Prasant Kumar Senapati

Others

3  

Prasant Kumar Senapati

Others

ଭଗବାନ କିଏ

ଭଗବାନ କିଏ

3 mins
14K


ଭଗବାନ କିଏ ?

 

ଜଣେ ବ୍ରାହ୍ମଣ କୃଷ୍ଣ ମନ୍ଦିରର ପୁଜକ ଥିଲେ । ସେ ନିତିଦିନ ଜୀବନରେ ଘଟୁଥିବା ପ୍ରତ୍ୟକ ଘଟଣାକୁ ଭଗବାନ କୃଷ୍ଣଙ୍କ ଦାନ ଭାବୁଥିଲେ । ପ୍ରତ୍ୟକ ସୁଖ ଓ ଦୁଃଖ ଭଗବାନଙ୍କ ଇଛାରେ ଘଟୁଛି ବୋଲି ସ୍ବୀକାର କରୁଥିଲେ । ପ୍ରତ୍ୟକ କାର୍ଯ୍ୟରେ ପ୍ରଥମେ ସେ ଭଗବାନ କୃଷ୍ଣଙ୍କୁ ଅଗ୍ରାଧିକାର ଦେଉଥିଲେ । ଏପରିକି ପରିବାରରେ ପ୍ରସ୍ତୁତ୍ ହେଉଥିବା ଭୋଜନ ବି ଭଗବାନ କୃଷ୍ଣଙ୍କୁ ସମର୍ପିତ କରିବା ପରେ ସେ ଭୋଜନ କରୁଥିଲେ । କୃଷ୍ଣଙ୍କ ପ୍ରତି ଏତେ ଭଲପାଇବା ତାଙ୍କ ସ୍ତ୍ରୀ ସହ୍ୟ କରି ପାରନ୍ତି ନାହିଁ, କାହିଁକି ନା ଆଜିବି ସେ ଦରିଦ୍ରର ସୀମା ରେଖା ତଳେ ବହୁତ ଦୁଃଖ କଷ୍ଟରେ ପରିବାର ଚଳାଉଥିଲେ । ଦିନେ ବ୍ରାହ୍ମଣ ଘରେ ଲଡୁ ତିଆରି ହେଲା ଓ ବ୍ରାହ୍ମଣ ଭୋଗ କରିବା ପାଇଁ କିଛି ଲଡୁ ନେଇ ମନ୍ଦିରକୁ ବାହାରିଲେ । ବ୍ରାହ୍ମଣର ସ୍ତ୍ରୀ ବିରକ୍ତି ପ୍ରକାଶ କରି କହିଲେ ପ୍ରତ୍ୟକ ଜିନିଷ ନେଇ ପ୍ରଥମେ ତୁମ କୃଷ୍ଣଙ୍କୁ ଦେଉଛ । କେବେ କଣ ପଥରର ମୁର୍ତ୍ତି କିଛି ଗ୍ରହଣ କଲାଣି ନା ଆଜି କରିବେ ? ଆଜି ତୁମ କୃଷ୍ଣଙ୍କୁ ଖାଇବାକୁ ଦେବ ଓ ସେ ଖାଇ ସାରିବା ପରେ ଘରକୁ ଫେରିବ । ନଚେତ୍ ସେ କୃଷ୍ଣଙ୍କୁ ସବୁଦିନ ପାଇଁ ଭୁଲିଯିବ । 

 

ବ୍ରାହ୍ମଣିର କଥା ବ୍ରାହ୍ମଣ ଛାତିରେ କଣ୍ଟା ପରି ଫୋଡି ହୋଇଗଲା ଓ ସେ ବି ନିଷ୍ପତ୍ତି ନେଲେ ଯାହା ବି ହେଉ କୃଷ୍ଣ ଭଗବାନ ନଖାଇବା ପର୍ଯ୍ୟନ୍ତ ସେ ଘରକୁ ଫେରିବ ନାହିଁ । ବ୍ରାହ୍ମଣ ମନ୍ଦିରରେ ପହଞ୍ଚି ଧୂପ ଦ୍ବୀପ ଦେଇ କୃଷ୍ଣଙ୍କ  ଆଗରେ ଲଡୁ ରଖି ବିନୟ ପ୍ରାଥନା କଲା । ଘଣ୍ଟାଏ ବିତିଲା, ଦୁଇ ଘଣ୍ଟା, ଚାରି ଘଣ୍ଟା, ଅଧା ଦିନ ବତିଗଲା ନା ଭଗବାନ କୃଷ୍ଣ ଆସିଲେ ନା ବ୍ରାହ୍ମଣ ଘରକୁ ଫେରିଲା । ଦେଖଣାହରୀଙ୍କ ଭିଡ ଲାଗିଗଲା । ସମସ୍ତେ କୌତୁକବଶତ ଦେଖି ଚାଲିଥିଲେ କିନ୍ତୁ ...? କିଛି ସମୟରେ ମାଛି ଗୁଡାକ ଭଣଭଣ ହୋଇ ଲଡୁ ଉପରେ ବସିବା ମାତ୍ରେ ବ୍ରାହ୍ମଣ ସେମାନଙ୍କୁ ଉଡାଇବାକୁ ଲାଗିଲା । ଲଡୁର  ବାସ୍ନାରେ ପିମ୍ପୁଡିମାନେ ବି ଧାଡି ବାନ୍ଧିଲେ ଓ ବ୍ରାହ୍ମଣ ସେମାନଙ୍କୁ ବି ଘଉଡାଇଲା । ମନ୍ଦିର ବାହାରେ କିଛି କୁକୁର ବି ଭୋ ଭୋ କରି ଲଡୁ ଖାଇବାକୁ ଇଛା ପ୍ରକଟ କଲେ କିନ୍ତୁ ବ୍ରାହ୍ମଣ ସେମାନଙ୍କୁ ପାଟି କରି ଘଉଡାଇଲା । ବହୁତ ଲଡୁ କୃଷ୍ଣଙ୍କ ଆଗରେ ଥିବାର ଦେଖି ମନ୍ଦିରରେ ବସିଥିବା କିଛି ଭୋକିଲା ଭିକାରୀ ବ୍ରାହ୍ମଣକୁ ଆସି ଲଡୁ ମାଗିଲେ । ରାଗରେ ବ୍ରାହ୍ମଣ ଜଣେ ଭିକାରୀ ଗାଲରେ ଦୁଇ ଚାପୁଡା ବସାଇଦେଲେ ।  ଦିନ ଯାଇ ସଂଧ୍ୟା ହେଲା, ନା ଭଗବାନ ଆସିଲେ ନା ବ୍ରାହ୍ମଣ ଘରକୁ ଫେରିଲା । ପୁଣି ସଂଧ୍ୟା ଗଡି ରାତି ହେଲା । ଦେଖଣାହାରୀ ଭାବିଲେ ବ୍ରାହ୍ମଣ ପାଗଳ ହୋଇଗଲେଣି, ଭଗବାନ କୃଷ୍ଣ ବି ଆସିଲେ ନାହିଁ । ଧୀରେ ଧୀରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ । ବ୍ରାହ୍ମଣ ମନେ ମନେ ବହୁତ ରାଗିଗଲା ଓ ସମସ୍ତ ଲଡୁ ନେଇ ବାହାରେ ଫିଙ୍ଗିଦେଲେ । ଭିକାରୀ, କୁକୁର, ପିମ୍ପୁଡି ଓ ମାଛି ସମସ୍ତେ ଏହି ସମୟକୁ ଅପେକ୍ଷ୍ୟା କରିଥିଲେ । ବ୍ରାହ୍ମଣ ଭଗବାନ କୃଷ୍ଣଙ୍କୁ ଗାଳି କରି ଘରକୁ ଫେରି ଆସିଲା । ବର୍ଷ ବର୍ଷ ଧରି କରିଥିବା ପୂଜା ଓ ସେବାର କିଛି ମୁଲ୍ୟ ରହିଲା ନାହିଁ ଓ ସ୍ତ୍ରୀ ଠାରୁ ହାରିଯିବା ଦୁଃଖରେ କିଛି ନଖାଇ ବ୍ରାହ୍ମଣ ଶୋଇପଡିଲା । ରାତିରେ ସପନରେ ଭଗବାନ କୃଷ୍ଣ ଆସିଲେ ଏବଂ କହିଲେ ତୁମ ଲଡୁ ମୁଁ ଖାଇଛି । ବହୁତ ଭଲ ଲାଗିଲା । କିନ୍ତୁ ସକାଳେ ଦେଇଥିଲେ ବହୁତ ଭଲ ହୋଇଥାନ୍ତା । କେତେ କେତେ ରୁପରେ ଲଡୁ ଖାଇବାକୁ ଆସିଲି । ମାଛି, ପିମ୍ପୁଡି, କୁକୁର ଓ ଭିକାରୀ ରୁପରେ କିନ୍ତୁ ତୁ ଛୁଇଁବାକୁ ଦେଲୁ ନାହିଁ । ଦିନ ତମାମ୍ ଅପେକ୍ଷ୍ୟା କରାଇଲୁ । ଶେଷରେ ଲଡୁ ଖାଇଲି ମାଟିରୁ ଉଠାଇ କିନ୍ତୁ ମାଟି ଲାଗିଥିଲା । ଯଦି ଆଉ କେବେ ଦେବୁ, ଭଲ ଲଡୁ ଖାଇବାକୁ ଦେବୁ । ଏତିକି କହି ଭଗବାନ ଚାଲିଗଲେ । ବ୍ରାହ୍ମଣର ନିଦ ଭାଙ୍ଗିଗଲା । ତାକୁ ବିଶ୍ବାଷ ହେଲା ଭଗବାନ ଆସିଥିଲେ କିନ୍ତୁ ମୁଁ ଚିହ୍ନି ପାରିଲି ନାହିଁ । ଆମେମାନେ ସମସ୍ତେ ବି ଭଗବାନଙ୍କ ସଂକେତକୁ ବୁଝି ପାରନ୍ତି ନାହିଁ । ଭଗବାନଙ୍କୁ ପୂଜା କରିବା ସେବା କରିବା ଅର୍ଥ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବା । ଭୋକିଲାଙ୍କ ପେଟରେ ମୁଠେ ଦାନା ଦେବା । କଥାରେ ପରା ଅଛି "ମାନବ ସେବା ହିଁ ମାଧବ ସେବା ।।

 

ମୋ ଆତ୍ମାରେ ରାମ 

ତୁମ ଆତ୍ମାରେ ରାମ 

ସଭିଙ୍କ ଆତ୍ମାରେ ରାମ,

ଦୁନିଆକୁ କରି ପ୍ରେମ

ଜଗତେ ସଭିଙ୍କୁ କରି ନିଜର

ଆନନ୍ଦେ ବିତିଯାଉ ଦିନ ।।


Rate this content
Log in