Gitanjali Pujapanda

Children Stories Horror Fantasy

3  

Gitanjali Pujapanda

Children Stories Horror Fantasy

ଭୂତୁଣୀ

ଭୂତୁଣୀ

5 mins
204


          

ମଧୁ ପୁର ନାମକ ଏକ ଗାଁ ରେ ରାଜେଶ ବୋଲି ଜଣେ ବ୍ୟବସାୟୀ ରହୁଥିଲା ।ତା ଘର ଟି ଗାଁ ର ଶେଷ ମୁଣ୍ଡ ରେ ,ଘରେ ତାର ସ୍ତ୍ରୀ ଆଉ ପୁଅଝିଅ ଦୁଇ ଟି ,ଚୁଡି ବ୍ୟବସାୟ ସେ କରେ ତା ସହିତ କିଛିକୁକୁଡ଼ା ଓ ଗାଇ ରଖି ସେମାନଂକର ଅଣ୍ଡା ଆଉ କ୍ଷୀର ବିକି ଖୁବ ଭଲ ରେ ଜୀବନ ଯାପନ କରୁଥାଏ। ସବୁ ମାସ ରେ ସେ ଗାଁଆ ଗାଁଆ ବୁଲି ଚୁଡି ବିକେ ,କେତେକ ଘର ର ଲୋକ ତାର ଧରା ବନ୍ଧା ଗ୍ରାହକ ଥିଲେ ।ବହୁତ ସୁନ୍ଦର ସୁନ୍ଦର ଚୁଡିକୁ ସଜେଇ ଗୋଟେ ଗାଁଆ ରୁ ଆଉ ଗୋଟେ ଗାଁକୁ ଯାଏ ।


ସକାଳୁ ଉଠିବ କ୍ଷଣି କାମ ରେ ସେ ଲାଗି ଯାଏ ସେ ଗାଇ ଦୁହିଁ ଗାଇ ମାନକୁ ଖାଇବାକୁ ଦେଇ ଚରିବାକୁ ଛାଡ଼ି ଦିଏ।ଆଉ ନିଜେ କିଛି ଖାଇ ନେଇ ଚୁଡିବିକି ବାକୁ ବାହାରି ଯାଏ ,ସାଙ୍ଗ ରେ କାଳେ ଡେରି ହେବ ,ସେଥିପାଇଁ ମଧ୍ୟାହ୍ନ ଭୋଜନ ର ଏକ ଖାଦ୍ୟ ପୁଡ଼ିଆ ଟି ସାଙ୍ଗ ରେ ମଧ୍ୟ ବାନ୍ଧି ନିଏ, ସନ୍ଧ୍ୟାକୁ ଫେରି ଆସେ ଘରକୁ ।ଭଲ ଦାମ ରେ ଚୁଡି ବିକୁଥିବା ରୁ ତାର ବହୁତ ଗ୍ରାହକ ହେଇଯାଇଥାନ୍ତି ।


ଗୋଟେ ଦିନ ରାଜେଶ ଖରା ରେ ବୁଲିବୁଲି ଗୋଟେ ଗାଁଆ ର ଶେଷ ମୁଣ୍ଡ ରେ ହାଲିଆ ହେଇ ଏକ ବରଗଛ ଛାଇ ରେ ବସିଯାଏ ,ତା ପାଖ ରେ ଏକ କୂଅ ଥାଏ ,ସେ କୂଅ ରୁ ପାଣି ଆଣି ,ଛାଇ ରେ ନିଜ ଆଣି ଥିବା ଖାଦ୍ୟକୁ ଖାଇବା ପାଇଁ ବସିଯାଏ ଖାଇ ସାରିବା ପରେ ,ଆଉ ଯାହା ବଳିଲା,ବୁଲାକୁକୁର ମାନକର ଉଦ୍ଧେଶ୍ୟ ରେ ଛାଡି ତା ରାସ୍ତା ରେ ଗଲା ।


ରାଜେଶ ଯିବା ପରେ ପରେ ହିଁ ଗୋଟେ ବ୍ରହ୍ମରାକ୍ଷସୀ ଟିଏ ଆସି ସେଠାରେ ପହଁଚିଲା ଉଦୁଉଦିଆ ବେଳ ,ଖାଇବା ଆଶା ନେଇ ସମସ୍ତେ ବାହାରନ୍ତି ,ଜୀବ ଜନ୍ତୁ ନର ରାକ୍ଷସ ,ରାଜେଶ ର ବଳକା ଖାଇବା ଗୁଡିକ ଦେଖିଲାସେ ,ସେତେବେଳେକୁ ତାକୁ ଭାରି ଭୋକ ଲାଗୁଥାଏ।ସେ ଖୁସି ରେ ସେ ଗୁଡିକ ଖାଉଥାଏ ।ଏ ପ୍ରାଯନ୍ତ ସେ କଞ୍ଚା ମାଂସ ଖାଉଥିଲା ।ରନ୍ଧା ହୋଇଥିବା ସ୍ୱାଦିଷ୍ଟ ଖାଦ୍ୟ ଖାଇ ଭାବିଲା -ଆହା ମଣିଷ ଖାଦ୍ୟ କି ସ୍ୱାଦ!ମୋର ଇଛା ହେଉଛି,ମଣିଷ ରୂପ ନେଇ ତା ସହିତ ରହିବାକୁ ।


ମଣିଷ ରୂପ ରେ ସେଇ ବରଗଛ ମୂଳ ରେ ବସିଥାଏ ସେ ,କାଳେ କିଏ ମଣିଷ ସେ ବାଟ ଦେଇଯିବ ,ଆଉ ସିଏ ତା ସହିତ ତା ଘରକୁ ଯିବ ,ସାନ୍ଧ୍ୟ ହେଇ ଆସୁଥାଏ ।ରାଜେଶ ସେହି ବାଟ ଦେଇ ଫେରିଲା ,ବରଗଛ ନିକଟ ରେ ଥିବା କୂଅ ମୂଳ ରେ ପାଣି ପିଇ ହଠାତ ଦେଖିଲା ସ୍ତ୍ରୀ ଲୋକ ଟି ବରଗଛ ତଳେ ବସି କାନ୍ଦୁଛି ।ସେ ତାକୁ ଦେଖି ପଚାରିଲା ,"ଭଉଣୀ ତୁମେ କିଏ? ଏମିତି ଏଠି ବସି କାହିଁକି?କାନ୍ଦୁଛ

ଭୂତୁଣୀ କହିଲା "" ବାବୁ ବହୁତ ଦୂର ରେ ମୋ ଘର ମୋ ସ୍ୱାମୀ ମତେ ବାଡେଇ ଘରୁ କାଢ଼ିଦେଲେ ,ଖାଇବାକୁ ଦଉ ନ ଥିଲେ ,ପିଲା ଥିଲା ମୋର ,ଦେହ ଖରାପ ହେଲା ତାର ସେବି ମତେ ଛାଡି ଚାଲିଗଲା, ମୁଣ୍ଡ ଗୁଞ୍ଜିବାକୁ ଟିକେ ଆଶ୍ରୟ ଦରକାରକୁଆଡେ ଯିବି ଭାବି ବସିଛି ।


ରାଜେଶ କହିଲା ,""ଓଃ, ବହୁତ ଦୁଃଖ ର କଥା ,ଆମ ଘରକୁ ଯିବ ,ମୋ ସ୍ତ୍ରୀକୁ ଘର କାମ ରେ ସାହାଯ୍ୟ କରିବ ।ଦରମା ତ ମୁଁ ଦେଇ ପାରିବିନି ଅନ୍ତତଃ ପେଟ ଭାରି ଖାଇବାକୁ ଦେବି ,ଯଦି ତୁମର ମନ ନ ଲାଗେ ,ତମେ ଆଉକୁଆଡେ ଯାଇ କାମ ଖୋଜିବ ।

ସ୍ତ୍ରୀ ଲୋକ ଟି କହିଲା ""ବାବୁ ଆପଣ ମୋତେ ଏତେ ସାହାଯ୍ୟ କଲେ ସେଥିପାଇଁ ବହୁତ ଧନ୍ୟବାଦ ।କିନ୍ତୁ ଗୋଟେ କଥା ମନେ ରଖିବେ ,କରି ନ ପାରୁଥିବା କାମ ମୋତେ ଯେଉଁ ଦିନ ଦେବେ ମୁଁ ଆଉକୁଆଡେ ଚାଲିଯିବି।

ରାଜେଶ ସବୁ ଶୁଣି କହିଲା ଠିକ ଅଛି ,ତା ସାଥିରେ ତାକୁ ଘରକୁ ନେଇଗଲା ।ସବୁକଥା ତା ସ୍ତ୍ରୀକୁ କହିଲା ,ତା ସ୍ତ୍ରୀ ପଚାରିଲା , ଭଉଣୀ ତୁମ ନାମ ଟା କଣ??

ସେ କହିଲା "ମୋ ନାଁ ଦାନବୀ" ରାଜେଶ ର ସ୍ତ୍ରୀ ମାଳତୀ ମନେ ମନେ ଭାବିଲା ଇଏ କି ନାଁ ମ ,ସ୍ତ୍ରୀ ଲୋକ ଟି ବି ସେମିତି ଦାନବୀ ପରି ।ହେଲେ ଯାହା ହେଉ ତା ସ୍ବାମୀକୁ ସେ ବହୁତ ଦିନ ରୁ କହୁଥିଲା ,ଘର କାମ ରେ ତାକୁ ସାହାଯ୍ୟ କରିବ ପାଇଁ ଗୋଟେ ଲୋକ ଦରକାର ବୋଲି ,ଆଜି ତା ଆଶା ପୂରଣ ହେଲା ଭାବି ଖୁସି ହେଉ ଥାଏ ସିଏ।


ଦାନବୀ ଘର ର ସବୁ କାମ ରେ ତାକୁ ସାହାଯ୍ୟ କରୁ ଥାଏ ।ବେଳେ ବେଳେ ଘର ର ସବୁ କାମ ଏକୁଟିଆ କରିନିଏ।ପେଟ ଭାରି ଖାଦ୍ୟ ଖାଏ ,ମାଳତୀ ମନେ ମନେ ଭାବିଲା ,ଏ ସ୍ତ୍ରୀ ଲୋକ ଟି କେତେ ପରିମାଣ ର ଖାଉଛି ।ବହୁତ କାମ କରୁଛି ସେଥିପାଇଁ ବୋଧେ ।

ଦିନେ ବହୁତ ରାତି ରେ ରାଜେଶ ଘରକୁ ଫେରିଲା ,ଶୀତ ଦିନ ,ଖଟ ଉପରେ ରେଜେଇ ଘୋଡ଼ି ହୋଇ ତା ସ୍ତ୍ରୀ ପିଲା ମାନକୁ ଧରି ଶୋଇ ଥାଏ ।ତଳେ ଚଟାଣ ରେ ଦାନବୀ ମଧ୍ୟ ଘୋଡ଼ି ହୋଇ ଶୋଇ ଥାଏ।ଘର ଭିତର ପଟୁ ବନ୍ଦ ଥାଏ।


ରାଜେଶ କବାଟ ବାଡେଇବା ରୁ ମାଳତୀ ଦାନବୀକୁ କହିଲା କବାଟ ଖୋଲିବାକୁ ।""କିନ୍ତୁ ଏ କଣ ?ମାଳତୀ ଦେଖିଲା ଶୋଇ ବା ଜାଗା ରେ ଶୋଇ ମଧ୍ୟ ଦାନବୀ କବାଟ ଟି ଖୋଲି ଦେଲା ହାତ ବଢ଼େଇ, ହଠାତ ତା ହାତ ଟା ଦଶ ହାତ ଲମ୍ବା ହୋଇଗଲା।ଏ ସବୁ ଦେଖି ମାଳତୀ ଗୋଟା ପଣ ରେ ଭୟ ଆଉ ଛାନିଆ ରେ ଥରିବାକୁ ଲାଗିଲା ,ରେଜେଇ ଭିତରେ ମୁହଁକୁ ପୁରେଇ ନିରବ ରେ ଶୋଇ ପଡ଼ିଲା ।ତା ପରଦିନ ସକାଳୁ ସବୁ କଥା ରାଜେଶକୁ କହିଲା ।ସେ କହିଲା ""କାମ ତ ବହୁତ ସୁନ୍ଦର କରୁଛି ହେଲେ ନାମ ଅନୁସାରେ ସେ ଦାନବୀ ବୋଧେ ମାନବୀ ନୁହେଁ" ।


ରାଜେଶ ମଧ୍ୟ ଭାବି ଦେଖିଲା ଯେ କାଲି ରାତି ରେ କବାଟ ଖୋଲିଲା ପରେ ସେ ଘର ଭିତରକୁ ପଶି ଆସି ଦେଖିଲା ଯେ ଦାନବୀ ତଳେ ସପ ପାରି ଘୋଡି ହୋଇ ଶୋଇଛି,ମନେମନେ ଭାବିଲା ,କବାଟ ଖୋଲିଲା ପରେ  ଜଣକୁ ତା ବାଛଣାକୁ ଆସିବାକୁ ତ କିଛି ସମୟ ଲାଗିବ ନା ,ଇଏ ଏତେ ଶିଘ୍ର କେମିତି ବିଛଣାକୁ ଗଲା ।ଏବେ ସେ ମାଳତୀ କଥା ଟିକେ ବିଶ୍ୱାସ କଲା ।କିନ୍ତୁ ଏତେ ପର୍ଯନ୍ତ ସତ୍ୟତା ର କିଛି ପ୍ରମାଣ ନାହିଁ ।କେମିତି ଜାଣିବ ସେ ଦାନବୀକୁ ମନେ ମନେ ଗୋଟେ ଉପାୟ ପାଞ୍ଚିଲା

।ତାର ମନେ ପଡ଼ିଲା ଦାନବୀ ର ସର୍ତ୍ତ କଥା।


ରାଜେଶ ଦାନବୀକୁ ଡାକି କହିଲେ ""ଦେଖ ଭଉଣୀ ଆମ ଘର ଚାରି ପାଖ ଖୋଲା ହେଇ ପଡିଛି ,ଯାହା ଗଛ ଲାଗିଛି ସବୁ ଗାଇ ଗୋରୁ ମନେ ଖାଇ ଦେଉଛନ୍ତି ,ତମେ ଗୋଟେ ପାଚିରୀ ଆମ ଜାଗା ରେ କରି ଦିଅନ୍ତ ନି ।


ଦାନବୀ କିଛି ନ କହି ,କାମ ରେ ଲାଗିଗଲା ।ସୁନ୍ଦର ପାଚିରୀ ତିଆରି କରି ଭଲ ଭଲ ଫୁଲ ଗଛ ଫଳ ଗଛ ସବୁ ଲଗାଇ ସୁନ୍ଦର ବଗିଚା ମଧ୍ୟ ତିଆରି କଲା ।ତା "ପରେ ରାଜେଶକୁ ଗାଁ ରେ ସମସ୍ତେ ଙ୍କୁ କହିଲା ,ଏ ସ୍ତ୍ରୀ ଲୋକ ଗୋଟେ ଭୂତୁଣୀ ବୋଲି ,ଏସବୁ ଦେଖି ମଧ୍ୟ ସେ ମନେ ଜାଣିଗଲେ ,ଜଣେ ମଣିଷ ଗୋଟେ ଦିନ ରେ ଏତେ ସବୁ କାମ କରି ପାରିବ ନାହିଁ ବୋଲି ।ରାଜେଶ ତଥାପି ତାକୁ ତଡୁ ନ ଥାଏ ।ହେଲେ ଗାଁ ଲୋକ ତାକୁ ବ୍ୟସ୍ତ କରି ପକାଉଥାନ୍ତି ।ଶୀଘ୍ର ତାକୁ ଗାଁଆ ରୁ ବାହାର କରିବାକୁ ,କାରଣ ସମସ୍ତଙ୍କ ମନ ରେ ତାର ଡର ଥାଏ ।


ଦିନେ ରାଜେଶ ଘରେ ତା 'ର ପିଲା ମାନେ ଖେଳୁ ଥାନ୍ତି ଓ ସେ ପଡୋଶୀ ମାନଙ୍କ ସହିତ ଗପ କରୁଥାଏ । ଏଇ ସମୟ ରେ ମୂଷା ଟିକୁ ବିଲେଇ ଟିଏ ଗୋଡ଼ାଇ ବାରୁ ପ୍ରାଣ ବିକଳ ରେ ଗାତ ଭିତରେ ପଶିଗଲା ।ଦାନବୀକୁ ପିଲାମାନେ କହିଲେ ,ଦାନବୀ ଅପା କି ସୁନ୍ଦର ଗୁଣ୍ଡୁଚି ମୂଷା ଟିଏ!ଧରି ଆଣି ଦେଵ ??"


"ନିଶ୍ଚୟ"କହି ସେ ନିଜକୁ ଏକ ଛୋଟ ରୂପ କରି ଗାତ ଭିତରେ ପଶିଗଲା ।।ସେଠାରେ ବସିଥିବା ପଡୋଶୀ ଙ୍କ ମାନେ ବସି ବସି ଏ ସବୁକୁ ଲକ୍ଷ୍ୟ କରୁ ଥିଲେ ।ସେମାନେ ହଠାତ ଦୌଡ଼ି ଆସି ମାଟି ଟୋକିଏ ଟୋକିଏ ପକାଇ ଗାତ ଟିକୁବନ୍ଦ କରି ଦେଲେ । ରାଜେଶକୁ କହିଲେ ଏବେ ସବୁ ସମସ୍ୟା ର ସହଜ ସମାଧାନ ତମ ପିଲାମାନେ କରିଦେଲେ,ସବୁ କଥା ତାକୁ କହିଲେ ,ସମସ୍ୟା ତା ଖୁବ ସହଜ ରେ ସମାଧାନ ହେଇଯାଇଛି ବୋଲି ସମସ୍ତେ ଖୁବ ଖୁଶି ଥିଲେ ,ଆଉ ପ୍ରାଣ ଖୋଲି ହସିଲେ ।


Rate this content
Log in