Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Seetaram Dash

Others

3  

Seetaram Dash

Others

ଭେଣ୍ଡି ଆଳୁ ଫ୍ରାଏ

ଭେଣ୍ଡି ଆଳୁ ଫ୍ରାଏ

3 mins
375


ପାଣି ମଣ୍ଡଳ ପଞ୍ଚାୟତର ମାଛପୁର ଗାଁ, ପନିପରିବା ପାଇଁ ବେଶ୍ ଜଣାଶୁଣା। ସେହି ଗାଁର ବାଳିଆ ସାହିରେ ରହୁଥିବା ରୋହି ସିଂହ ଜଣେ ସଫଳ ଚାଷୀ। ସେ ଅନେକ ଦିନ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରେ ଶ୍ରମିକ ଭାବରେ କାମ କରୁଥିଲେ। କିନ୍ତୁ ନିଜର ଅଭାବ ଅସୁବିଧାରେ ଉନ୍ନତି ନ ହେବାରୁ ତା ସହିତ ବିବାହ ପରେ ଦୂର ରାଇଜରେ ସୁନ୍ଦରୀ ସ୍ତ୍ରୀ ବିନା ମନ ନ ମାନିବାରୁ ଗାନ୍ଧୀଙ୍କ ଡାକ "ଚାଲ ଗାଁକୁ ଫେରିଯିବା" କୁ ମାନିନେଇ ଚାଷ କାମରେ ମନ ଦେଇ ଥିଲେ। ନିଜର କଠୋର ପରିଶ୍ରମ, ଅଦମ୍ୟ ଉତ୍ସାହ ଆଉ ଦୃଢ଼ ମନୋବଳ ତାଙ୍କୁ ସଫଳତା ଆଣି ଦେଇଥିଲା। ଏବେ ପଞ୍ଚାୟତରେ ସେ ଜଣେ ଭଲ ଚାଷୀ। ତାଙ୍କ ବଗିଚାରେ ଅନେକ ପ୍ରକାର ପନିପରିବା ଯଥା ଆଳୁ, ବାଇଗଣ, ଫୁଲକୋବି, କଲରା, କାକୁଡି, ଜହ୍ନି, ପୋଟଳ, ଭେଣ୍ଡି ଓ କଖାରୁ ଚାଷ କରନ୍ତି।


ଦିନକର କଥା, ସବୁ ପରିବାମାନଙ୍କର ହାଟ ବସିଥିଲା। କେବଳ ଭେଣ୍ଡିକୁ ଛାଡି ସମସ୍ତେ ନିଜ ନିଜ ଭିତରେ ଆଲୋଚନା କରୁଥିଲେ, ଭେଣ୍ଡି ବିରୋଧରେ।ଭେଣ୍ଡି ଏକ ଭଲ ପରିବା, ତେଣୁ ଲୋକମାନେ ତାକୁ ବେଶୀ ଆଦର କରୁଥିଲେ। ସେଥିପାଇଁ ଭେଣ୍ଡିର ବହୁତ ଗର୍ବ ଏବଂ ଅହଂକାର। ଗର୍ବରେ ସେ ଧାରାକୁ ସରା ମନେକରେ। କାହା ସହ ଭଲରେ କଥା ପଦେ ବି ହୁଏନି। ତେଣୁ ସମସ୍ତ ପନିପରିବା ଭେଣ୍ଡିକୁ ରଣଚଣ୍ଡୀ ବୋଲି ସମ୍ବୋଧନ କରନ୍ତି।


ଯୌବନର ପାଦଦେଶରେ ନୂଆ କରି ପହଞ୍ଚି ଥିବା ଆଳୁ, ତନୁ ପାତେଳି ଭେଣ୍ଡିକୁ ଭଲ ପାଇ ବସିଲା। ପ୍ରେମର ସାତରଙ୍ଗରେ ରଙ୍ଗେଇ ହୋଇ ପ୍ରେମ ନିବେଦନ କରିବାକୁ ଚିଠି ଖଣ୍ଡେ ଲେଖିଲା, କଷି ଭେଣ୍ଡିକୁ.....


ହେ ମୋର ମନର ମଧୁଛନ୍ଦା। ତୁମେ ମୋର କୋଟିଏ ରାତିର ଗୋଟିଏ ସ୍ୱପ୍ନ। ତୁମେ ହଜାରେ ଶ୍ରାବଣରେ ଗୋଟିଏ ଫଗୁଣ। ତମେ ହିଁ ମୋର ଚାନ୍ଦ ଆଉ ତୁମେ ହିଁ ମୋର ଚାନ୍ଦିନୀ। ମୁଁ ଦିଗହରା ନାବିକ ହେଲେ ତୁମେ ମୋର ବତୀଘର। ତୁମେ ଫୁଲ ହେଲେ ମୁଁ ଫୁଲଵାଲା। ତୁମେ ପଥିକ ହେଲେ ମୁଁ ପାନ୍ଥଶାଳା। ଯେତେ ଯେବେ କେହି ଆମକୁ ଗୋଟିଏ ବ୍ୟାଗରେ ଭର୍ତ୍ତି କରି ନେଇଯାଏ, ତୁମର ଦେହର ଟିକେ ସ୍ପର୍ଶ ପାଇଁ ମୁଁ ଅନୁଭବ କରେ ଏକ ସ୍ବର୍ଗୀୟ ସୁଖ। ମୋର ପ୍ରତିଟି ରକ୍ତ ବିନ୍ଦୁରେ କେବଳ ତୁମେ ହିଁ ତୁମେ। ମୁଁ ପୂଜା ହେଲେ ତୁମେ ହେବ ପୂଜାରିଣୀ। ଆସ ଥରେ ମୋ ଭଲ ପାଇବାର ବିଶାଳ ସାଗରକୁ ମାପି ଦେଖ। ଆସ ମୋ ବାହୁ ବନ୍ଧନରେ ନିଜକୁ ହଜେଇ ଦିଅ।


 ଚିଠିଟି ପାଇ ରଣଚଣ୍ଡୀ ଭେଣ୍ଡି ରାଗରେ ମା କାଳୀଙ୍କର ଭୟଙ୍କର ରୂପ ଧାରଣ କରି ଆଳୁକୁ ଧିକ୍କାରି କହିଲା, "ବାମନ ହୋଇ ଚାନ୍ଦକୁ ହାତ ବଢ଼ାଉଛୁ। କେବେ ନିଜ ରୂପକୁ ଆଇନାରେ ଦେଖିଛୁ ?? କୌଣସି ବାଗ ନାହିଁ ତୋ ରୂପରେ, ପାଣି ଟାଙ୍କି ଭଳି ଗୋଲ ଚେହେରା। ମାଟି ତଳର ଅନ୍ଧାରରେ ବିତିଯାଏ ତୋ ପିଲା ଦିନ। ମୋତେ ଦେଖ୍। ଲୋଭିଲା ସ୍ଲିମ ଚେହେରା ମୋର, ପୁରା ଜିରୋ ଫିଗର। ସାପ ଭଳି ସରୁ ଅଣ୍ଟା, ଲମ୍ବା ଶରୀର। ମୁଣ୍ଡରେ ମୁକୁଟ ପିନ୍ଧିଛି। ତୁ କେଉଁଠି ଆଉ ମୁଁ କେଉଁଠି। ଏକଥା କହି ଅଣ୍ଟା ହଲେଇ ହଲେଇ, ଅପମାନ ଦେଇ ଚାଲିଗଲା ଭେଣ୍ଡି ସୁନ୍ଦରୀ"। 


ବିଚରା ଆଳୁକୁ କଥାଟା ବାଧି ଗଲା, କିନ୍ତୁ ସେ ସ୍ଥିର ହୋଇ ସଠିକ ସମୟର ଅପେକ୍ଷା କରିବା ସହ ନିଜର ଲୁକ୍କାୟିତ ପ୍ରତିଭାକୁ ବଢାଇବାରେ ଲାଗିଲା। ସକାଳୁ ସକାଳୁ ମଣିଙ୍ଗ ୱାକ୍ ଏବଂ ସନ୍ଧ୍ୟାରେ ଜିମ ଯିବା ଆରମ୍ଭ କରି ନିଜକୁ ଆହୁରି ସୁସ୍ଥ, ସୁନ୍ଦର ଏବଂ ସୁସ୍ୱାଦୁ କରିବାରେ ଲାଗି ପଡିଲା। ଅତ୍ୟଧିକ ଶାରୀରିକ ପରିଶ୍ରମ ଫଳରେ ନିଜକୁ ପ୍ରତିକୂଳ ପରିବେଶରେ ଅନେକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବାର କୌଶଳ ହାସଲ କରି ନେଲା। ଅନ୍ୟ ପନିପରିବା ଦୁଇ ଚାରି ଦିନରେ ନଷ୍ଟ ହେଉଥିବା ବେଳେ ଆଳୁ ଛ, ସାତ ମାସ ପର୍ଯ୍ୟନ୍ତ ଖରାପ ହେଉ ନ ଥିଲା।


 କିଛି ଦିନ ପରେ ଫୁଲେଇ ଫୁଲକୋବି, ଲାଜେଇ ବନ୍ଧାକୋବି, ସୁନ୍ଦରୀ ଶିମ୍ବ ଠାରୁ ଆରମ୍ଭ କରି ଚିକଣି ବାଇଗଣ, ସୁକୁମାରୀ ମଟର ପର୍ଯ୍ୟନ୍ତ ଯେତେକ ପରିବା ଥିଲେ ସବୁ ଆମ ଆଳୁ ପ୍ରେମରେ ପଡିଗଲେ। ଆଉ ପିଲା ଠୁ ବୁଢା ପର୍ଯ୍ୟନ୍ତ ଏବଂ ଧନୀ ଠୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଆଳୁକୁ ଆଦର କଲେ। ଧୀରେ ଧୀରେ ଆଳୁ ଭାଇ ଆମର ପକ୍କା ସେଲିବ୍ରିଟି ପାଲଟିଗଲେ। ପରିବା ତ ପରିବା ଅଣ ପରିବା, ଆଇଁଷ ଯାକ ବି ଆସି ପ୍ରଚଣ୍ଡ ଲାଇନ୍ ମାରିଲେ।


ବିଚାରୀ ଭେଣ୍ଡି!! ଏକୁଟିଆ, ଏକଘରିକିଆ, ଆଉ ଉଦାସ ଜୀବନ। ଶେଷରେ ଆଳୁ ଭାଇ ପାଖକୁ ଆସିବାକୁ ବାଧ୍ୟ ହେଲା। ଆଉ ଆମ ଆଳୁ ଭାଇ, ସେତ ଆମ ଭଳି ମଣିଷ ନୁହେଁ, ପ୍ରେମ ନିବେଦନ ଅସ୍ବୀକାର କରିଥିବା ପ୍ରେମୀକୁ ଜୀବନରୁ ମାରିଦେଵ ନ ହେଲେ ଏସିଡ ପକାଇ ସବୁଦିନ ପାଇଁ ଅପଙ୍ଗ ଅସୁନ୍ଦର କରିଦେବ। ସବୁ ଅପମାନ ଭୁଲି ସେ ଭେଣ୍ଡିକୁ ଅପଣେଇଲା। କିନ୍ତୁ ଆଳୁ ଛଡ଼ା ଆଉ କେହି ଭେଣ୍ଡିକୁ ଆପଣେଇଲେ ନାହିଁ। ଏପରିକି ତାକୁ ପରିବାମାନଙ୍କ ମହାସମ୍ମିଳନୀ ଘାଣ୍ଟରେ ମଧ୍ୟ ସ୍ଥାନ ମିଳିଲା ନାହିଁ। 


     ତେଣୁ, ଆସ କହିବା ଆଳୁ ଭାଇଙ୍କର ଜୟ।


Rate this content
Log in