shibaram dalai

Children Stories

3  

shibaram dalai

Children Stories

ଚତୁର ରାହୁଲ

ଚତୁର ରାହୁଲ

2 mins
12.2K



  ଶୀତ ସକାଳ,ରାହୁଲ ତା ସାଙ୍ଗ ଗାଁ ଶେଷ ମୁଣ୍ଡ ଆଡ଼କୁ ଯାଉଥାନ୍ତି ।ହଠାତ ରାହୁଲ ର ନଜର ପଡ଼ିଲା ଗୋଟେ ବିରାଡ଼ି ଶାବକ ଯେ କି ଜୀବନ ବିକଳରେ ଗୋଟିଏ ଗଛ ଉପରେ ଚଢ଼ି ବସିଛି ।ସେହି ଗଛ ମୂଳରେ ଡାହାଳ କୁକୁର ତିନିଟା ସେହି ବିରାଡ଼ି ଛୁଆ କୁ ଚାହିଁ ରହିଥିଲେ ।

  ରାହୁଲ ଆଉ ତା ସାଂଗ ବିରାଡ଼ି ଛୁଆ କୁ ବଞ୍ଚାଇବା ସହ ତାକୁ ନିଜ ସାଥିରେ ଘରକୁ ନେଇ ଆସିଲେ । ସେହିଦିନ ଠାରୁ ସେ ରାହୁଲ ଘର ର ସଦସ୍ୟ ତଥା ରାହୁଲ ର ଭଲ ସାଥିଟିଏ ହେଇଗଲା ।ଖାଇଲେ ପିଇଲେ ବସିଲେ ଉଠିଲେ ସବୁବେଳେ ସେ ରାହୁଲ ର ସାଥେ ସାଥେ ରହୁଥିଲା ।ରାହୁଲ ର ପରିବାର ରାହୁଲକୁ ଯେତିକି ଭଲ ପାଉଥିଲେ ସେ ବିରାଡ଼ି ଛୁଆ କୁ ମଧ୍ୟ ସେତିକି ଭଲ ପାଉଥିଲେ ।

   ସମୟ ଅନୁସାରେ ସେ ଏପରି ପୋଷା ମାନିଗଲା ଯେ ରାହୁଲ ଯାହା ଯାହା କହୁଥିଲା ସେ ସେପରି କରୁଥିଲା । ରାହୁଲ ଯେତେ ବଡ଼ ହେବାର ଲାଗିଥାଏ , ତାଙ୍କ ଭିତରେ ନିବିଡ଼ତା ସେତେ ବଢି ଚାଲିଥାଏ । ଦୁହିଁଙ୍କ ସମ୍ପର୍କ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ୱ ଭଳି ।

   ଦିନେ ରାହୁଲ ଜଙ୍ଗଲ କୁ ଶିକାର ରେ ବାହାରିଲା ।ତା ସହିତ ବିରାଡ଼ି ବି ଚାଲିଥାଏ ।ଶିକାର ଖୋଜୁ ଖୋଜୁ ଦୁହେଁ ଜଙ୍ଗଲ ଭିତରେ ଅନେକ ଦୂରକୁ ଚାଲିଗଲେ । ହଠାତ ରାହୁଲ ର ନଜର ପଡ଼ିଲା ଗୋଟେ ଝଙ୍କା ଗଛଟିର ଅଗ୍ରଭାଗରେ ବିରାଟ ବାଦୁଡି ଟିଏ ଲଟକି ରହିଛି ।ରାହୁଲ ଶିକାର ଟିକୁ ଦେଖୁ ଦେଖୁ ଉଭାନ ହେଇଗଲା । ଦୂରରୁ ଭାସିଆସିଲା ଖିଲିଖିଲି ହସ ସାଙ୍ଗକୁ ବିକଟାଳ ରଢ଼ୀ ।

    

   ଦୁହିଁଙ୍କ ସାମ୍ନା ରେ ହଠାତ ଠିଆ ହୋଇଗଲା ଗୋଟେ ବିଶାଳକାୟ ବାଦୁଡି ଭୁତ ।ଦୁହେଁ ଭୟଭୀତ ହେଲେ ।ମନେ ମନେ ବିଚାର କଲେ ଆଜି ଏ ଭୂତ ପାଖରେ ଆମର ମୃତ୍ୟୁ ସୁନିଶ୍ଚିତ । ରାହୁଲ ଭୟରେ କାତର ନ ହୋଇ ଗୋଟେ ବୁଦ୍ଧି ପାଂଚିଲା ।ତେଣେ ବାଦୁଡି ଭୁତ ଦୁହିଁଙ୍କ ମାଂସ ଖାଇବାକୁ ବ୍ୟାକୁଳ ଥାଏ ।ସାହସ କରି ରାହୁଲ ବାଦୁଡି ଭୂତ କୁ କହିବାକୁ ଲାଗିଲା "ତୁମେ ଯଦି ମୋର ଗୋଟେ ପ୍ରସ୍ତାବ ରେ ରାଜି ହେବ ତେବେ ତୁମେ ଆମ ଦୁହିଁଙ୍କୁ ଖାଇ ପାରିବ" ।ବାଦୁଡି ଭୂତ ଗର୍ଜ୍ଜନ କରି କହିଲା ପ୍ରସ୍ତାବ ସେ ପୁଣି କଣ ? ରାହୁଲ କହିଲା ଯଦି ତୁମେ ବାଦୁଡ଼ି ଭୂତ ତେବେ ନିଜ ଆକାର ଛୋଟ କରି ଦେଖାଅ ।ସଙ୍ଗେ ସଙ୍ଗେ ସେ ନିଜର ଆକାର ଛୋଟ କରିଦେଲା । ରାହୁଲ କହିଲା ତଥାପି ମୋର ବିଶ୍ୱାସ ହେଉନାହିଁ । ଯଦି ତୁମେ ମୂଷା ଟିଏ ହେଇଯିବ ତେବେ ମୋର ପୁରା ବିଶ୍ୱାସ ହେଇଯିବ ।ବାଦୁଡି ଭୂତ ତାହାର ରୁପ ବଦଳେଇ ମୂଷା ହେବା କ୍ଷଣି ରାହୁଲ ର ଗୋଟିଏ ସଂକେତ ରେ ବିରାଡ଼ି ମୂଷାଟିକୁ ଗିଳି ଦେଲା ।ବିରାଡ଼ି ପେଟ ଭିତରେ ବିଚରା ବାଦୁଡି ଭୂତ ଛଟପଟ ହେଇ ମରିଗଲା । ରାହୁଲ ର ଚତୁରତା ପାଇଁ ଦୁହେଁ ନୂଆ ଜୀବନ ପାଇଲେ ।    


Rate this content
Log in