Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Satyabati Swain

Children Stories


4  

Satyabati Swain

Children Stories


ଛନ୍ଦା ମାମ୍

ଛନ୍ଦା ମାମ୍

4 mins 147 4 mins 147


ତାଙ୍କୁ ଦେଖିବାକୁ ମୋ ଭିତରେ ବ୍ୟାକୁଳ ତା ବଢି ଚାଲୁଥିଲା । ତାଙ୍କ ସ୍ଵର ମୋତେ ଜଣଙ୍କୁ ମନେ ପକାଇ ଦେଉଥିଲା ବାରମ୍ବାର।


ଜଣେ ଅଜଣା ମଣିଷ ମୋତେ ଫୋନ୍ ରେ ଠିକଣା ଦେଇ ତାଙ୍କ ଘରକୁ ଡକାଇଥିଲେ। ଫେସବୁକ୍ ରୁ ଚିହ୍ନା ପରିଚୟ। ପରିଚୟରୁ ଆତ୍ମୀୟତା। ଆତ୍ମୀୟତାରୁ ସମ୍ପର୍କଟିଏ ଗଢି ଉଠିଥିଲା ଆମ ଭିତରେ । ଦେଖି ନଥିଲି ତାଙ୍କୁ । କେବଳ ଫୋନ୍ ରେ କଥା ବାର୍ତ୍ତା । କିନ୍ତୁ ଆକର୍ଷିତ ହେଉଥିଲି ତାଙ୍କ ସ୍ୱର ପ୍ରତି। ସ୍ୱରରୁ ଦେଖିବାକୁ ଇଚ୍ଛା ବଳବତ୍ତର ହେଲା ।


ପଚାରି ପଚାରି ପହଞ୍ଚିଲି ତାଙ୍କ ଘରେ । ସତୁରୀ ବର୍ଷରୁ ଅଧିକ ହେବେ ସେ । ମୋ ମା ବୟସରୁ ବି ବହୁତି ବଡ଼ ଲାଗୁଥିଲେ। ମୋତେ ଦେଖି ଖୁବ୍ ଖୁସି ହୋଇ କହିଲେ ବସ ସୁବୁ । ତୋ ପାଇଁ ଚା ଟିକେ କରି ଆଣେ ।


ସୁବୁ !!


ଏ ନାଁ ତ ମୋତେ ଦୁଇଜଣ ଡାକନ୍ତି । ଜଣେ କୁଆଡେ ହଜିଲେ ପତ୍ତା ନାହିଁ । ଆଉ ଜଣେ ମୋ ଗାର୍ଲଫ୍ରେଣ୍ଡ ନିକିତା। ଏ କେମିତି ଜାଣିଲେ ? 


ଏତେ ବୟସ୍କ ଲୋକ ମୋତେ ଚା କରି ଆଣି ଦେବେ;ଆଉ ମୁଁ ପିଇବି ? କେମିତି ଗୋଟେ କୁଣ୍ଠିତ ଭାବ ମୋଡ଼ି ମାଡି ହେଲା ମୋ ଭିତରେ।


ମୁଁ କହିଲି , ଥାଉ ମୁଁ କରି ଆଣୁଛି ଆଜ୍ଞା ।


ନା ନା ସୁବୁ ମୋତେ ଖୁବ୍ ଭଲ ଚା କରି ଆସେ। ଥରେ ଖାଇଲେ କେବେ ଏ ବାଟେ ଯାଉଥିଲେ ଏଇ ଚା ଲୋଭ ତୋତେ ମୋ ଯାଏ ହୁଏତ ଟାଣି ଆଣିବ।


କଥା ଓ ଚା ରେ ସତରେ ବିସ୍ମୟ ଅଦ୍ଭୁତ ସ୍ୱାଦ ଥିଲା ଓ ସମ୍ମୋହନ ଥିଲା । ସ୍ୱର ପରିଚିତ ଲାଗୁଥିଲା । ମସ୍ତିଷ୍କ ଖୋଜୁଥିଲା କେଉଁଠି ଶୁଣିଛି ୟାଙ୍କୁ ।


କଥା ଭିତରେ ସେ କହିଲେ କି ତୋ ବହିଟା ଦୁଇ ଥର ପଢିଲିଣି। ଖୁବ ଭଲ ଲାଗୁଛି।ଲଫାପାଟିଏ ମଗେଇଥିଲି; ତୋ ପାଇଁ ଦି ଧାଡି ଲେଖିବା ପାଇଁ। କଣ କରିବି ରେ ସୁବୁ ହାର୍ଟ ପେସେଣ୍ଟ । ମନ ଥିଲେ ବି ହୃଦୟ ଟି ସବୁ କଥା କରିବାକୁ ଅନୁମତି ଦେଉ ନାହିଁ। ପ୍ରବଳ ଇଚ୍ଛା ଲେଖିବାକୁ ହେଲେ ନା ଏ ବଦମାସ ହୃଦୟ ନା ଏ ବେଇମାନୀ ଆଖି ଲେଖିବାକୁ ଦେଉଛନ୍ତି। ସୁବୁ ତୁ ଆସିଲୁ ଭଲ ହେଲା ମୋ ହୃଦୟର କୃତଜ୍ଞତା ଜଣାଇଁବାର ଥିଲା ତୋତେ।


ମହିୟସୀ ମହିଳା ଜଣଙ୍କ ମୋତେ କୃତଜ୍ଞତାରେ ପୋତି ପକାଉଥିଲା ବେଳେ ମୁଁ କିନ୍ତୁ ଖୋଜୁଥିଲି ଅନ୍ୟ କିଛି।ବାହାରେ ଖୁସିର ସମୁଦ୍ର ଜୁଆର; ଭିତରେ ଶୁଖିଲା ଠକ ଠକ ତାଙ୍କ ହୃଦ ନଈ। ମୁଁ ପଶିଗଲି ତାଙ୍କ ଭିତରେ। ଧେତ୍ ଏଇ ବାଜେ ଅଭ୍ୟାସଟି ମୋର ଆଦୌ ଗଲାଣି।


ଆପଣ ଭାବୁଥିବେ ମୁଁ ଆପଣଙ୍କ ସହ କଥା ହେଉଛି;

ଆପଣଙ୍କ ଆଗରେ ମୋ ସ୍ଥୁଳ ଶରୀରଟି ହୁଁ ହାଁ କହୁ

ଥିବ; ତେଣେ କିନ୍ତୁ ମୋ ସୁକ୍ଷ୍ମ ଶରୀର ପଶି ଖୋଜୁଥିବ କିଛି।ଯଦି ଆନନ୍ଦ,ଖୁସି ଫୁଲ ସେ ହୃଦୟ ତଳେ ପାଇଯିବ ତେବେ ମୋତେ ଖୁସି ଲାଗେ। ନଚେତ୍ ଯଦି ଅଭିମାନ ଭରା ଭାରି ହୃଦୟଟିଏ ଦେଖେ ଅନେକ କଷ୍ଟ ହୁଏ।


ଏ ବୟସ୍କା ମହିଳା ଜଣଙ୍କ କଥା ବର୍ତ୍ତାରୁ ଯାହା ଅନୁମାନ ଲଗାଇଲି ଯେ ସେ ବଞ୍ଚିଛନ୍ତି କିନ୍ତୁ ଜୀଇଁ ନାହାନ୍ତି।


ହଁ କିଛି ଲୋକ ଆମ ଭିତରେ ଅଛନ୍ତି ଯେଉଁମାନେ ବଞ୍ଚି ଛନ୍ତି କିନ୍ତୁ ଜୀଇଁବା ଭୁଲି ଯାଇଛନ୍ତି।


ମୁଁ ତାଙ୍କୁ କହିଲି ଆପଣଙ୍କୁ ମା ଡାକି ପାରିବି !


ମା !!


ମୁଁ ପୁଣି ମା ! ମୁଁ କଣ ମା ହୋଇ ପାଇବି!


ଡାକିଲ ଡାକିଲ ମୁଁ ଟିକେ ଅନୁଭବ କରେ ଏ ଡାକଟି କେତେ ମଧୁର।


ମା ..


ସେ ମୋତେ କୁଣ୍ଢେଇ ପକେଇ ନିଜେ ଓଦା ହେବା ସହ ମୋତେ ଓଦା କରିଦେଲେ।


ଆପଣଙ୍କ କେହି ପିଲା ନାହାନ୍ତି କି ମା !


ମା ପୁଣି ମୁଁ !


କାହିଁକି ନୁହେଁ !


ପିଲାଦିନେ ଵଳତ୍କାର ହୋଇ ମୋର ପରା ୟୁଟ୍ରସ୍ କାଟି ଫିଙ୍ଗି ଦିଆ ଯାଇଛି ! 


ବଳତ୍କାର !!


ହଁ ରେ ସୁବୁ । ମୁଁ ନୂଆ ନୂଆ ଶିକ୍ଷକତା କରୁ ଥିଲି। ଘରକୁ ଆସିଲା ବାଟରେ ଶମ୍ଭୁ ନାମକ ଜଣେ ଗୁଣ୍ଡା ଓ ତାର ସାଥି ମୋତେ ବଳତ୍କାର କରି ଫିଙ୍ଗି ଦେଇଥିଲେ ଗୋଟେ ବୁଦା ମୂଳେ। ଜଣେ ରିକ୍ସା ଵାଲା ଦୟା ପରବଶ ହୋଇ ମୋତେ ମେଡିକାଲ ଆଗରେ ପକାଇ ଦେଇ ଯାଇଥିଲା। ହୋସ୍ ଆସିଲା ବେଳକୁ ନିଜକୁ ମେଡିକାଲରେ ଖଣ୍ଡିଆ ଖାବରା ଅବସ୍ଥାରେ ପାଇଲି । ସବୁ ଆଡେ ବ୍ୟାଣ୍ଡେଜ ।


ପନ୍ଦର ଦିନ ପରେ ମୋତେ ଡ଼ିସ୍ ଚାର୍ଜ କରି ଦିଆ ଗଲା। ଘରକୁ ନ ଯାଇ ଜଣେ ସାଙ୍ଗ ସହାୟତାରେ ଭୁବନେଶ୍ୱର ରେ ଏକ ପବ୍ଲିକ ସ୍କୁଲରେ କାମ କଲି । ଗାଁ ରେ ପ୍ରଚାର ଓ ପ୍ରସାର ହୋଇ ଯାଇଥିଲା ମୁଁ କୁଆଡେ କାହା ସହିତ ପଳେଇ ଆସିଛି । କାହାକୁ ଆଉ ଏ ମୁହଁ ଦେଖାଇ ଥାଆନ୍ତି ?


ମୁଁ ଦଶମରେ ପଢିଲା ବେଳେ ଆମ ମ୍ୟାଥ୍ ମାମ୍ କାହା ସଙ୍ଗେ ପଳେଇ ଥିଲେ ବୋଲି ହାଲ୍ଲା ହୋଇଥିଲା । କେତେ ଭଲ ମ୍ୟାଥ୍ ପଢ଼ାନ୍ତି । ମୋର ସେ ପ୍ରିୟ ମାମ୍ ଥିଲେ । କାହିଁକି କାହା ସଙ୍ଗେ ପଳେଇଲେ ଭାବି ବହୁ ବ୍ୟଥିତ ହୋଇଛି ମୁଁ । କେତେ ଶ୍ରଦ୍ଧା ସମ୍ମାନ ଓ ଭଲ ପାଉଥିଲି ତାଙ୍କୁ । ପରେ ଘୃଣା କଲି ଜଣେ ଟିଚର ହୋଇ ଏମିତି କାମ କଲେ କେମିତି ! ପିଲାମାନେ ତାଙ୍କ ଠାରୁ ଶିଖିବେ କଣ ?


ଆପଣ ଜାଣନ୍ତି ସେଇ ମାମ୍ ଙ୍କୁ ମନେ ପକେଇ ମୋ କୋମଳ ଆଦ୍ୟ ଯୁବ ସୁଲଭ ପ୍ରାଣର ଭଲ ପାଇବାକୁ ଢାଳି ଦେଇଛି ମୋର ପ୍ରଥମ ଉପନ୍ୟାସ " ଛନ୍ଦା " ରେ।ମୁଁ ସେ ମାମ୍ ପ୍ରତି ମୋ ହୃଦରେ ଜମା ହୋଇଥିବା ସମ୍ମାନ ସେ ପଳେଇଲେ ବୋଲି ମୋ ଭିତର ଅପ୍ରକାଶ୍ୟ ଦୁଃଖ ,ତାଙ୍କୁ ଛି ଛାକର କରିବା ଶୁଣିଲେ ଫାଟି ଯାଉଥିବା ମନର ବେଦନା ସବୁ ପ୍ରତିଫଳିତ ଏଇ ଉପନ୍ୟାସ ରେ।


ଏବେ ମଧ୍ୟ ମୋ ଭିତରେ ସେଇ ଅମୀମାଂସିତ ସେଇ ପ୍ରଶ୍ନ କାହିଁକି ମାମ୍ ଏମିତି କଲେ ? ସେ କେବଳ ମୋର ନୁହେଁ ଅନେକ ଛାତ୍ରଛାତ୍ରୀଙ୍କ ରୋଲ୍ ମଡେଲ୍ ଥିଲେ।


ସବୁ ଶୁଣା କଥା ସତ ହୋଇ ନଥାଏ ରେ ସୁବୁ । 


ଆପଣ ମୋ ନାଁ ସୁବୁ କେମିତି ଜାଣିଲେ ?


ପାଗଳାଟା କାନ୍ଧରେ ପକାଇ ଥିବା ବ୍ୟାଗ୍ ରେ ପରା ଏଡ଼େ ଏଡ଼େ ଅକ୍ଷରରେ ସୁବୁ ଲେଖା ହୋଇଛି ।


ଓ ହଁ ହଁ ମୋ ଗାର୍ଲଫ୍ରେଣ୍ଡ ନିକିତା ଏ ବ୍ୟାଗ୍ ରେ ଲେଖିଛି ସୁବୁ । ମୁଁ କିନ୍ତୁ ଅନ୍ୟ କଥା ଭାବୁଥିଲି ।ଏବେ ମନେ ପଡ଼ିଲା ସ୍ୱରଟି ଆପଣଙ୍କର ପଳାଇ ଥିବା ମାମ୍ ଙ୍କ ସହ ମିଶି ଯାଉଛି ।


ତୁମ ମାମ୍ ଙ୍କ ନାଁ କଣ ଥିଲା ?


"ମଧୁଛନ୍ଦା "। ସମସ୍ତେ ମଧୁ ମାମ୍ ଡାକୁଥିଲା ବେଳେ ମୁଁ ଛନ୍ଦା ମାମ୍ ଡାକୁଥିଲି।


ହଠାତ ମହିଳା ଜଣଙ୍କ ମୁହଁର ଭାବ ବଦଳି ଗଲା । ସେ କହିଲେ ହଉ ବାପା ତୁମେ ଏବେ ଆସିପାର ମୋର ଟିକେ କାମ ଥିଲା । ଖୁବ୍ ଲେଖ ଖୁବ୍ ତର୍କି କର ବାବୁ।


ମୁଁ ନଈ ପଡି ପାଦ ଛୁଇଁଲା ବେଳକୁ ଦେଖିଲି ମହିଳା ଙ୍କର ବାଁ ପାଦ କାଣି ଆଙ୍ଗୁଠି ଟି ନାହିଁ ।


ଏତ ମୋ ଛନ୍ଦା ମାମ୍ । ସ୍କୁଟି ଧକ୍କାରେ ବାଁ ପାଦ କାଣି ଆଙ୍ଗୁଠି ଟି କଟି ଯାଇଥିଲା !!


ନିଜ ପରିଚୟ ମୋ ପାଖେ ଲୁଚାଉଛନ୍ତି ବୋଧେ ତାଙ୍କୁ ଘୃଣା କରିବି ବୋଲି !! ହେଉ ଅନ୍ଧାର ରେ ଥାଉ କିଛି କଥା।


ମନେ ମନେ କହିଲି ଆପଣ ତ ମୋ ହଜିଲା "ଛନ୍ଦା ମାମ୍ " ମୋ ଉପନ୍ୟାସର ନାୟିକା ।



Rate this content
Log in