Satyabati Swain

Children Stories

4  

Satyabati Swain

Children Stories

ବନା ପୁଅ ପାର୍ଥ

ବନା ପୁଅ ପାର୍ଥ

4 mins
282



ପାର୍ଥ ମୋ ଛାତ୍ର କାନ୍ଦୁଥିଲା ଚିତ୍ର ପ୍ରତି ଯୋଗୀତାରେ ଜିଲ୍ଲା ସ୍ତରରେ କିଛି ହେଲାନି ବୋଲ। 


ପାର୍ଥକୁ ସମସ୍ତେ ଡାକନ୍ତି ହେ ବନା ପୁଅ।


ବନା,ପାର୍ଥର ବାପା ଗାଡି ଧକ୍କାରେ ଗୋଟିଏ ଗୋଡ଼ ହରାଇଛନ୍ତି।ବୋଉ ସୁମି ପର ଘରେ ପାଇଟି କରି ଯାହା ମାଗି ଯାଚି ଆଣେ ସେଇଥିରେ ଗୁଜୁରାଣ ମେଣ୍ଟାନ୍ତି ତିନି ପ୍ରାଣୀ।। ମଜୁରୀ ଲାଗନ୍ତା ଯେ ସୁମିକୁ ବିଲ କି ଅନ୍ୟ କେଉଁ କାମ ଆସେନି।ଭାରି ଦୁଃଖ କଷ୍ଟରେ ଚଳନ୍ତି।ପାର୍ଥ ତାଙ୍କର ଗୋଟିଏ ବୋଲି ପୁଅ।ଚିତ୍ର କରିବାରେ ଓସ୍ତାଦ।


ସବୁ ବର୍ଷ ଜିଲ୍ଳା ଯାଏ ଚୟନ ହୁଏ,କିନ୍ତୁ ସେଇଠୁ କଟି ଯାଏ।ସେଥିପାଇଁ ପାର୍ଥର ମନ ଭାରି ଦୁଃଖ। ଆଉ ଚିତ୍ର ଫିତ୍ର କିଛି କରିବ ନାହିଁ ବୋଲି କହୁଛି।ତୁଳୀ ଭାଙ୍ଗି ଫୋପାଡି ବି ଦେଇଛି ରାଗରେ।

ରଙ୍ଗ ବାକ୍ସ ଭସାଇ ଦେଇଛି ଜୋରରେ ।କେବେ ବି ଚିତ୍ର କରିବ ନାହିଁ ଶପଥ କରିଛି ।ତାକୁ ବୁଝାଇବାକୁ ଓ ତାର ମନ ଖୁସି କରିବା ପାଇଁ ଶ୍ରେଣୀରେ ଗୋଟିଏ ଗପ କହିଲି ।ଗପଟି ମହାଭାରତର.....  

 

କିଟି ମିଟି ଅନ୍ଧାର ରାତି।ଜଙ୍ଗଲ ଭିତରେ ଶୁଭୁଛି ଧନୁଶରର ଟଙ୍କାର ଶବ୍ଦ।ଶରର ଶବ୍ଦ ଚିରି ଦେଉଛି ଅନ୍ଧାର ଛାତି।କୁଆଡୁ ଆସିଛୁ ଏତେ ରାତିରେ ଶର ଚାଳନାର ସାଇଁ ସାଇଁ ଶବ୍ଦ!।କାନେଇଲେ ଗୁରୁଦେଵ ଦ୍ରୋଣାଚାର୍ଯ୍ୟ।ଶବ୍ଦକୁ ଠାବ କରି ଅଗ୍ରସର ହେଲେ ଆଶ୍ରମ ନିକଟସ୍ଥ ଜଙ୍ଗଲ ଭିତରକୁ।ପାଖକୁ ଯାଇ ଦେଖନ୍ତିତ "ଏ କଣ ଅର୍ଜୁନ ତୁମେ!ଏ ଅନ୍ଧାର ରାତିରେ ଶରା ଭ୍ୟାସ!!କଣ ହୋଇଛି ବତ୍ସ!",କୋମଳ ଓ ଜିଜ୍ଞାସୁ କଣ୍ଠରେ ପଚାରିଲେ ଗୁରୁ ଦ୍ରୋଣାଚାର୍ଯ୍ୟ।

 

ବିନୟ ଓ ନମ୍ର ତାର ସହ ଅର୍ଜୁନ କହିଲେ "ଗୁରୁ ଦେବ ଆପଣ ବାରମ୍ବାର ଆଶ୍ରମରେ ଧନୁର୍ବିଦ୍ୟା ଶିଖାଇଲେ ମଧ୍ୟ ମୁଁ ଚକ୍ର ଭିତର ବିନ୍ଦୁକୁ ଶର ନିକ୍ଷେପ କରି ପାରୁନାହିଁ।ଲକ୍ଷ୍ୟ ମୋର ଭ୍ରଷ୍ଟ ହେଉଛି।ଯାହା ମୋତେ ଅତୀବ କଷ୍ଟ ଦେଉଛି।ମନ ଅସ୍ଥିର ହେଉଛି।କଣ କଲେ ଶର ଚାଳନା ରେ ମୋର ଲକ୍ଷ୍ୟ ଅଵ୍ୟର୍ଥ ହେବ ସେଇ ଚିନ୍ତା ଅହରହ ମୋତେ ଦଂଶୁଛନ୍ତି"।

 

ଆଜି ରାତି ଅନ୍ଧାରରେ ଭାଇ ଭୀମ ଲୁଚି ଲୁଚି କ୍ଷୀର ଖାଉଥିଲେ। ଦେଖି ଦେଇ ମୁଁ ପଚାରିଲି" ମଝିଆଁ ଭାଇ ଅନ୍ଧାରରେ କେମିତି ଖାଉଛ"?


ସେ ମୋତେ କହିଲେ "ଆରେ ବୁଦ୍ଦୁ! ହାତର ବି ଆଖି ଥାଏ।ଦେଖୁନୁ କ୍ଷୀରି ଅନ୍ଧାର ହେଲେବି ପାଟିକୁ ହିଁ ଯାଉଛି"।


ଗୁରୁଦେବ,"ମୁଁ ଭାବିଲି ହାତର ଯଦି ଆଖି ଅଛି ତେବେ;ଅନ୍ଧାର ରାତିରେ ହାତ କ୍ଷୀରିକୁ ଇଆଡ଼େ ସିଆଡେ ନନେଇ କେବଳ ପାଟିକୁ ହିଁ ନେଉଛି; ତ ଅନ୍ଧାର ରାତିରେ ମୁଁ କାଇଁକି ଧନୁର୍ବିଦ୍ୟା ଶିଖି ପାରିବି ନାହିଁ?ସେଇଥିପାଇଁ ରାତିରେ ଜଙ୍ଗଲ ଭିତରେ ଗଛ ଗଣ୍ଡିରେ ଚକ୍ର କାଟି ଧନୁର୍ବିଦ୍ୟା ଅଭ୍ୟାସ କରୁଛି ଗୁରୁ ଦେବ।କ୍ଷମା କରିବେ ଆପଣଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥି

ବାରୁ।ମୋତେ ଯେମିତି ହେଲେ ଚକ୍ର ମଝି ବିନ୍ଦୁକୁ ଶର ମାରିବାର ଅଛି।ମୁଁ ସେଇଠି ମୋ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଚେଷ୍ଟା କରୁଛି ଆଜ୍ଞା।"


ଅଵିଭୂତ ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନର ଉତ୍ତରରେ।


ତାପର ଦିନ କୌରବ ଶହେ ଓ ପାଣ୍ଡଵ ପାଞ୍ଚ ଭାଇଙ୍କୁ ସେ ଅର୍ଜୁନଙ୍କ କଥାକୁ ପ୍ରତ୍ୟେକ ଶିଷ୍ୟ ପାଳନ କରିବା ଉଚିତ ବୋଲି ପରାମର୍ଶ ଦେବା ସହ କହିଲେ କି"ସଫଳତା ପାଇଁ ବାରମ୍ବାର ଚେଷ୍ଟା ଓ ମନୋବଳ ହିଁ ଜଣକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ।ଏଣୁ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଠାରୁ ନିବୃତ୍ତ ନ ହୋଇ ଅସଫଳ ହେଲା ବୋଲି ଚେଷ୍ଟା ଛାଡ଼ିଦେବା କିମ୍ବା ମନୋବଳ ଅବା ନିଜ ଭିତର ଇଚ୍ଛା ଶକ୍ତିକୁ ପରିହାର କରିବା ଉଚିତ ନୁହେଁ।


ସମୟ ବେଶ ପରୀକ୍ଷା ନିଏ ଆତ୍ମ ବିଶ୍ୱାସର।ନିଜ ସୃଜନୀ ବିକାଶ ପାଇଁ ପୁରସ୍କାର ନୁହେଁ ବରଂ କୃତୀ ଉପରେ ଲକ୍ଷ୍ୟ ଦେବା ଉଚିତ।ନିଜକୁ ପଚାରିବା ଏହା କି କେଉଁଠି ତ ମୋର ତ୍ରୁଟି ରହୁଛି,ଯେଉଁଥି ପାଇଁ ପଛରେ ପଡି ଯାଉଛେ।ସ୍ବପ୍ନ ଓଲକ୍ଷ୍ୟକୁ ହାତ ମୁଠାରେ କଷିକି ଧରି ସାଧନା,ଅଧ୍ୟବସାୟ ଓ ନିଷ୍ଠାର ସହ ଚାଲିବାର ଅଛି।ମୁଁ ପାରିବି ଓ ମୋ ଦେଇ ହେବ ଏତିକି ବିଶ୍ୱାସ ତ ନିଜ ଉପରେ ରଖିବା ଏକାନ୍ତ ଆବଶ୍ୟକ।ସେଇଥି ପାଇଁ ସିନା ଅର୍ଜୁନ ହୋଇ ପାରିଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର!।


ଗପଟି ଶୁଣି ସାରିଲା ପରେ ପାର୍ଥ କାନ୍ଦୁରା ମୁହଁରେ ଟିକେ ହସ ଓ ଆତ୍ମ ବିଶ୍ୱାସ ଫୁଟି ଉଠିଥିବାର ସେଦିନ ମୁଁ ଲକ୍ଷ୍ୟ କରିଥିଲି।

 

ଆନନ୍ଦର କଥା ପାର୍ଥ ଛଅ ଥର ପରେ ସାତଥରକୁ ଖାଲି ରାଜ୍ୟ ସ୍ତରୀୟ ଚିତ୍ର ପ୍ରତିଯୋଗିତା ନୁହେଁ ରାଜଧାନୀ ଦିଲ୍ଲୀ ଯାଇଥିଲା ଓଡ଼ିଶାର ସର୍ବଶ୍ରେଷ୍ଠ ଚିତ୍ର ପ୍ରତିଯୋଗିତା ପାଇଁ।ସେଠିବି ପ୍ରଥମ ହୋଇ ଗୋଲଡ଼ ମେଡାଲ ପାଇଛି।


ଚାରି ଆଡ଼େ 'ବନା ପୁଅ ପାର୍ଥ "ଦିଲ୍ଲୀର ଚିତ୍ର ପ୍ରତିଯୋଗିତାରେ ଫାଷ୍ଟ୍ ହୋଇଛି।


ଟିଭି,ଖବର କାହାଜ ଏବଂ ମଲ୍ଲୀ ଗାଁ ର ଆଖ ପାଖ ଲୋକଙ୍କ ମୁହଁରେ ଖାଲି ବନା ପୁଅ ପାର୍ଥ ର ନାଁ।


ପାର୍ଥ ଫେରିଲା ପରେ ମେଡାଲ ଟି ଧରି ସିଧା ମୋ ପାଖକୁ ଆସିଛି ଏବଂ ମୋ ପାଦ ଧୂଳି ନେଇ କହୁଛି ଆପଣ ସତ କହିଥିଲେ ମାମ୍ ବାରମ୍ବାର ଚେଷ୍ଟା ମଣିଷକୁ ତା ଲକ୍ଷ୍ୟ ସ୍ଥଳରେ ପହଂଚାଏ।ଏଇ ଦେଖନ୍ତୁ,ଚେଷ୍ଟାରଫଳ ଏ ମେଡାଲ ,ଏ ସାର୍ଟିଫିକେଟ ଏବଂ ପଚାଶ ହଜାର ଟଙ୍କାର ଚେକ୍।


ମୋ ବାପା ଗୋଡ଼ ଏଥିରେ ଚିକିତ୍ସା କରେଇବି।ଆଉ ମୋ ବୋଉ ପାଇଁ ବଢିଆ ଶାଢ଼ୀ ଖଣ୍ଡେ କିଣିବି।ତା ଛଡା ମୋତେ ମେଟ୍ରିକ ପରେ ରାଜ୍ୟ ସରକାର ଆର୍ଟ ଆଣ୍ଡ୍ କ୍ରାଫ୍ଟ କଲେଜରେ ନାମ ଲେଖାଇ ମାଗଣାରେ ପଢ଼ାଇବାର ସୁଯୋଗ ଦେବେ।ତୃତୀୟ ଶ୍ରେଣୀରୁ ଚେଷ୍ଟା କରି କରି ନବମ ଶ୍ରେଣୀରେ ମୋ ସ୍ବପ୍ନ ପୁରଣ ହେଲା ମାମ୍।ଆଉ ଏଇଟା କେବଳ ଆପଣଙ୍କ ପାଇଁ ସମ୍ଭବ ମାମ୍।


ଆପଣଙ୍କୁ ବି କିଛିଦେବାର ଅଛି।ମୁଁ କହିଲି ପାଇ ସାରିଛିରେ ପାର୍ଥ,ଯେଉଁଦିନ ତୋ ନାଁ ଓଟିଭି ଘୋଷଣା କଲା ଓଡିଶାରୁ ପ୍ରତିନିଧିତ୍ୱ କରିଥିବା ଚିତ୍ର ପ୍ରତିଯୋଗିତାରେ ସରକାରୀ ସ୍କୁଲର ନବମ ଶ୍ରେଣୀ ଛାତ୍ର ଶ୍ରୀ ପାର୍ଥ ପ୍ରତିମ ପ୍ରଥମ ହୋଇ ଗୋଲଡ଼ ମେଡାଲ ପାଇବାର ହକ୍ଦାର ହୋଇଛନ୍ତି।ପ୍ରତ୍ୟେକ ଶିକ୍ଷକର ଏତିକି ଦରକାର।


ତୁ କଣ ବୁଝିପାରିବୁ ଯେତେବେଳେ ତୋ ସାକ୍ଷାତକାର ନିଆଗଲା ଓ କିଏ ତୁମ ପ୍ରେରଣା ଉତ୍ସ ପଚାରଗଲା;ସେଦିନର ଉତ୍ତର ତୁ ଦେଇଥିଲୁ ମୋ ପ୍ରିୟ ଶ୍ରୀୟା ମାମ୍।ସେଦିନ ତୋ ଏ ଶ୍ରୀୟା ମାମ୍ ଖୁସିର କାନ୍ଦି ପକାଇଥିଲେ।ସେତିକି ତ ଜଣେ ଶିକ୍ଷକ ଅପେକ୍ଷା ରଖେ କି ତା ଛାତ୍ର ଛାଇ ଯାଉ ସମଗ୍ର ବସୁଧା।ୟା ଠାରୁ ଆଉ କଣ ବଡ଼ ମୋତେ ଦେବୁରେ ପାର୍ଥ!!


 ମୁଁ ତା ମୁଣ୍ଡ ଆଉଁସି କହିଲି ହଁ ରେ ବାବା ବାରମ୍ବାର ଚେଷ୍ଟା ତୋ ସଫଳତା ପାଇବା ପରି ଖୁସି,ନାମ,ଅର୍ଥ ଓ ସୁନ୍ଦର ଭବିଷ୍ୟତ ଅଜାଡି ଦିଅନ୍ତି। ଜୀବନରେ କେବେ କୌଣସି ଦିନ ଅସଫଳ ହେଲୁ ବୋଲି ଚେଷ୍ଟା କରିବା ଛାଡ଼ିବୁନି ବାପ।ତୁ ଆହୁରି ନାଁ କର।ବାପାମା ଗାଁ,ରାଜ୍ୟ ଦେଶର ନାଁ ବି ରଖ।ପାର୍ଥ ମୋତେ ଖୁସିରେ ଗୋଟିଏ ଡାଇରୀ ଓ ପେନ୍ ନେବାକୁ ବାଧ୍ୟ କରିଥିଲା।ଯାହା ଆଜିଯାଏ ସାଇତି ରଖିଛି ମୋ ଆଲମାରୀରେ।ପ୍ରଥମ ପ୍ରଥମ ଚାକିରୀ ବେଳ କଥା ଏ ମୋର।


ପାର୍ଥ ଏବେ ଓଡ଼ିଶାର ଜଣେ ନାମଜାଦା ଆର୍ଟିଷ୍ଟି।ସେ ଦିଲ୍ଲୀରେ ରହୁଛି କୋଟି ପତି କହିଲେ ଚଳେ;କିନ୍ତୁ ଯେବେ ତା ଗାଁକୁ ଆସେ ମୋତେ ଯେଉଁଠି ଥିଲେ ବି ଦେଖା କରିବା ଥୟ।ସେତିକି ବେଳେ ମୋତେ ଲାଗେ ଏଇତ ଆକାଶ ମାଟିକୁ ଛୁଉଁଛି।ଆକାଶ ମାଟିକୁ ଛୁଏଁନା କିଏ କୁହେ!!!


ଏବେ ପାର୍ଥ କୁ ସମସ୍ତେ ବନମାଳୀ ପୁଅ ପାର୍ଥ ପ୍ରତିମ ବାବୁ କୁହନ୍ତି।



Rate this content
Log in