STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ବୁଢା ବାପା

ବୁଢା ବାପା

1 min
15.6K


କ'ଣ କହିଲୁ ପୁଅ? ତୋର ସମୟର ଅଭାବ !ତୁଛାଟାରେ ମୁଁ ବକର ବକର ହେଉଛି ନାଇରେ ଧନ ଆଉ ଗପିବି କାହା ସହିତ? ବୁଢି ଚାଲିଗଲା ପରଠୁ ଗପିବାଟା ମୋର ପୁରା ବନ୍ଦ ହୋଇଯାଇଛି । କାନକୁତ ଭଲ ଶୁଭୁ ନାହିଁ ।ତୋ ମା’ ଥିଲା ଭଲମନ୍ଦ ସବୁ କଥା ବୁଝୁଥିଲା ।ଆଉ ମୋର ବଳ ବୟସ ଅଛି କିରେ ପାଗଳା? ତୁତ ଦୂର ରାଇଜରେ ଆଜି ଟିକେ ମନେ ପଡିଲା ବୋଲି ଫୁନୁ କରିଦେଲି । ଦୁଃଖ କରିବୁନି ରେ ଧନ।ମୁଁ ଭଲରେ ଅଛି । ବୁଢା ଭାବର ଲୁହକୁ ନିଜ ଆଖିରେ ପୋଛିଦେଇ କହି ଚାଲିଲା ମୁଁ ତ ପାଚିଲା ପତର ।କେତେବେଳେ ଝଡିପଡିବି ଜାଣିନି ।ତଥାପି ଅବଶୋଷ ନାହିଁ ଜୀବନରେ । ରାସ୍ତା ଦେଖାଇବା ପାଇଁ ଭଗବାନ ତ ଅଛନ୍ତି ।ଏତିକି କହୁ କହୁ କାନ୍ଦି ପକାଇଲା ସେ ।ଏଇ ଆଖିରେ ଦେଖିଛି ତୋ ମା’ର ଉପବାସରେ ଶୋଇବା ।କହୁ କହୁ ବୁଢା ଆଖିରେ ଲୁହ ଟଳଟଳ ହୋଇଯାଉଥାଏ ।ବୁଢା ଉପରକୁ ଚାହିଁ ତାରା ମେଳରେ ତା ସ୍ତ୍ରୀକୁ ଖୋଜୁଥିଲା........।

ଡକ୍ଟର ଝରଣା ଶତପଥୀ


Rate this content
Log in