Suresh chandra Padhy

Others

3  

Suresh chandra Padhy

Others

ଭ୍ରମଣ

ଭ୍ରମଣ

1 min
333


ରାମ ବାବୁ ଭାରି ସରଳ ଲୋକ । ସେ ବଡ଼ ସ୍ୱାଭିମାନି ଲୋକ । କିନ୍ତୁ ତାଙ୍କ ସ୍ତ୍ରୀ ଭାରି କ୍ରୋଧି ଲୋକ । ରାମ ବାବୁଙ୍କ ଜୀବନରେ ଶାନ୍ତି ନାହିଁ । ସେ ଯେଉଁ ସ୍ଥାନ ରେ କର୍ମ କରନ୍ତି ସେଠି ଅନେକ କଥା ଶୁଣନ୍ତି । ତାଙ୍କ ମୁଣ୍ଡ ଭାରାକ୍ରାନ୍ତ ହୋଇଯାଏ । ସେ ନିଜ ବନ୍ଧୁଙ୍କୁ ମନ କଥା କହିଲେ । ବନ୍ଧୁ ତାଙ୍କୁ ପ୍ରାତଃ ଭ୍ରମଣ ସନ୍ଧ୍ୟା ଭ୍ରମଣ କରିବାକୁ କହିଲେ । ସେ ସବୁ ଦିନ ଦୁଇ ବେଳା ଭ୍ରମଣ କରି ମାନସିକ ଶାନ୍ତି ପାଆନ୍ତି । ବେଳେବେଳେ ସ୍ତ୍ରୀଙ୍କ ସହିତ ମନ୍ଦିର ଓ ଧାର୍ମିକ ସ୍ଥାନକୁ ମଧ୍ୟ ବୁଲିବାକୁ ଯାଇ ଆନନ୍ଦ ଲାଭ କରନ୍ତି । ଥରେ ସ୍ତ୍ରୀଙ୍କୁ ଏକ ରୋଗ ହେଲା । ସେ କେବେ କାହା ସହ ମିଶନ୍ତି ନାହିଁ । ସେ ପ୍ରାୟ ଘରେ ରୁହନ୍ତି । ତେଣୁ ସେ ଅନେକ ରୋଗରେ ପଡିଲେ । ଡାକ୍ତର ତାଙ୍କୁ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କରିବାକୁ କହିଲେ । ସେ ବୁଝାଇ ଦେଲେ ଭ୍ରମଣ କଲେ ଦେହ ନିରୋଗ ହୁଏ । ଭ୍ରମଣ କଲେ ଶାନ୍ତି ଲାଗେ । ଭ୍ରମଣ କଲେ ମନର ଚିନ୍ତା ଦୂର ହୁଏ । ରକ୍ତ ସଞ୍ଚାଳନ ଠିକ ହୁଏ । ପ୍ରତ୍ୟେକ ଅଙ୍ଗ ଚଳପ୍ରଚଳ କରନ୍ତି । ଏଣୁ ଭ୍ରମଣ କରିବା ଉଚିତ । ରାମ ବାବୁ ଓ ତାଙ୍କ ସ୍ତ୍ରୀ ଭ୍ରମଣ କଲେ । ଧୀରେ ଧୀରେ ତାଙ୍କ ସ୍ତ୍ରୀ ସୁସ୍ଥ ହେଲେ ଓ ସବୁ ଦିନ ଭ୍ରମଣ କଲେ ।  

 ସତରେ ଭ୍ରମଣ ଆମେ କରିବା ଦ୍ୱାରା ନିରୋଗ ହେବା । ଅନେକ ସ୍ଥାନକୁ ଯାଇ ମଧ୍ୟ. ଭ୍ରମଣ କରିବା ।  

ବୁଗୁଡ଼ା,ଗଞ୍ଜାମ



Rate this content
Log in