ବିଶ୍ୱାସ
ବିଶ୍ୱାସ
ଟିକେ ଦେଖି ଚାହିଁ କାମ କରି ପାରୁନ ? ମନଟା କେଉଁଠି ରଖିଛ ? ଏତେ ଅସ୍ଥିର କଣ ପାଇଁ ? ଛୋଟ ପିଲା ହେଇଛ, ଶିଖେଇବାକୁ ପଡିବ? କୌଣସି ଗୋଟିଏ କାମ ଠିକ୍ ଭାବରେ କରି ପାରୁନ ? ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର, ଏପରିକି ପତିଦେବଙ୍କର ଏତେ ପ୍ରଶ୍ନବାଣରେ ମୁଁ ଭୁଲି ଯାଇଥିଲି ଯେ ମୋ ହାତରେ ଗରମ ପେଜ ପଡି ଯାଇଛି ଓ ମୋତେ ତାହାର ଆଶୁ ଚିକିତ୍ସା କରିବା ଉଚିତ l ମୋ ଆଖି ଲୁହରେ ଭର୍ତ୍ତି ହୋଇ ଯାଇଥିଲା l ଲୁହକୁ ଲୁଚେଇବା ପାଇଁ ମୁଁ ବେସିନ୍ ପାଖରେ ମୁହଁ ଧୋଉଛି, ସୋନୁ ମୋର ତିନି ବର୍ଷର ପୁଅ ମୋ ହାତ ଟାଣି ଆଣି ବିଭୂତି ଲଗେଇ ଦେଲା l ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି ତାକୁ l
: ମାମା ! ତମେ ଏ ବିଭୂତି ଲଗେଇ ଦିଅ, ତମର ଉଃ ଭଲ ହୋଇଯିବ l ସୋନୁର ଏତିକି କଥାରେ ମୋର ଜ୍ଜ୍ୱଳନ ସତରେ ଭଲ ହୋଇ ଯାଇଥିଲା, କାହିଁକି ନା ମୋ ସହ ମୋ ପୁଅର ବିଶ୍ୱାସ ଥିଲା l