STORYMIRROR

Dr Jharana Satapathy

Others

2  

Dr Jharana Satapathy

Others

ବୁଢା ବାପା

ବୁଢା ବାପା

1 min
16K


କ'ଣ କହିଲୁ ପୁଅ? ତୋର ସମୟର ଅଭାବ !ତୁଛାଠାରେ ମୁଁ ବକରବକର ହେଉଛିନାଇରେ ଧନ ଆଉ ଗପିବି କାହା ସହିତ? ବୁଢି ଚାଲିଗଲା ପରଠୁ ଗପିବାଟା ମୋର ପୁରା ବନ୍ଦ ହୋଇଯାଇଛି । କାନକୁତ ଭଲ ଶୁଭୁ ନାହିଁ ।ତୋ ମା ଥିଲା ଭଲମନ୍ଦ ସବୁକଥା ବୁଝୁଥିଲା ।ଆଉ ମୋର ବଳବୟସ ଅଛିକିରେ ପାଗଳା? ତୁତ ଦୂର ରାଇଜରେ ଆଜି ଟିକେ ମନେ ପଡିଲା ବୋଲି ଫୁନୁ କରିଦେଲି । ଦୁଃଖ କରିବୁନିରେ ଧନ।ମୁଁ ଭଲରେ ଅଛି । ବୁଢା ଭାବର ଲୁହକୁ ନିଜ ଆଖିରେ ପୋଛିଦେଇ କହିଚାଲିଲା ମୁଁ ତ ପାଚିଲା ପତର ।କେତେବେଳେ ଝଡିପଡିବି ଜାଣିନି।ତଥାପି ଅବଶୋଶ ନାହିଁ ଜୀବନରେ । ରାସ୍ତା ଦେଖାଇବା ପାଈଁ ଭଗବାନ ତ ଅଛନ୍ତି ।ଏତିକି କହୁ କହୁ କାନ୍ଦିପକାଇଲା ସେ।ଏଇ ଆଖିରେ ଦେଖିଛି ତୋ ମାର ଉପବାସରେ ଶୋଇବା ।କହୁ କହୁ ବୁଢା ଆଖିରେ ଲୁହ ଟଳଟଳ ହୋଇଯାଉଥାଏ ।ବୁଢା ଉପରକୁ ଚାହିଁ ତାରା ମେଳରେ ତା ସ୍ତ୍ରୀକୁ ଖୋଜୁଥିଲା

ଡକ୍ଟର ଝରଣା ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍