STORYMIRROR

Akshayakumar Dash

Others

4  

Akshayakumar Dash

Others

ବିବାହ

ବିବାହ

1 min
616

ଵାଳାଶ୍ରମରେ ବିବାହ । କେନ୍ଦ୍ରାପଡା ଅନାଥ ଆଶ୍ରମ କୁମାରୀ ଯୁବତୀମାଙ୍କର ବିବାହ କରିଥିଲେ ଆଶ୍ରମର କର୍ମକର୍ତା । ବରପିତାମାତା ଓ କନ୍ୟାପିତା ମାତା ଉଭୟ ଆକସ୍କିକ । କନ୍ୟାପିତାମାତା ନିଜ ଝିଅପରି କନ୍ୟାର ସମସ୍ତ ଉପକରଣ ଯଥା ଶାଢ଼ୀ , ଆଟାଚି ଅଳଙ୍କାର ଠାରୁଆରମ୍ଭକରି ପଲଙ୍କ , ଡ୍ରେସିଂଟେବୁଲ , ସମସ୍ତ ସଜ ସଂଗ୍ରହକରି ଝିଅ ବିବାହ ପାଇଁ ପ୍ରସ୍ତୁତ ।

ଏପଟରେ ବରପିତା ବାଜା ବଜେଇ ବାଣ ଫୁଟେଇ ବରଯାତ୍ରୀ ଅସୁଛନ୍ତି । ବିବାହ ବେଦୀରେ ପୁରୋହିତର ମନ୍ତ୍ରପାଠ ।ହୋମ ଅଗ୍ନିକୁ ସାକ୍ଷୀଦେଇ ଦୁଇ ସାଥିହୋଇ ସଂସାର ଗଢିବାକୁ ଯାଉଛନ୍ତି । ବର କନ୍ୟା ହାତଗଣ୍ଠି । ଯଥା ରାବଣଶ୍ୟ ମଂଦୋଦରୀ । ବେଦୀ ଚାରିପିଠିରେ ଘୁରି ଅସିଲେ। କନ୍ୟା ବରଗଳାରେ ଗଲାଇ ଦେଲେ ବରଣ ମାଳ । ବରମଧ୍ୟ ସିନ୍ଦୁର ଟୋପାଟିଏ ଲଗାଇ ଦେଲା ।

କନ୍ୟା ବିଦାହେବା ସମୟ । ପିଲାଟିବେଳୁ ବଢିଥିଲା ଆଶ୍ରମରେ । ତାପରି କେତେଜଣ ସାଙ୍ଗସାଥିଙ୍କ ଠାରୁ ବିଦାୟ ନେବ ଶାଶୂଘର ଯିବ ବଧୂରୁପରେ ।ଅଲୋଡ଼ା ଜୀବନକୁ ନେଇ ରଙ୍ଗ ନଥିଲା ମନ ମନ୍ଦିରରେ। କାହାର ଚମତକାରିତ। ଯଦି କାହାର ମୁଖରେ ସୁଖ ଦେବାକୁ କିଏ ଆଗେଇ ଆସେ ସେହି ତ ମହାନ । କନ୍ୟାଶ୍ରମର କନ୍ୟାଦାନ ସମସ୍ତଙ୍କ ପାଇଁ ପ୍ରେରଣା ।



Rate this content
Log in