ଭୋକ
ଭୋକ


ମନୋଜ ଅଫିସ୍ ସାରି ବସ୍ ରେ ଘରେ ପହଞ୍ଚିଲା ବେଳକୁ ପ୍ରାୟ ରାତି ଦଶଟା । ଘରକୁ ଆସି ଦେଖେ ତ ଅନିନ୍ଦିତା କେତେବେଳୁ ଡାଇନିଙ୍ଗ୍ ଟେବୁଲ ଉପରେ ଖାଇବା ଘୋଡାଇ ରଖି ଶୋଇ ଯାଇଛି l
- ଡ୍ରେସ ବଦଳାଇ ବାଥ୍ ରୁମ୍ କୁ ଯାଇ ଧୁଆଧୁଇ ହୋଇ ସିଧା ଖାଇବା ଟେବୁଲକୁ ଯାଇ ମନୋଜ ଡାକିଲା - ଅନିନ୍ଦିତା ଭୋକ ଲାଗିଲାଣି ! ! ଆସ ଖାଇବା ? ?
- ସେପଟରୁ ଅନିନ୍ଦିତା କହିଲା - ଖାଇବା ରଖି ଦେଇଛି ତୁମେ ଖାଇନିଅ ! ଅନିନ୍ଦିତା ମୁହଁରୁ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହେଲା- ମନୋଜ !
- ଆଚ୍ଛା ତୂମେ କହିଲ - ମୁଁ କଣ କେବେ ତୁମକୁ ଛାଡି ଏକା ଖାଇଛି ନା ଖାଇବି । ଅନିନ୍ଦିତା ସେପଟରୁ ଉତ୍ତର ଦେଲେ - ଆଜି ଠାରୁ ତୁମେ ଅଲଗା ଖାଇବ ଆଉ ମୁଁ ଅଲଗା ଖାଇବି, କାରଣ ଅଲଗା ଅଲଗା ଅଫିସ୍ ରେ କାମ କରୁଛେ । ଘରକୁ ଆସିବାର ସମୟ ଦୁଇଜଣଙ୍କର ଭିନ୍ନ । ତାପରେ ଆଜି ମୁଁ ଭାରି କ୍ଲାନ୍ତ ।
- ଅନିନ୍ଦିତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ମନୋଜ - ଅଜାଣତରେ ତୁମ ମନରେ ବୋଧହୁଏ କିଛି ଆଘାତ ଦେଇଛି ? ? ?
- ଟିକେ ରାଗି ଯାଇ କହିଲା - ଖାଇବ ନା... ନାହିଁ ଯେ.... l ନହେଲେ ମୁଁ ବି ଯାଉଛି ଉପାସରେ ଶୋଇପଡିବି ? ? ? ମନୋଜର କଥା ଶୁଣି ଖାଇବା ପାଇଁ ଆସିଲା ଅନିନ୍ଦିତା ।
- ଅନିନ୍ଦିତାଙ୍କର ଏଇ ଅଭିମାନିନୀ ଗୁଣଟା ଭାରି ଭଲ ଲାଗେ । ଆଜି ଯାଏ ମନୋଜର କୌଣସି କଥାକୁ କେବେ ଅମାନ୍ୟ କରିନି ଅନିନ୍ଦିତା । ଅଭିମାନ କରେ ବୁଝେଇବାକୁ ଚେଷ୍ଟା କରେ କିନ୍ତୁ ଏକଜିଦିଆ ହୁଏ ନାହିଁ । ଖାଇବା ପାଇଁ ଇଚ୍ଛା ନଥିଲେ ବି ବାଧ୍ୟ ବାଧକତାରେ ଅଳ୍ପ ଦିଟା ମନୋଜଙ୍କ ସାଥିରେ ଖାଇଲା l
- ମନୋଜ କହିଲେ - ଶୁଣିଥିଲି ଝିଅ ମାନେ କୁଆଡ଼େ ଭାରି ଫୁଲେଇ ଆଉ ଅଭିମାନିନୀ । ସତରେ ଅନିନ୍ଦିତା ତୁମେ କେତେ ସ୍ବାଭିମାନୀ ଆଜି ତାହା ପ୍ରମାଣ କରିଦେଲ । ଏବେ ତୁମେ କୁହତ ! ! ! କାହିଁକି ତୁମର ଏତେ ଅଭିମାନ ? କଣ ହୋଇଛି ତୁମର ? ?
- ଅନିନ୍ଦିତା କହିଲେ - ମୁଁ କାହିଁକି କାହା ଉପରେ ଅଭିମାନ କରିବି ? ? ମୋର କାହିଁକି କ'ଣ ହେବ ? ?
- ମନୋଜ କହିଲା - ମୋ ମୁହଁକୁ ଥରେ ଚାହିଁ କହିଲ ଦେଖି - ତୁମର କିଛି ହୋଇନି ? ? ?
- ଅଭିମାନ ସ୍ଵରରେ ଅନିନ୍ଦିତା କହିଲା - ସେ ବନଜା କିଏ ? ? ? କ'ଣ ତାର ପରିଚୟ ? ? ?
- ଅନିନ୍ଦିତା ଏମିତି ହଠାତ୍ ଅପ୍ରତ୍ୟାଶ୍ରିତ ପ୍ରଶ୍ନଟିଏ ପଚାରିବ ବୋଲି କେବେ ଭାବି ନଥିଲା ମନୋଜ । କ'ଣ ଉତ୍ତର ଦେବ... କିଛି ଚିନ୍ତା କରି ପାରିଲା ନାହିଁ l ଭାବିଲା ସବୁଠାରୁ ଶ୍ରେୟସ୍କର ନୀରବ ରହିବା.... l
- ମୁଁ କଣ ତୁମକୁ ପଚାରୁଛି ଶୁଭୁଚି ନା ନାହିଁ l ବନଜା କିଏ ? ? ତା ସହିତ ତୁମର ସମ୍ପର୍କ କ' ଣ ? ?
- ମନୋଜ ଉତ୍ତର ଦେଲା - ମୁଁ ଜାଣି ନାହିଁ... ସେ କିଏ ?
- ତାହେଲେ ତୁମର ମୋବାଇଲକୁ ସେ କାହିଁକି ଫୋନ୍ କରୁଛି ? ? ତୁମକୁ କାହିଁକି ମେସେଜ କରୁଛି ?
- ମୁଁ ତୁମକୁ ସେ ପଠାଇ ଥିବା ମେସେଜରୁ ଜାଣି ପାରିଲି - ସେ କିଏ, କ'ଣ ତାର ପରିଚୟ..... ତୁମ ସହିତ ତାର ସମ୍ପର୍କ କଣ ? ? ହଁ ସବୁ ଜାଣିଛି l କିନ୍ତୁ ତୁମ ମୁହଁରୁ ତାର ବିଷୟରେ ଶୁଣିବାକୁ ଚାହୁଁଛି ?
- ଯଦି ତୁମେ ଶୁଣିବାକୁ ଏତେ ଆଗ୍ରହୀ.... ତାହେଲେ ଶୁଣ........ ଦିନ ଥିଲା ବନଜିକୁ ମୁଁ ପାଗଳ ପରି ଭଲ ପାଉଥିଲି l ବନଜା ମୋ ଜୀବନ ଥିଲା l ମୁଁ ଶରୀର ହେଲେ, ସେ ମୋ ଆତ୍ମା । ଆଉ ମୁଁ ଭ୍ରମର ହେଲେ, ସେ ମୋ ଫୁଲ l ମୁଁ ବଂଶୀ ହେଲେ, ସେ ମୋ ସାତସୁର । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲୁ l
- ତୁମେ ତାହେଲେ ମୋତେ ଏ ସବୁ ଲୁଚାଇ ଥିଲ କଣ ପାଇଁ ? ?
- ଅନିନ୍ଦିତା ମୁଁ ତୁମକୁ କିଛି ଲୁଚେଇନି..... ବାସର ରାତିରେ ମୁଁ ତୁମକୁ ସବୁ କହିଛି.... କଣ ସେ ସବୁ କହିଥିଲି ବୋଧେ ହୁଏ ତୁମର ମନେ ନାହିଁ l ତୂମେ କହିଥିଲ - ମୁଁ କେବେ ତୁମ ଅତୀତ ବିଷୟରେ ଜାଣିବାକୁ ଚାହୁଁନି କି ଚାହିଁବି ନାହିଁ l
- ପ୍ରତିଟି ମଣିଷର ଅତୀତ ଜୀବନ ସହିତ ଏମିତି କିଛି ଅକୁହା ସ୍ମୃତି ଜଡିତ ହୋଇ ରହି ଥାଏ । ଯାହା ହସ ଖୁସି ବଦଳରେ ଦିଏ - ଦୁଃଖ , ଯନ୍ତ୍ରଣା ଅସନ୍ତୋଷ l ମୁଁ ବର୍ତ୍ତମାନକୁ ନେଇ ବଞ୍ଚିବାକୁ ଚାହେଁ l
- ଅଗ୍ନିକୁ ସାକ୍ଷୀ ରଖି ମୁଁ ତୁମର ହାତ ଧରିଛି l ସୁଖ ଦୁଃଖରେ ତୁମ ସାଥିରେ ରହିବି l ଜନ୍ମ ଜନ୍ମର ସାଥୀ ମୁଁ । ବୟସର ସାୟହ୍ନରେ ବି ତୁମର ହାତ ଛାଡିବି ନାହିଁ l
- ଅନିନ୍ଦିତା... ତୁମେ ଯଦି ଚାହୁଁଚ ମୋ ଅତୀତ ବିଷୟରେ କିଛି ଜାଣିବାକୁ ତାହେଲେ ବିନା ସଙ୍କୋଚରେ ମୋତେ ତୁମେ ପ୍ରଶ୍ନ କରିପାର ? ?
- କିନ୍ତୁ ତୁମେ କହିଥିଲ - ମୋର ଅତୀତ ବିଷୟରେ କିଛି ବି ଜାଣିବାକୁ ଇଚ୍ଛା କରୁନାହିଁ l ମୁଁ ବି ବର୍ତ୍ତମାନକୁ ନେଇ ବଞ୍ଚିବାକୁ ଚାହେଁ l ବଞ୍ଚିବି ତ ତୁମ ପାଇଁ, ମରିବି ତ ତୁମରି ପାଇଁ l
- ତାହେଲେ କୁହ ମୋର ଭୁଲ୍ ରହିଲା କେଉଁଠି ? ? ବିବାହର ଏତେ ଦିନ ପରେ, ତୁମ ମନରେ କେବେ କଷ୍ଟ ଦେଇଛି ? ? ନା ତୁମ ଅଜାଣତରେ କୌଣସି ଝିଅ ସହ ସମ୍ପର୍କ ରଖିଛି l
- ମୋ କଥା ଶୁଣି ଅନିନ୍ଦିତାର ଅଭିମାନ ଚେହେରାଟା ଧୀରେ ଧୀରେ ବଦଳି ଗଲା l ମୋ ପ୍ରତି ଥିବା ସ୍ନେହ, ବିଶ୍ବାସ ଓ ଭଲ ପାଇବାର କେଇ ବୁନ୍ଦା ଲୁହ ଆଖିରୁ ଝରି ପଡିଲା l
- ସତରେ ମନୋଜ - ତୁମେ ବନଜାକୁ ମୋ ଜୀବନଠାରୁ ବେଶୀ ଭଲ ପାଉଥିଲ ? ତୁମ ପୁରୁଣା ଚିଠିରୁ ମୁଁ ସମ୍ପୂର୍ଣ ପଢିଛି l ଯେ କେହି - ତୁମ ଚିଠି ପଢିବ.... ସେ ନ କାନ୍ଦି ରହି ପାରିବ ନାହିଁ ।
- ତୁମେ ତାକୁ ଦେଖା କରିବା ପାଇଁ ରାତି ବାରଟାରେ କଟକରୁ ଆସିଥିଲ l ଯେଉଁ ଦିନ ସେ ପ୍ରଥମ ଥର ତୁମ ପାଇଁ ରୋଷେଇ କରି ଥିଲା.... ନିଜ ହାତରେ । ତୁମକୁ ଖୁଆଇ ଦେବା ପାଇଁ ନିଜେ ନ ଖାଇ ରହିଥିଲା l
- ଆଉ ସୁଯୋଗ ଦେଖି ରାତିରେ ତୁମକୁ ଡାକି ନିଜ ହାତରେ ଖୁଆଇ ଦେଇ ଥିଲା l ତୁମକୁ ପାଇବା ପାଇଁ - ହାତରେ ଶଙ୍ଖା । ତୁମଠାରୁ ମଥାରେ ସିନ୍ଦୁର ପିନ୍ଧିବ ବୋଲି କେତେ ଓଷା ବ୍ରତ କରି ନ ଥିଲା ?
- ସାବିତ୍ରୀ ବ୍ରତ ପୂର୍ବ ଦିନ ସେ ତୁମକୁ ଶାଢୀ ମାଗି ଥିଲା l ତୁମେ ତାଙ୍କୁ ଶାଢୀଟିଏ ଉପହାର ଦେଇଥିଲ l ସେ ଶାଢୀକୁ ନ ପିନ୍ଧି ଦେହରେ ଗୋଡେଇ ହୋଇ ରାତି ଅଧରେ ଆସି ତୁମକୁ ପ୍ରଣାମ କରି ଥିଲା । ଏତେ ଭଲ ପାଇବା ପରେ ବି କାହିଁକି ତୁମେ ତାଙ୍କୁ ବିବାହ କଲନାହିଁ ? ?
- ମନୋଜ - ତୁମେ ତାହେଲେ ସେ ଚିଠି ଗୁଡିକ ସମ୍ପୂର୍ଣ ଭାବରେ ପଢିଛ ? ଆଛା କହିଲ ଅନିନ୍ଦିତା - ତୁମେ କଣ ଜାଣିଥିଲ ମୋତେ ବିବାହ କରିବ ବୋଲି ?
- ମୁଁ କିଏ..... ତୁମେ କିଏ .... ଆମେ ମାର୍ଗର ଭିନ୍ନ ଭିନ୍ନ ପଥିକ । ତୁମେ ମୋତେ - ଜାଣି ନ ଥିଲ କି ମୁଁ ତୁମକୁ l ଦୁଇଟି ଅଜଣା ଅପରିଚିତ ମଣିଷ ଆଜି ଗୋଟିଏ ବନ୍ଧନରେ ବାନ୍ଧି ହୋଇଯାଇଛେ l
- ବିବାହ ହେଉଛି ଏକ ପବିତ୍ର ବନ୍ଧନ l ଦୁଇଟି ଆତ୍ମାର ମିଳନ । ଏହା ଭଗବାନ ସ୍ଥିରୀକୃତ ନିଷ୍ପତ୍ତି l ଯିଏ ଯା ହାଣ୍ଡିରେ ଚାଉଳ ପକେଇଥିବା ସେ ନିଶ୍ଚୟ ତାର ହେବ ! ! !
- ହୁଏତ ଭଗବାନ ମୋ ଭାଗ୍ୟରେ ବନଜାକୁ ଲେଖି ନଥିଲେ, ଅନିନ୍ଦିତାକୁ ଲେଖିଥିଲେ l ସତରେ ମନୋଜ - ବିଚାରୀ ବନଜା କେଡେ ଅଭାଗିନୀ, ହତଭାଗିନୀ । ସେ ତୁମକୁ ନିଜର କରି ପାରିଲା ନାହିଁ l ଆଉ ମୋତେ ଦେଖ ମୁଁ କେତେ ଭାଗ୍ୟବାନ ତୁମ ପରି ସ୍ଵାମୀଟିଏ ପାଇ ଭାରି ଆନନ୍ଦିତା l
- ଅନିନ୍ଦିତା ଏତେ ତୁମେ ଆଉ ଭାବବିହ୍ବଳ ହୁଅନାହିଁ l ମୋତେ କଥା ଦିଅ ଯେ - ମୋର ସେ ଚିଠି ଗୁଡିକ ଆଉ କେବେ ପଢିବ ନାହିଁ କି ମୋ ଆଗରେ ଅଭିମାନର ପାଚେରୀଟିଏ ଛିଡା କରିବ ନାହିଁ l
- ମୁଁ ଆଉ ସେ ଅତୀତକୁ ଫେରିବାକୁ ଇଛା କରୁନାହିଁ ଅନିନ୍ଦିତା lବର୍ତ୍ତମାନକୁ ନେଇ ସୁଖରେ ବଞ୍ଚିବାକୁ ଚାହେଁ ତୁମରି ସାଥିରେ l
ଖାଇବା ସରିଲା ଚାଲ ଯିବା ।
- ସେଦିନ ସିନା ଅନିନ୍ଦିତାର ମନକୁ ବୁଝେଇ ଦେଲି- ହେଲେ ତା ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ସମ୍ପୂର୍ଣ୍ଣ ବିମୋଚନ କରି ପାରିଲି ନାହିଁ ।
-ଅନିନ୍ଦିତାର ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥିବା ବୋଧହୁଏ - ଏତେ ଭଲ ପାଇବା ପରେ ବି ମନୋଜ କାହିଁକି ବନଜାକୁ ବିବାହ କଲେ ନାହିଁ. ? ?
- ଜୀବନଟା ଏମିତି ଏକ ସରଳ ରେଖା ତାହାକୁ କିଏ ଲିଭାଇ ପାରିବ ନାହିଁ । ଆମେ ସେ ସରଳ ରେଖାରେ ହିଁ ଗତି କରିବା.....