STORYMIRROR

Prasant Kumar Senapati

Others

3  

Prasant Kumar Senapati

Others

ଭୋକ -ଏକ ଲଘୁକଥା

ଭୋକ -ଏକ ଲଘୁକଥା

1 min
27.2K


ଭୋକ-: ଏକ ଲଘୁକଥା

 

ସନ୍ଧ୍ୟା ହୋଇ ଆସୁଥାଏ । ବସ୍ ଷ୍ଟପରେ ମୁଁ ବସ୍ କୁ ଅପେକ୍ଷା କରି ଠିଆ ହୋଇଥାଏ । ମୋ ସହିତ ବି ଅନ୍ୟକିଛି ଲୋକ ସେଠାରେ ବସ୍ କୁ ଅପେକ୍ଷା କରିଥାନ୍ତି । ଏହି ସମୟରେ ଗୋଟେ ଷୋହଳ ସତର ବର୍ଷର ଝିଅଟେ ଆସିଲା ଓ ମୋ ପାଖରେ ଠିଆ ହୋଇଥିବା ଜଣେ ଲୋକକୁ ଅନୁରୋଧ କରି କହିଲା ""ବାବୁ କିଛି ପୈସା ଦିଅ, ସକାଳୁ କିଛି ଖାଇନାହିଁ, ବହୁତ ଭୋକ ଲାଗୁଛି'' । ସେ ଲୋକଟି ପକେଟରୁ ପଚାଶ ଟଙ୍କା ଖୋଲି ସେ ଝିଅ କାନରେ କିଛି କହିଲା । ଝିଅଟି କଣ ଶୁଣିଲା କେଜାଣି ହଠାତ୍ ଗୋଟିଏ ଚଟକଣି ସେ ଲୋକଟିର ଗାଲରେ ବସାଇ ଦେଲା ଏବଂ ବିରକ୍ତ ଜର୍ଜରିତ ସ୍ବରରେ କହିଲା ବାବୁ ମୋ ଭୋକ ତୀକ୍ଷ୍ଣ ସତ, ହେଲେ ଏତେ ତୀକ୍ଷ୍ଣ ନୁହେଁ ଯେ ତୋ ଭୋକକୁ ମୁଁ ମେଣ୍ଟାଇ ପାରିବି ।


Rate this content
Log in