STORYMIRROR

Subhalaxmi Nayak

Children Stories

3  

Subhalaxmi Nayak

Children Stories

ଛାଇର ନାଁ 'ଉ'

ଛାଇର ନାଁ 'ଉ'

1 min
132


ସାରା ସେତେବେଳେ ଆଠ ମାସର ହୋଇଥାଏ। ରାତିରେ ସିଏ ଜମା ଶୁଏ ନାହିଁ କି ମାଆ ବାପା କାହାକୁ ଶୁଆଇ ଦିଏ ନାହିଁ।ରାତି ସାରା ଖେଳିବ।ଥରେ କ'ଣ ହୋଇଛି, ରାତିରେ ବିଦ୍ୟୁତ୍ କାଟ ହୋଇଥାଏ। ବାପା ତାଙ୍କ ମୁଣ୍ତ ପାଖରେ ଟର୍ଚ୍ଚ ରଖି ଶୋଇ ଥାଆନ୍ତି। ସାରା ଖେଳୁ ଖେଳୁ ତା'ର ଆଖି ପଡ଼ିଲା ଟର୍ଚ୍ଚ ଉପରେ। ଗୁରୁଣ୍ଡି ଗୁରୁଣ୍ଡି ଯାଇ ଟର୍ଚ୍ଚକୁ ଧରିଲା। ମାଆ ତାକୁ ଅନୁଧ୍ୟାନ କରୁଥାଆନ୍ତି, ସିଏ କ'ଣ କରୁଛି ଦେଖିବା। ସାରା ଖେଳୁ ଖେଳୁ ଟର୍ଚ୍ଚ ସୁଇଚ୍ ଉପରେ ହାତ ପଡ଼ି ହଠାତ୍ ଟର୍ଚ୍ଚ ଜଳି ଉଠିଲା। ଟର୍ଚ୍ଚ ଲାଇଟ୍ ପଡ଼ି ତା'ର ଛାଇ କାନ୍ଥରେ ଦେଖାଗଲା। ସାରା ପ୍ରଥମେ ଟିକିଏ ସମୟ ରହିଗଲା। ଟର୍ଚ୍ଚକୁ ବନ୍ଦ କରି ଦେଲା ଯେମିତି ଛାଇ ପଳେଇଲା। ସିଏ ମନେ ମନେ କ'ଣ ଭାବିଲା କେଜାଣି, ଆଉଥରେ ଟର୍ଚ୍ଚକୁ ଜଳେଇ ଦେଲା ପୁଣି ସାଙ୍ଗେ ସାଙ୍ଗେ ବନ୍ଦ କରି ଦେଲା। ଏମିତି ଦୁଇ ଥର କରି ଦେଇ ହଠାତ୍ କାନ୍ଥ ଆଡ଼କୁ ଇଙ୍ଗିତ କରି ଚିଲେଇ ଉଠିଲା, ମା "ଉ"...."ଉ".... ମା...."ଉ".... ପାଖରେ ତ ମାଆ ଶୋଇଥିଲେ, ସବୁ ଦେଖୁ ଥାଆନ୍ତି। ସିଏ ଜୋରରେ ହସି ଉଠିଲେ। ଝିଅର ଏପରି ଭାବଭଙ୍ଗୀ ଦେଖି। ଏ ଭିତରେ ବିଦ୍ୟୁତ ସରବରାହ ଚାଲୁ ହୋଇ ସାରିଥିଲା। ସାରା ଟର୍ଚ୍ଚ ଜଳେଇ ଅଜାଣତରେ ଛାଇ ଆଲୁଅର ଖେଳରେ "ଉ" ବୋଲି ଗୋଟିଏ ଜିନିଷ ଅଛି, ଯାହା ରାତିରେ ବାହାରେ ବୋଲି ମନେ ମନେ ଭାବି ନେଇଥିଲା କି କ'ଣ, ସେଇ ଦିନ ପରଠାରୁ ଆଉ ଜମା ରାତିରେ ଖେଳିଲାନି କି ଶୋଇବାକୁ ହଇରାଣ କଲା ନାହିଁ। କିଛି ଦିନ ପରେ ଯେତେବେଳେ ବାପା ଝିଅର କାରନାମା ସମ୍ପର୍କରେ ଜାଣିଲେ ଜୋରରେ ହସି ଉଠିଲେ। ଯାହା ହେଉ "ଉ" ପାଇଁ ଆମ ସାରା ରାତିରେ ହଇରାଣ କରୁନି। ଘରେ ସମସ୍ତେ ସାରା କେମିତି ଏବେ ରାତିରେ ଶୋଇଯାଉଛି ଜାଣିଲେ ସମସ୍ତେ ହସିଲେ। ସତରେ ପିଲାବେଳ କେତେ ସୁନ୍ଦର ଆଉ ସରଳ ନା!


Rate this content
Log in