ବନ୍ଧନର ଡୋରି
ବନ୍ଧନର ଡୋରି


ଆଜି ଗୁରୁ ପୂର୍ଣ୍ଣିମା । ସକାଳୁ ଝିଅ ବାହାରି ଗଲାଣି ଯେ କିଛି ଖବର ନାହିଁ।ଫୋନ କଥା ହେଉନି। ଓଃ ନୂଆ ନୂଆ ଅଫିସ join କରିଛି ତ ବୋଧେ ବ୍ୟସ୍ତ ଅଛି। ବସି ବସି କେତେ କଥା ଭାବୁଥିଲେ ସୁଦୀପା। ଦିନ ଥିଲା ଚାମୁଚେ cerelac କି horlicks ଖୁଏଇବା ପୂର୍ବରୁ ଗରମ ମିଠା ସବୁ ଜାଣିବା ପାଇଁ ପାଟିରେ ଟିକେ ଦେଇ ତାପରେ ଝିଅକୁ ଖୁଆଉ ଥିଲେ, ଆଉ ଆଜି ସେଇ ଝିଅ ସୁଦୀପା ଜୀବନରେ ସବୁଠୁ ବଡ଼ ସାଙ୍ଗ ଭଳି ବସି ଦୁନିଆ କର ଗପର ଆସର ମେଲାଇ ଚା କଫି ପିଉଛି କେବେ କେବେ।ହଁ ତା ଭିତରେ କୋଉଠି କଣ ଘଟିଲା headline newsର ଚର୍ଚ୍ଚା।
ତାପରେ ପୁଣି ଫେରିଗଲେ ଝିଅ (ଦେବୀ)ର ସ୍କୁଲ life କୁ।ଷ୍ଟାଣ୍ଡର୍ଡ 1 ରେ 15 august ଛୋଟ ଝିଅ mike ଧରି ଏମିତି ଭାଷଣ ଦେଇଥିଲା ଯେ ମୁଖ୍ୟ ଅତିଥିଠୁ ନେଇ principal teacher ସବୁ ତାଳି ମାରିଥିଲେ।କେମିତି କଟିଗଲା ସ୍କୁଲ ଜୀବନ।ତାପରେ college।ମନେପଡିଲା ଥରେ "ମା" ଉପରେ କିଛି କହିବା ପାଇଁ କୁହାଯାଇଥିଲା।ସମସ୍ତେ କହୁଥାନ୍ତି। ଦେବୀ ନିଜେ କହିସାରିବା ପରେ ସାଙ୍ଗ ଶ୍ରେୟକୁ ବାଧ୍ୟ କଲା ତୁ କିଛି କହ, ସେ ଛିଡା ହେଲା ଦୀର୍ଘଶ୍ଵାସ ନେଇ ଆରମ୍ଭ କଲା "ମା ଦିନ ଥିଲା ତୁମେ ସବୁ ବେଳେ ମୋ ପାଇଁ ବ୍ୟସ୍ତ ହେଉଥିଲା ବେଳେ ମୋତେ ଲାଗୁଥିଲା କେବେ ତ ଟିକେ ମୋ ନିଷ୍ପତ୍ତି ମୋତେ ନେବାକୁ ଦିଅ। ଆଉ ଆଜି ତୁମ ଅନୁପସ୍ଥିତି ଜୀବନକୁ ତିଳ ତିଳ କରି ଖୋଜୁଛି ସେଇ ଚେହେରା ସେଇ ମନ ,ଯୋଉଠି ଥାଅ ମା ମତେ କ୍ଷମା କରିଦିଅ .......ବାସ ଆଉ କିଛି କହିପାରି ନଥିଲା ଶ୍ରେୟ ।ତା ପରେ ପୁରା class ତାକୁ ସମ୍ଭାଳି ଥିଲା।ଏମିତି କେତେ କଣ ଘଟଣା ମନେ ପଡିଥିଲା ସୁଦୀପାଙ୍କର। କେମିତି ସବୁ compititonରେ ସାଥିରେ ନେଇ ଯାଉଥିଲେ କେତେବେଳେ ବହୁତ ଭଲ perpfomance ପୁଣି କେବେ ହାରି ଯାଏ।stage ପ୍ରୋଗ୍ରାମ ଡ୍ରାମା ନାଚଗୀତ ସବୁ ଥିରେ ଭାଗ ନେଇଛି।
ସେଦିନ result ବାହାରିଥିଲା ,ସେତେ ଭଲ ହୋଇନଥିଲା ବୋଲି ସବୁ ବେଳେ ମୁହଁ ଶୁଖାଇ ବସୁଥିଲେ ସୁଦୀପା କିଛି କହି ପାରୁ ନଥିଲେ ,ସବୁ ବୁଝିଗଲା ଦେବୀ ଦିନେ କହିଲା ତୁମେ କାହାକୁ ନିଜର ବୋଲି ଭାବୁଛ ତ ତା ଭଲ ଆଉ ଖରାପ ମୁହୂର୍ତ୍ତକୁ ମଧ୍ୟ ଭଲ ପାଇବା ଶିଖ।ସମୟ ସବୁ ବେଳେ ସମାନ ଯାଏନି।ଆଜି ହାରିଛି କାଲି ହୁଏ ତ ୟା ଠୁ ଭଲ ହେବ। ଟିଫିନ ଭଲ ବନେଇ ପାରନ୍ତିନି ବୋଲି କେତେ କମ୍ପ୍ଲେନ ,ତୁମେ ଠିକ ସେ ଲଙ୍କା ଟିକେ ଦେଇପାରିବ ନାହିଁ ।ଏବେ face book you tube ଦେଖି ଏମିତି ବନେଇବା ଶିଖିଲେ ଯେ ଝିଅ ମୁହଁ ଚୁପ।ସାଙ୍ଗ ମାନେ କହିବେ ପୁଣି ଆପ୍ପାମ କେବେ ଆଣିବୁ।ମନେ ମନେ ହସିଲେ।ବହୁତ କିଛି କଥା ତା ଠୁ ଶିଖିଛି ।ଖାଲି ଯେ ଗୁରୁଜନମାନଙ୍କଠୁ ଶିଖନ୍ତି ସେଇଆ ନୁହେଁ ସାନମାନେ ମଧ୍ୟ ଜୀବନ ଜୀଇଁବାର ଶୈଳୀରେ ପକ୍କା ଜ୍ଞାନୀ,ଏଇୟା ଭାବି ଉଠିଗଲେ କୁକ ରେ ସୁଜି cake ବନେଇ ରଖିଲେ ।ଦେବୀ ଆସିଲା ,ବହୁତ ଥକା ଥକା ଲାଗୁଥିଲା କହିଲା ମାମା ତୁମ ପାଇଁ ମଲ୍ଲୀ ଗଜରା ଆଣିଛି ଆଜି ପରା ଗୁରୁ ପୂର୍ଣ୍ଣିମା ।ସେତେବେଳେ ଯାଏ ସୁଦୀପା ଭାବୁଥିଲେ ଝିଅ ବୋଧେ କାମ ବ୍ୟସ୍ତ ତା ଭିତରେ ସବୁ ଭୁଲି ଯାଇଛି।ଗଜରା ବାସ୍ନାରେ ଘର ବାହାର ସୁଦୀପା ମନ ହୃଦୟ ମହକୁ ଥିଲା ଏକା ସାଙ୍ଗରେ ।