STORYMIRROR

Bidyut lata Mishra

Others

3  

Bidyut lata Mishra

Others

ଭେଜିଟେରିଆନ

ଭେଜିଟେରିଆନ

3 mins
575

ଅମିତ ରାନୀର ସ୍ୱାମୀ ଭେଜିଟେରିଆନ ।ମିତା ସହ ରାନୀର ଜେବେ ବି ଦେଖା ହୁଏ ରାନୀ ଅମିତର ପ୍ରଶଂସା କରିକରି ଥକେନି । ରାନୀ କୁହେ ତା ସ୍ୱାମୀର କଥା, କେତେ ଶାନ୍ତ ସିଏ, ବହୁତ କଥା ହେବାକୁ ପସନ୍ଦ କରନ୍ତିନି । କେବେ ରାଗନ୍ତିନି ରାନୀ ଉପରେ। ଡେଣା ଥିବା ପରୀଟିଏ ପରି ରାନୀ ଉଡ଼ିବୁଲେ । ସାଙ୍ଗ ସାଥି କ୍ଲବ ଏଇ ସବୁରେ ଦିନ ଯାଏ ଆଉ ସେମାନେ ଏଇ dec.ରେ ପଞ୍ଜାବ ଯିବେ ବୁଲିବାକୁ।ନାରୀ ସଶକ୍ତିକରଣର ଉଦାହରଣ ହି ରାନୀ ,ରାଣୀ ଭଳି ଜୀବନ ତାର।


ଆଉ ଶଶାଙ୍କ ବିଶେଇ ଉଠୁଥିଲା ମିତାର ସର୍ବାଙ୍ଗ । ବିବାହ ପରଠାରୁ କଣ ଦେଇଛନ୍ତି ତାକୁ । ବୃଦ୍ଧ ପିତା ମାତାଙ୍କ ସେବା,ଦୁଇଟା ପିଲା,ଗୋଟିଏ ଘର । କଣ ବା ଲାଭ କାର ଟିଏ କିଣିଛନ୍ତି ତ ? କେବେ ନିରୋଳାରେ ତ ବୁଲି ଯାଇପାରନ୍ତିନି । ଏଇ ବାପା ଘର ଆଉ ମାର୍କେଟିଙ୍ଗ ଭିତରେ ସୀମିତ ତ ବୁଲାବୁଲି । ଆମିଷ ନହେଲେ ବାବୁଙ୍କୁ ରୁଚେ ନାହିଁ । ଅମିତ କେତେ ହ୍ୟାଣ୍ଡସମ ଆଉ ଶଶାଙ୍କ ପୁରା overweight ହୋଇଗଲେଣି ।

 ନିଜର ବିରାଟ ବଙ୍ଗଲା ଭିତରେ ବନ୍ଦୀଗୃହ ଭଳି ଲାଗୁଥିଲା ମିତାକୁ । ଶାଶୁ ଶଶୁର ସ୍ୱାମୀ ଏଇ ସମସ୍ତେ ତାକୁ ଏଇ ଘରେ ଗୋଟେ ମାଗଣା ଚାକରାଣୀ କରିଛନ୍ତି।

ଦିନେ ମିତା ଚିନ୍ତା କଲା ସିଏ ବି ମୁକ୍ତ ହୋଇଯିବ ଏଇ ପାର୍ଟି,କ୍ଲବ ଆଉ ପିକନିକ କରିବ ।ଛୁଟି ଚାଲିଲା ଅଟୋରେ ରାନୀ ଘରକୁ କିନ୍ତୁ..ଭାରି ଅଡୁଆ ଲାଗୁଥାଏ ତାକୁ । ଏଇ ଶଶାଙ୍କ ଯୋଗୁ ହିଁ ସେ ଏତେ ଡରୁଚି । ଅଟୋ ଵାଲାର ଆଖି ତାକୁ ଅଗ୍ନି ସମ ଲାଗୁଚି । ଶଶାଙ୍କ ମିତାକୁ ସବୁ ଜାଗାକୁ ନିଅନ୍ତି ତାଙ୍କ ସହ ! ଆଉ ମିତାର ସବୁ ଇଛା ପୂରଣ କରନ୍ତି । ଭାରି ସଚ୍ଚରିତ୍ର ପିଲାଟିଏ ଶଶାଙ୍କ । ନିଜ ଦୁଃଖ ପିଇ ସବୁ ଖୁସି ଦିଅନ୍ତି ମିତାକୁ । କାର୍ଯ୍ୟ ବ୍ୟସ୍ତତା ଭିତରେ ବି ସେ ଦୁଃଖ ଦିଅନ୍ତିନି ମିତା ମନରେ। କେବେ କେମିତି ପାଖକୁ ବୁଲିବାକୁ ଯାନ୍ତି ସେମାନେ । ଦୂରକୁ ଏଥିପାଇଁ ଯାଇପାରେନି କାରଣ ତା ବାପା ମା ବୃଦ୍ଧ । ଦାୟିତ୍ୱ ନେବାକୁ କେହିନାହିଁ।

ମିତା ମନରେ କିନ୍ତୁ ହୀନମାନ୍ୟତା ସୃଷ୍ଟି ହୁଏ ରାନୀ କୁ ଦେଖି...


ରାନୀ ଘର ପାଖେ ପହଂଚି ସାରିଥିଲା ମିତା । ରାନୀର ସ୍ଵାମୀ କୋଉ ଏକ ମିଟିଙ୍ଗରେ ବ୍ୟସ୍ତ ଥିଲେ। କିଛି ସମୟ କଥା ହୋଇଥିଲେ ମିତା ସହ ,କିଛି ସମୟର କଥାରେ ମୋହିତ ହୋଇଗଲା ମିତା । ରାନୀର ପ୍ରଶଂସାଠୁ ଢେର ଗୁଣ ଅଧିକ ପ୍ରଶଂସାର ପାତ୍ର ଅମିତ । ଅମିତଙ୍କ ଗୋଟେ ଟ୍ରଷ୍ଟ ଅଛି । ଆଧ୍ୟାତ୍ମିକତାର ପରିବେଶ।


ଘରକୁ ଫେରି ମିତା ଅନ୍ୟମନସ୍କ ହୋଉଥିଲା ଦିନକୁ ଦିନ । ଶଶାଙ୍କ କିଛି କରିପାରୁନଥିଲେ । ଦିନେ ପିଲା ମାନେ ସ୍କୁଲ ଗଲା ପରେ ମିତା ବାହାରିଲା । ଅମିତଙ୍କ କାର୍ଡରେ ଲେଖା ଥିଲା- ଜୟ ପ୍ରକାଶ ନଗର,divine spiritual trust ।


ଅଟୋ ନେଇ ପହଞ୍ଚାଇ ଥିଲା ଠିକ ଜାଗାରେ କିନ୍ତୁ ସିକ୍ୟୁରିଟି ଅନୁମତି ଦେଲାନି ମିତାକୁ । ଆରେ ଏଇଟା ମୋ ସାଙ୍ଗର ଟ୍ରଷ୍ଟ, ମୁଁ ମେମ୍ବର ନୁହେଁ । ଶେଷରେ ଅନୁମତି ପାଇ ଯାଇଥିଲା ଭିତରକୁ । ଭିତରର ପରିବେଶ ଅସ୍ୱାଭାବିକ ଲାଗୁଥିଲା । ଅମିତର କକ୍ଷଟି ଭିତରୁ ବନ୍ଦ ଥିଲା ଆଉ ଭିତରୁ ନାରୀ କଣ୍ଠର ହି ହି ଶବ୍ଦ ପ୍ରତିଧ୍ୱନିତ ହେଉଥିଲା । key hole ରେ ଭିତରର ଦୃଶ୍ୟ ଦେଖି ଚମକିଗଲା ମିତା । ଛି.. ଏଇଟା ଅମିତର ଭେଜିଟେରିଆନ ରୂପ।


ଘରକୁ ଯିବା ପରିବର୍ତ୍ତେ ରାନୀ ପାଖକୁ ଧାଇଁଲା ମିତା । ମିତା ସବୁ ସତ ଜଣେଇବ ରାନୀକୁ । ତା ଭେଜିଟେରିଆନ ସ୍ୱାମୀର ମୁଖ ଖୋଲିବ । କିନ୍ତୁ ରାନୀ....  

ଶରବିଦ୍ଧ ମୁକ୍ତ ବିହଙ୍ଗ ଭଳି ଲାଗୁଥିଲା ମିତାକୁ ସେ । ତାର ଉଡୁଥିବା ଡେଣା ଯେ କେତେ କ୍ରୁଶରେ ଭେଦ ହୋଇଛି ଦେଖିପାରୁଥିଲା ସେ । ଏମିତି ମୁକ୍ତ ହେବାଠୁ ତାର ପରିବାରର ବନ୍ଧନ ଯୁକ୍ତ ଜୀବନ ଶ୍ରେୟସ୍କର । କ୍ଲବ,ପାର୍ଟି ଠାରୁ ଘରର ପର୍ବ ପର୍ବାଣୀର ଭାର ଓଜନିଆ । ଛୁଟିଥିଲା ଘରକୁ ମିତା । ଭାରାକ୍ରାନ୍ତ ହୃଦୟ ଆଉ ମନରେ ମେଞ୍ଚେ ଅନୁତାପ ନେଇ କିଛି ଦିନ ଧରି ଘର ଲୋକଙ୍କ ପାଇଁ କରିଥିବା ବ୍ୟବହାର ଦଂଶନ କରୁଥିଲା ତାକୁ । ଘରେ ପହଂଚି ଦେଖିଲା ରାତି ୭ଟା । ଶଶାଙ୍କ ପିଲାଙ୍କୁ task ଦେଇ ଥାନ୍ତି ଆଉ ଶଶୁର ମିତାର ଅନୁପସ୍ଥିତି କଥା ପଚାରିବାରୁ କହିଥିଲେ ରାନୀ ଘରୁ ମୁଁ ଫେରୁଥିଲି । ମିତା ବସିଲା ବେଡ଼ରୁମରେ ,ଶଶାଙ୍କ ଚା କପ ଟି ମିତା ହାତକୁ ବଢ଼ାଇ କହିଲେ ,ଅଟୋରେ ରାନୀ ଘରକୁ କାହିଁକି ଗଲ ? ମତେ ଜଣେଇଥିଲେ ମୁଁ ଡ୍ରାଇଭରକୁ କହିଦେଇଥାନ୍ତି । ଆଖିରୁ ଲୁହ ସବୁ ଜକେଇ ଆସିଲା ବେଳେ ଶଶାଙ୍କ କହିଲେ-kitchenରେ ଫ୍ରେସ ଚିଙ୍ଗୁଡି ରଖିଛି ଟିକେ fry କରିଦିଅ ସବୁ ମିଶିକି ଖାଇବା ଖୁବ ମଜା ଲାଗିବ । କାନ୍ଦିବା ବଦଳରେ ଫିକ କରି ହସିଦେଇଥିଲା ମିତା ଭାବୁଥିଲା ଏଇ non vegetarian ମାନେ ବୋଧେ over protective ।



Rate this content
Log in