସାଙ୍ଗେ ସାଙ୍ଗ ତାର ସ୍ପେସ୍ ରକେଟ ଗ୍ରାଜେଟ କାଢିଲା।ତାପରେ ସମସ୍ତେ ସେ ଜୀବଟିକୁ ନେଇ ରକେଟ ଭିତରେ ବସିଲେ ଏବଂ ଡୋରେମନ ରକେଟଟିକୁ ଚଳାଇଲା। କିଛି ସମୟ ପରେ ସେମାନେ ଯାଇ ଜୀବଟିର ଗ୍ରହରେ ପହଞ୍ଚି ଗଲେ। ସେଠାରେ ପହଞ୍ଚିଲା ପରେ ଜୀବଟିର ଚେତା ଫେରିଲା। 


ଚେତା ଆସିବାରୁ ଜୀବଟି ସେମାନଙ୍କୁ ସେ ଜୀବଟି କିଛି କହିବାକୁ ଲାଗିଲା। କିନ୍ତୁ କେହି ବି କିଛି ବୁଝି ପାରିଲେ ନାହିଁ। ଡୋରେମନ ତାର ଗୋଟିଏ ଗ୍ରାଜେଟ କାଢି ସେ ଜୀବଟିର କଥା ବୁଝିଲା ଯେ ସେ ଜୀବଟି ସେ ଗ୍ରହର ରାଜକୁମାରୀ। ରାଜା ଆଉ ରାଣୀକୁ ସେମାନଙ୍କର ଗୋଟିଏ ଶତ୍ରୁ ଛଳ ବନ୍ଦି କରି ନେଇଛି। ସେନାପତି ତାକୁ ସେ ଶତୃ ଠାରୁ ବଞ୍ଚାଇବା ପାଇଁ ସେ ଗ୍ରହରୁ ବାହାରକୁ ପଠାଇ ଦେଇଥିଲା ଏବଂ ପୃଥିବୀରେ ଯାଇ ପହଞ୍ଚିଲା। 


ଡୋରେମନ୍ ବାହାରକୁ ଆନାଇ ଦେଖିଲା ବାହାରେ ଯୁଦ୍ଧ ଚାଳିଛି। ରାଜକୁମାରୀ କାନ୍ଦି କହିଲା ମୋ ବାପାମାଆଙ୍କୁ ବଞ୍ଚାଇ ଦିଅ। 


ଡୋରେମନ୍, ନବିତା ଓ ତା ସାଙ୍ଗମାନେ ରାଜକୁମାରୀକୁ ନେଇ ରାଜ ଦରବାରକୁ ଯାଇ ଦେଖିଲେ ସେନାପତି ରାଜା ରାଣୀଙ୍କୁ ବଞ୍ଚାଇବା ପାଇଁ ଯୁଦ୍ଧ କରୁଛନ୍ତି। କିନ୍ତୁ ତାଙ୍କ ଶତ୍ରୁ ପାଖରେ ସବୁ ନୂଆ ନୂଆ ଅସ୍ତ୍ରଶସ୍ତ୍ର ଥିବାରୁ ସେମାନଙ୍କୁ ହରେଇବା କଷ୍ଟ ହୋଇ ଯାଇଛି। 


ଡୋରେମନ ତାର ଗ୍ରାଜେଟରୁ ବିଭିନ୍ନ ପ୍ରକାରର ଅସ୍ତ୍ର କାଢି ସେନାପତିକୁ ଦେଲା।ସେନାପତି ସେ ଅସ୍ତ୍ର ବ୍ୟବହାର କରି ଯୁଦ୍ଧରେ ଜିତି ରାଜାରାଣୀଙ୍କୁ ମୁକ୍ତି କରାଇଲା ଏବଂ ଶତ୍ରୁକୁ ବନ୍ଦି କଲା। 


ରାଜା ରାଣୀ ଡୋରେମନ ଓ ତା ସାଙ୍ଗମାନଙ୍କୁ ଧନ୍ୟବାଦ ଜଣାଇଲେ। ଠିକ ସେତିକିବେଳେ ଡୋରେମନ ଅଚେତ ହୋଇଗଲା। ରାଜା ସଙ୍ଗେ ସାଙ୍ଗ ବୈଦ ଡାକି ଦେଖାଇ ଜାଣିଲେ ଯେ ଯୁଦ୍ଧରେ ଡୋରେମନ ନିଜର ବହୁତ ଗ୍ରାଜେଟ ବ୍ୟବହାର କରିଥିବାରୁ ତାର ଶକ୍ତି କମି ଯାଇଛି। ଜଲଦି ତାର ଶକ୍ତି ନ ବଢିଲେ ସେ ମରିଯିବ। 

ଏ କଥା ଶୁଣି ନବିତା ଆଉ ତାର ସାଙ୍ଗମାନେ କାନ୍ଦିବାକୁ ଲାଗିଲେ। 


ହଠାତ୍ ସେମାନେ ଦେଖିଲେ କୋଠରୀଟା ପୁରା ଉଜ୍ଜଳ ହୋଇ ଗଲା। ରାଜା ଗୋଟିଏ ଉଜ୍ଜଳମୟ ପଥର ଆଣି ଡୋରେମନ ଚାରି ପଟେ ଘୁରାଇଲେ ଏବଂ ଡୋରେମନର ଧୀରେ ଧୀରେ ଚେତା ଆସିଲା। 


ଡୋରେମନ ଓ ତା ସାଙ୍ଗମାନେ ରାଜାଙ୍କୁ ଧନ୍ୟବାଦ ଜଣାଇଲେ। ରାଜା କହିଲେ ତୁମେମାନେ ଯାହା ଆମ ପାଇଁ କରିଛ ତାହା ତୁଳନାରେ ଏଇଟା କିଛି ନୁହଁ। ଆମେ ତୁମମାନଙ୍କ ପାଖରେ ଚିରୋପକୃତ।


ରାଜା ରାଣୀ ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ଥା କଲେ। ଡୋରେମନ, ନବିତା ଆଉ ତା ସାଙ୍ଗମାନେ ସେ ସବୁ ଖାଇ ଖୁସିରେ ଘରକୁ ଫେରିଲେ।ସେମାନେ କଥା ହେଲେ ଏ ଘଟଣା ସେମାନେ ଜୀବନରେ କେବେ ଭୁଲି ପାରିବେ ନାହିଁ। ସମୟ ପାଇଲେ ସେମାନେ ସେ ଗ୍ରହକୁ ଯାଇ ରାଜା, ରାଣୀ ଆଉ ରାଜକୁମାରୀକୁ ଦେଖା କରି ଆସିବେ।


Rate this content
Log in