Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyaprakash Sethy, M. A(UGC NET)

Others


5.0  

Satyaprakash Sethy, M. A(UGC NET)

Others


ଚନ୍ଦକାରେ ଗୋଟେ ରାତି (ଭାଗ 13)

ଚନ୍ଦକାରେ ଗୋଟେ ରାତି (ଭାଗ 13)

6 mins 393 6 mins 393

ପୂର୍ବ ଉତ୍ତାରୁ.....

ଭାଗ 13. Operation Raid

ଏଥର ଗୋଡ ହାତରେ ଟିକିଏ ପାଣି ପକେଇ ମୁହଁଟାକୁ ଭଲ ଭାବେ ପାଣି ଛାଟି ଧୋଇ ନେଲେ। ଗାମୁଛାଟାରେ ଝାଳ ନାଳ ପୋଛିନେଇ ଫେରି ଆସିଥିଲେ ନିଜ ଟେବୁଲ୍ ପାଖକୁ। ରୁଟି ଗୁଡ଼ାକ ଏକ ରକମର ଗିଳି ପକାଇ ଫୋନ୍ ଲଗାଇଲେ। କାହାର ନିର୍ଦ୍ଦେଶ ମୁତାବକ ସେକଣ୍ଡ ଅଫିସରକୁ କହିଲେ - "ଗାଡି ବାହାର କର, ଫୋର୍ସ ମଗାଅ। ଇମିଡିଏଟ ସମସ୍ତେ ତୟାର୍ ହୋଇଯାଅ।ଆଉ ଅଧିକ ଡେରି କଲେ ଅପରାଧୀ ଖସି ଯାଇପାରେ। ସେଇଟା ଗୋଟେ ବିରାଟ ରାକେଟ ଚଳାଇଛି, ତେଣୁ ଭାରି ଚତୁର ନିଶ୍ଚୟ ହୋଇଥିବ ଓ ଗୁଳି ବି ମଧ୍ଯ ଚଳାଇପାରେ। ଦରକାର ପଡିଲେ ବୁଲେଟ ପ୍ରୁଫ ପିନ୍ଧି ନିଅ।


କମିଶନ ଅଫିସରୁ ଖବର ତ ପାଇ ସାରିବେଣି ସମସ୍ତେ , ତଥାପି କହିଦିଅ ଚାରିଆଡକୁ ଫୋନ୍ କରି ଯେ କମିଶନଙ୍କ ନିର୍ଦ୍ଦେଶ ଅଛି, ଚାରିଆଡ଼େ ପୋଲିସ୍ ମୁତୟନ କରି ରଖନ୍ତୁ ଯେପରି କି ଅପରାଧୀ ଆମ ହାତରୁ ଖସି ଗଲେ ବି ସେ ସ୍ଥାନମାନଙ୍କରେ ଧରା ପଡିଯିବେ। ଭୁବନେଶ୍ବରର ଯେତେ ଥାନା ଅଛି ସେ ସମସ୍ତଙ୍କୁ ଓ ଟ୍ରାଫିକ ହେଡ୍ କ୍ୱାଟରକୁ ମଧ୍ଯ କହିଦିଅ, ଟ୍ରାଫିକ ପୋଷ୍ଟ ଗୁଡିକରେ control ବ୍ୟବସ୍ଥାକୁ ଟିକେ କଡ଼ାକଡ଼ି କରିବେ ଓ ସମସ୍ତଙ୍କ ଗତିବିଧି ଲକ୍ଷ୍ୟ କରି ଖବର ଦେଉଥିବେ। ସବୁ ଛକରେ ପୋଲିସ୍ ମୁତୟନ କରି ଜଗି ରହିବାକୁ ମଧ୍ଯ wireless କରିଦିଅ। ଆମ ଖବରଟା formally ସରବରାହ କରିଦିଅ, କାରଣ ସେଠୁ (Police head quarterରୁ) ତ ମେସେଜ ସେମାନେ already ପାଇସାରିବେଣି।ଏଥର ଅପେକ୍ଷା କେବଳ ଫୋର୍ସକୁ ଓ ଆଉ କିଛି deployed ହୋଇଥିବା ଅଫିସରଙ୍କୁ। ଫୋର୍ସ ଆସିଲା ପରେ ଅଭିଯାନ ଆରମ୍ଭ ହେଲା ।


ଖବର ମୁତାବକ ଜୁଆ ଆଡ୍ଡା, ମଦ ଭାଟି ଓ ବେଶ୍ୟାଳୟ ଉପରେ ଏକା ବେଲକେ ଚଢାଉ ହେଲା।

ଏତେବେଳକୁ ରାତି ବାଜିଲାଣି ବାର ଘଡି। ପୋଲିସ୍ ଫୋର୍ସ ଓ ଅନ୍ୟାନ୍ୟ ସାଥୀସହଯୋଗୀମାନେ ପହଞ୍ଚି ଯାଇଥିବାରୁ ତାଙ୍କ ମନରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଜାଗି ଉଠୁଥିଲା।ଏଭଳି ଏକ ସୁଯୋଗ ଓ ବଡ଼ ସଫଳତାକୁ ସେ ଆଦୌ ହାତଛଡ଼ା କରିବାକୁ ଚାହୁଁନଥିଲେ। କାରଣ ପିଲାଟି ଦିନରୁ detective ଓ horror serial ଦେଖିଦେଖି ସେ ଭାରି adventurous ଥାଆନ୍ତି। ସେଇଥି ପାଇଁ ତ ସେ ଅନ୍ୟ ସମସ୍ତ ଚାକିରୀର ମୋହ ପରିତ୍ୟାଗ କରି ପୋଲିସ୍ ଚାକିରୀକୁ ବରୀ ନେଇଥିଲେ, ନିଜ ଜୀବନର ସର୍ବଶ୍ରେଷ୍ଠ ବ୍ରତ ରୂପେ ଗ୍ରହଣ କରି। କାରଣ ଏଠି ମଲେ ସହିଦ୍, ବଞ୍ଚିଲେ ହିରୋ ଓ ଦେଶର ଲାଡଲା। ପୁଣି ବୀରତା ପାଇଁ ପୁରସ୍କାର ଦେଶର ସର୍ବୋଚ୍ଚ ସମ୍ମାନ ...।


ଯାହାଙ୍କର ପ୍ରସଂଶାରେ ଶତମୁଖ ହୋଇ ଉଠନ୍ତି ପରା ସମଗ୍ର ଜନତା। ସେଇଥିପାଇଁ ସେ ଅନ୍ୟ ଚାକିରୀ ଛାଡ଼ି ଏ ପୋଲିସ ଚାକିରୀକୁ ଆପଣେଇ ନେଇଥିଲେ। କାରଣ ଶୌର୍ଯ୍ୟ, ବୀର୍ଯ୍ୟ ଓ ବୀରତାର ଗାଥା ଗାହେ ଏଇ ଜୀବନ। ତେଣୁ ଆଗରୁ କେତେବାର ସେ ଇଛା କରିଛନ୍ତି- ଏଇମିତି ଗୋଟେ ସୁଯୋଗ ତାଙ୍କୁ ତାଙ୍କ ଚାକିରୀ ଜୀବନ କାଳରେ ଥରେ ମିଳନ୍ତା କି? ସେ ଅପରାଧିଙ୍କୁ ପୂରା ସଫା କରି ଦିଅନ୍ତେ, ନ ହେଲେ ଏନକାଉଣ୍ଟର କରି ଉଡେଇ ଦିଅନ୍ତେ। ଦୁନିଆଟା ଆଜି ଭାରି ଅପରାଧିକ। ଅପରାଧୀ ପ୍ରବଣତା ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ବଢିବାକୁ ଲାଗୁଛି । ଏତେବେଳେ ପୋଲିସ୍ ଆଉ ବସି ରହିଲେ କ'ଣ ଚଳିବ ? ତାକୁ ତେଣୁ କିଛି ଠୋସ୍ କଦମ୍ ଉଠେଇବାକୁ ପଡିବ।ଏମିତି ଭାବିଭାବି ସେ ମନରୁ' ଚଗଲା' ରୂପକ ଭୟଟାକୁ ସେଦିନ ଦୂର କରୁଥିଲେ। ଆହୁରି ଶକ୍ତି ଓ ସାମର୍ଥ୍ୟର ସହ ଆଗାମୀ ସମୟତକ ଲଢିବା ପାଇଁ ମଧ୍ଯ ନିଜକୁ ପ୍ରସ୍ତୁତ କରି ରଖୁଥାନ୍ତି।ସୂଚନା ମୁତାବକ ଗାଡି ଯାଇ ପହଞ୍ଚିଗଲା ଠିକଣା ସ୍ଥାନରେ। ଚନ୍ଦକା ଜଙ୍ଗଲ ଏରିଆ। ଭାରି ବିପଦଜନକ ଜାଗା।ଆଗ ୟା ନାଁଟା ଶୁଣିଲେ ମନରେ ଛନକା ପଶିଯାଏ ।


ସେ ନିଜେ ଗୋଟାଏ ବଡ ଟିମର ନେତୃତ୍ୱ ନେଇ ଅନ୍ୟ ସମସ୍ତଙ୍କୁ ଅନ୍ୟ ଚାରିଆଡକୁ ଖେଳେଇ ପକେଇଲେ।ଜଙ୍ଗଲ ଭିତରେ ଖୁଲମ୍ଖୋଲା ଜୁଆ ଖେଳ ଚାଲିଥାଏ। ଠେକିରି ଗୁଡାକୁ ଗୋଟେ ବଡ଼ ପାଛିଆରେ ପୂରେଇ ହଲେଇ ହଲେଇ ପାଲି ଉପରେ ଜୋହର୍ ଢାଳି ଦେଉଥିବାରୁ ଠକ୍ଠକ୍ ବାଜି 'ଖାଡୁର ଖାଡୁ ଢୋ'ଶବ୍ଦ ଭାରି କାନକୁ ଶୁଭୁ ଥାଏ। ପୋଲିସ୍ ଅଧିକାରୀ ଅନ୍ୟମାନଙ୍କୁ ଟିକେ ପଛେଇ ରହିବାକୁ କହି, ଏକୁଟିଆ ଦୌଡ଼ି ଯାଇ ସମସ୍ତଙ୍କ ମଝିରେ ପଶିଯାଇ, ପାଛିଆଟା ଉପରେ ଗୋଡ ପକାଇ ଚଢି ଗଲେ । ବାଁ ହାତରେ ପିସ୍ତଲଟା ଧରି ଡାହାଣ ହାତଟାରେ ଗୋଟାକୁ କୋଲାର ସହ ଧରି ଆକାଶକୁ ଉଠେଇ ନେଲେ। ପୁଣି ତଳକୁ କଚି ଦେଇ ଦୂରକୁ ଫିଙ୍ଗି ଦେଲେ। ସେ ଦୌଡ଼ିବାକୁ ଲାଗିଲା। ଜାଣି ଜାଣି ସେ ତାକୁ ଛାଡିଦେଲେ। ସେ ପଡି ଉଠି ପୁଣି ଦୌଡୁଥାଏ। ହେଲେ ଜଖମି ପାଇଥିବାରୁ ଟିକେ ପେଙ୍ଗେଇ ପେଙ୍ଗେଇ ଚାଲୁଥାଏ। ଉପସ୍ଥିତି ବୁଦ୍ଧି ଥିବାରୁ ଏହି ଯୋଜନାଟା ସେ ସ୍ପଟ୍ ଉପରେ ହିଁ ଭାବି ଖଞ୍ଜିଦେଲେ। ତେଣୁ ପ୍ଲାନ୍ ମୁତାବକ ସେ ତା' ପଛେପଛେ ଅନୁଧାବନ କରୁଥାନ୍ତି। ଏହାଦ୍ୱାରା ତା'ର ଅନ୍ୟ ସାଥୀମାନେ ଅବଶ୍ୟ ଖସି ଯିବାରେ ସକ୍ଷମ ହୋଇଥିଲେ, ତଥାପି "ମିଶନ ଚଗଲା" ଗୁରୁତ୍ଵପୂର୍ଣ ଥିଲା।


ଏଥର ସେ ଯେଉଁଠି ଯାଇ ପହଞ୍ଚିଲା, ସେଇଟା ଚଗଲାର ଗୁପ୍ତ ଆଡ୍ଡା ଥିଲା ବୋଲି ବୁଝିବାକୁ ଆଉ ବାକି ଲହିଲା ନାହିଁ । ଲୋକଟା ହୁଏତ ସେଠିକି ଯାଇ ଚଗଲାକୁ ଖବର ଦେଇସାରିଥିବ, ସେ ସତର୍କ ହୋଇଯାଇଥିବ। ଏଥର ଗୋଟେ ବୁଦା ମୂଳେ ଛପି ରହି ସେ ଅନ୍ୟ ସହକର୍ମୀଙ୍କୁ ସେଠାରେ ତୁରନ୍ତ ପହଞ୍ଚିବାକୁ ସୂଚନା ଦେଲେ। ଚାହୁଁଚାହୁଁ ସବୁ ପୋଲିସ କର୍ମଚାରୀ ପହଞ୍ଚି ପୂରା ଆଡ୍ଡାଟାକୁ ଘେରାଉ କରିନେଲେ। ଚାରିଆଡ଼େ ଛାପା ମାରି ଛାନଭିନ୍ କଲେ।ଟିକେ ଦୂରରେ ଜଗି ରହି ଡେନ୍ ଭିତରର ସମସ୍ତ ଗତିବିଧି ଉପରେ ନଜର ରଖୁଥାନ୍ତି। ଏଣିକି କେବଳ ସୁଯୋଗ ଅପେକ୍ଷାରେ- କେତେବେଳେ ଖାଲି ନିର୍ଦ୍ଦେଶ ପାଇଲେ, ଡେନ୍ ଭିତରକୁ ପ୍ରବେଶ କରିବେ। ସେପଟେ ଚଗଲା ପ୍ରଥମେ ଭରା ଗୁଳି ପିସ୍ତଲରେ ସାଇଲେନସର ଖଞି ଜୁଆବାଲାଟାକୁ ଆଗ ସେଇଠି ଟଳାଇ ପକାଇଲା । କହିଲା-" ନମରି ଏଇଲାଗେ ଏଠିକି କାହିଁକି ଆସିଲୁ? ଜାଣି ନଥିଲୁ କି, ପୋଲିସ୍ ନିଶ୍ଚୟ ତୋ ପିଛା କରି ଏଠି ପହଞ୍ଚଯିବ। ତୁଟା ମୁର୍ଖଟା, ତେଣୁ ମର"।ବଡ଼ ସହଜରେ ମାରିଦେଲା।ନିମିଷକେ ପରା ଏମାନେ ମର୍ଡର ଲୀଳା ରଚି ଦେବେ। ହାତରେ ମାରଣାସ୍ତ୍ର ଓ ପିସ୍ତଲ ଧରି ପାଲଟା ଆକ୍ରମଣ ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ରହିଲା। ତା ଲୋକମାନେ ମଧ୍ଯ ସୁରକ୍ଷା ବଳୟ ହୋଇ ତା ଚାରିପଟେ ଓ ଡେନ୍କୁ ଜଗି ରହିଥାନ୍ତି। ତେଣୁ ତାକୁ ଧରିବାଟା ଏତେଟା ସହଜ ହେଉନଥାଏ। କାରଣ ମୁହାଁମୁହିଁ ଫାଇଟ ହେଲେ ଅଯଥା casualty ବଢିଯିବ ।ତେଣୁ ଧୈର୍ଯ୍ଯ ଧରି ପ୍ରକୃଷ୍ଟ ସମୟକୁ ଅପେକ୍ଷା। ଉଦ୍ଦେଶ୍ଯ - ଶୀଘ୍ର ରାତି ପାହି ଯାଇ ସକାଳ ହୋଇଯାନ୍ତା କି, ଦେଖନ୍ତେ କ'ଣ ହେଉଛି ।ଆହୁରି ଅଧିକ ଫୋର୍ସ ମଧ୍ଯ ମଗା ସରିଲାଣି।ହେଲେ ସେ ଇତିହାସର ଛାତ୍ର ହେଉଥିବାରୁ କାଥାରେଜର ସମ୍ରାଟ ହାନିବଲଙ୍କ "delay policy to avoid the battle field for longer period and to wait patiently for a suitable occasion to be happened" କୁ ଅନୁସରଣ କରି ଅପେକ୍ଷାରତ ହୋଇ ରହିଲେ। 


ଅନ୍ୟପକ୍ଷରେ ପୋଲିସର କାଳକ୍ଷେପଣ ନୀତିଟା ଦେଖି ଚଗଲା 'ପୋଲିସ ଚାଲଟାକୁ 'ବେଶ୍ ବୁଝିନେଇଥିଲା। ତେଣୁ ସେ ଭାବିଲା - ଦିନ ହେଲେ ଜୀବନ ବଞ୍ଚେଇବା କଷ୍ଟ ହେବ। ତେଣୁ ସେ ତା ଗୁପ୍ତ ଦରଜା ଦେଇ ବାହାରକୁ ଖସି ଚାଲିଯିବାକୁ ଯୋଜନା କରୁଥିଲା। ପୋଲିସକୁ ଜଣା ଥିଲା କି, ସେ ଏହିପରି କିଛି ଦୁସାହସିକ କରିପାରେ। କାରଣ ଏତେ ସମୟ ସେ ନୀରବରେ ବସି ରହିପାରିବ ନାହିଁ। ନିଶ୍ଚୟ ତା'ର ଧୈର୍ଯ୍ଯଚ୍ୟୁତି ଘଟିବ ଓ ସେ ନୂଆ କିଛି ଉପାୟ ଭାବିବ। ତା ଛଡା ସମୁଖ ଭାଗ ବ୍ୟତୀତ ପଛ ଭାଗରେ ମଧ୍ଯ କେଉଁଠି ଗୁପ୍ତ ସୁଡଙ୍ଗ ଥାଇପାରେ ବୋଲି ଅନୁମାନଟା ଜୋହର୍ ଧରୁଥିଲା। ତେଣୁ ପୋଲିସ ଅଧିକାରୀ ଆଉ ଜଣେ ମାତ୍ର ସହଯୋଗୀ ଧରି ଏଇ ଜାଗା ପରିବର୍ତ୍ତନ କରି ସେ ଜାଗାରେ ନିଜେ ଯାଇ ଛୁପି ଯାଇଥିଲେ।


ଏଥର ଚଗଲାର ଲୋକମାନେ ବମ୍ବ ଫିଙ୍ଗାଫିଙ୍ଗି କରି ସମୁଖ ଭାଗରେ ଅଯଥା ଗୋଳମାଳ ଆରମ୍ଭ କରିଦେଲେ। ଯେପରି ପୋଲିସମାନଙ୍କର ଧ୍ୟାନ ସେହି ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହୋଇଯିବ। କିନ୍ତୁ କ୍ରିମିନାଲ ମାନଙ୍କ ସହ ଡିଲ କରିକରି ପୋଲିସମାନେ ବି ତ ପ୍ରବୀଣ ହୋଇ ସାରିଥାନ୍ତି । ତେଣୁ ଚଗଲାର ଏ ପ୍ରକାର ଛଳ ସହଜରେ ଫଳବତୀ ହୋଇ ନପାରେ। ଅବଶ୍ଯ କେତେଜଣ ଅଧିକାରୀ କାଉଣ୍ଟର ଆଟାକ୍ କରି ଘଟଣାଟା ଉପରେ କାବୁ ପାଇବାକୁ ଚେଷ୍ଟା କରୁଥାନ୍ତି।କେତେଟା ଅପରାଧୀ ସେଥିରେ ପ୍ରାଣ ହରାଇଥିଲେ ଓ ଆଉ କେତେକ ଜଖମି ମଧ୍ଯ ହେଲେଣି । ତଥାପି ଗୁଳି ବିନିମୟ ମଝିରେ ମଝିରେ ଚାଲିଥାଏ। ଏଥର ଚଗଲା ଗୋଡ ଚିପି ଚିପି, ଛପିଛପି ଓ ନଇଁନଇଁ ଗୋଟେ ଖଣା ଗାଢ଼ ଭିତରୁ ବାହାରିଲା। ଚାରି ଆଡକୁ ଟିକେ ଚାହିଁଲା। ପୁଣି ଗାତରୁ ଉଠି ଚାଲିଲା।ହଠାତ୍ ସେଦିନର ସେଇ ବର୍ଷାଦି ପିନ୍ଧା ଛାୟାଚିତ୍ରଟି ଅଦୃଶ୍ୟ ଭାବେ ରହି ତା ସାମ୍ନାରେ ବାଁ ଗୋଡ଼ଟା ଉଠାଇ ଦେଖାଇ ଦେବାରୁ ସେ ମୁହଁ ମାଡି ତଳେ ପଡିଗଲା। ପୁଣି ଉଠିପଡି ଚାଲିଯିବାକୁ ବସିଥିଲା। ପୋଲିସି ଅଧିକାରୀ ଯୋଗକୁ ଠିକ୍ ସେଇ ଗାଢ଼ ପଛପାଖ ବୁଦା ମୂଳକୁ ଲୁଚି ବସିଥିଲେ। ଯେମିତି ସେ ତାଙ୍କ ପାଖ ଦେଇ ଚାଲି ଯାଇଛି, ପଛପଟୁ ଅନ୍ଧାରରେ ହାତକୋହ୍ଲା ଦେଇ ହାତ ପୁରାଇ ଦେଲେ ଓ ତା ବାହୁ ଦୁଇଟାକୁ ଟେକି ଧରି କାନ୍ଧ ପଟେ ମୁଣ୍ଡ ତଳେ ହାତ ବୁଲାଇ ଆଣି ଛନ୍ଦି ଦେଲେ। ତା'ର ଡେଣା ଦୁଇଟା ଦୁଇପଟକୁ ପକ୍ଷୀ ଉଡ଼ିଲା ପରି ଉଡ଼ି ରହିଥିଲା। ସେ ନାତ ମାରି ପୋଲିସି ଅଧିକାରୀଙ୍କ ପଂଝାଟାକୁ ଢ଼ିଲା କରିବାରେ ଲାଗିଥାଏ। ଏହି ସମୟରେ ପାଖ ସହକର୍ମୀଙ୍କ ସହଯୋଗ କାମରେ ଆସିଲା। ସେ ତା ହାତରୁ ପିସ୍ତଲଟା ଛଡାଇ ନେଇ ପାଖରେ ରଖିଲେ। ଅନ୍ୟ କେତେଜଣ ସୂଚନା ପାଇ ଆସି ତାକୁ କାବୁ କରି ଗାଡିରେ ବସେଇଲେ। ତା ପୂର୍ବରୁ ଅନ୍ଯ ସହଯୋଗୀମାନେ ତାକୁ ମାରି ତା ମୁହଁରେ ବିଣ୍ଡା ଦେଇ ତା ପାଟି ଚୁପ୍ କରାଇ ଦେଇଥିଲେ। ଯାଇ ଛାଟିପିଟି ହେଉଥିଲା, ଏବେ ଆଉ ଅଳିଚଳି ପାରୁନଥାଏ। ଶରୀର ଗୋଟାକ ଶିକୁଳିରେ ବେଢି ପଡିଯାଇଥିଲା, ଯେମିତି ମହାବଳ ବାଘକୁ ଶିକାରୀ ଧରେ । କାହାକୁ କିଛି ସୂଚନା ନଦେଇ ପୋଲିସ ଅଧିକାରୀ ତାକୁ ଆଣି ଆଗ ଭ୍ୟାନରେ ଲକ୍ ଅପ୍ ରେ ରଖି ତାଲା ଦେଲେ ଓ ପାଟିରୁ ବିଣ୍ଡା ଖୋଲିଲେ। ଏତିକି ବେଳକୁ ଏକ ଦୁର୍ଘଟଣା ଘଟିଲା। ଡେନ୍ଟା ଖାଲି ହୁତହୁତ୍ ହୋଇ ଜଳିଲା। ଏ କି ବିପର୍ଯ୍ୟରେ! ବାବା? ବଡ଼ ଭୟଙ୍କର ଥିଲା ସେ ଗର୍ଜନ। ଏକ ଶକ୍ତିଶାଳୀ ବିସ୍ଫୋରଣ ନିଶ୍ଚୟ ଥିଲା।ଯାହାହେଉ ପୋଲିସ୍ କର୍ମଚାରୀ କେହି ହତାହାତ ହୋଇ ନାହାଁନ୍ତି। ଭଗବାନ ରକ୍ଷା କରିଛନ୍ତି। କିନ୍ତୁ ଏ କଣ? ଚଗଲା ଯେ ବିରାଟ ଅଟ୍ଟହାସ୍ୟ ହସୁଛି? ସାକ୍ଷ୍ୟ ଓ ପ୍ରମାଣ ସବୁ ପୋଡି ଅଙ୍ଗାର ହୋଇଯାଇଥିବାରୁ ପୋଲିସ ଅଧିକାରୀଙ୍କ ମନ ଯାହା ହେଉଥିଲା ନା, ଏତେବେଳେ ତା'ର ହସଗୁଡାକ ବଡ଼ କର୍ଣ୍ଣକଟୁ କରୁଥିଲା। ରାଗ ପଞ୍ଚମ ପଦ୍ମ ତୋଳା ତୋଳୁଥିଲା। ସେ ତେଣୁ ବଡ଼ ଉତ୍କ୍ଷିପ୍ତ ହୋଇ ଉଠିଲେ। ଚଗଲା ପାଖକୁ ରେଲଗାଡି ଭଳି କ୍ଷିପ୍ର ବେଗରେ ଧାଇଁ ଆସିଲେ। ଓଃ, କି ମାଡ? ଗୋଇଠା, ବିଧା, ଚାପୁଡ଼ା ଓ ରୋଲ୍ ବାଡ଼ି କୁଟା - ଖାଲି ତ ବାଡ଼େଇ ଦେଇ ଗଲେ। ହେଲେ ସେ କି ବେହିଆ ଲୋକଟା କେଜାଣି, ତଥାପି ହସୁଥାଏ। କହିଲା - "ଅଫିସର! ମୋତେ ବାଡ଼େଇ ଆଉ ଲାଭ ନାହିଁ। କାରଣ ମୁଁ ଡେନ୍ ଛାଡ଼ିଲା ବେଳେ ଟାଇମ ବମ୍ ଖଞି ଦେଇ ଆସିଥିଲି। ଫଳରେ ପ୍ରମାଣ ସହିତ ସାକ୍ଷ୍ୟ ଗୁଡ଼ାକ ବି ସବୁ ପୋଡ଼ି ଅଙ୍ଗାର ହୋଇଗଲା, ଅଙ୍ଗାର। ନା ରହିବ ବାଂଶୁରୀବାଲା ନା ବାଜିବ ବାଂଶୁରୀ" । ପୁଣି ତହିଁରେ ତାଚ୍ଛଲ୍ୟର ସ୍ଵର ମିଶେଇ କହିଲା - "ଏ ଚଗଲା ଏତେ କଞ୍ଚା ଖେଳାଳୀ ନୂହେଁ ଯେ,ତା ପାଖରୁ ସବୁ ତଥ୍ୟ ଏତେ ସହଜରେ ସଂଗ୍ରହ କରିନେବ"। ପୋଲିସ୍ ଅଧିକାରୀ ଖାଲି ରାଗରେ ଦାନ୍ତ କଡ଼ମଡ଼ କରୁଥାନ୍ତି। ଏଥର ପ୍ରସ୍ଥାନ ପର୍ବ ପାଳିଲେ। ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଫେରିବାକୁ। 


ପରେ ଥାନା ହାଜତରେ ଆଣି ତାକୁ ରଖିଲେ। ସମସ୍ତେ ଫେରି ଆସିଲେ। ଜଗି ରହିବାକୁ କେତେଜଣଙ୍କୁ ମଧ୍ୟ ମୁତୟନ କଲେ।ଏଥର ମନରେ ଟିକିଏ ଆଶ୍ୱସ୍ତି ଓ ପ୍ରଶସ୍ତିରେ ନିଶ୍ଵାସ ନେଲେ। ଥାନା ଭିତରେ କଡା ସୁରକ୍ଷାର ପ୍ରାବନ୍ଧନ କରି, ସେ ଚାଲିଗଲେ ଲମ୍ବା ବିଶ୍ରାମରେ। କାରଣ ନିଦକୁ ଆଉ ଆୟତ୍ତ କରିବା ତାଙ୍କ ଇଚ୍ଛାଧୀନ ନଥିଲା।ଫେରିଲା ବେଳକୁ ଦ୍ୱିପ୍ରହର। 

କ୍ରମଶଃ.... ଭାଗ.. 14 ...


Rate this content
Log in