Sunanda Mohanty

Others

3  

Sunanda Mohanty

Others

ଭାଇ ଭଉଣୀଙ୍କ ପ୍ରେମ ଶାଶ୍ୱତ

ଭାଇ ଭଉଣୀଙ୍କ ପ୍ରେମ ଶାଶ୍ୱତ

2 mins
139


ସାରଙ୍କ ଦଶାହ କାର୍ଯ୍ୟରେ ଦୁଇପୁଅ ଓ ଝିଅ ମିଳିମିଶି କରିବେ ବୋଲି ଭାବୁ ଭାବୁ ଦୁହେଁ ନିମନ୍ତ୍ରଣ କରି ଦେଇଗଲେ କାହା ଘରକୁ ଯିବୁ ନଯିବୁ ଦୋଛକିରେ ପଡି କୁଆଡେ ଯିବୁନି ବୋଲି ଭାବୁ ଭାବୁ କଥାଟା ସାମାଜିକ ସ୍ତରରେ ଭାବମୂର୍ତ୍ତୀ ପ୍ରକାଶ କଲାଭଳି ଘଡ଼ିସନ୍ଧି ବା ଦୋଛକି ରେ ପକାଇ ଦେଉଥିଲା l ପଡୋଶୀ ବି କାହାକୁ ପଚାରି ହେଉନଥିଲା ଯେ କଣ କରିବା ବା ଆପଣମାନେ ସବୁ ବଡପୁଅ ଘରକୁ ଯାଉଛନ୍ତି ନା ସାନପୁଅ ଘରକୁ ନା କୁଆଡେ ନୁଁହ, ହେଲେ ସମ୍ବେଦନଶୀଳ କଥାଟା ପଚାରି ହେଉନଥିଲା l

ଦୁହିଁଙ୍କ ସଙ୍ଗେ ଆମର ଭାବ l ବଡ଼ ସାନ ଭିତରେ ଭାଗବଣ୍ଟା ସରିଥିଲା, ସାନ ସାରଙ୍କ ଚଳିବା ପଟଟି ଦାଖଲରେ ଥିଲା ତ ବଡ଼ ଆରପଟେ ରହୁଥିଲା l ମାଉସୀ ତ ବହୁ ଆଗରୁ ଚାଲି ଯାଇଛନ୍ତି ,ଗୋଟିଏ ବୋଲି ଝିଅ ସାରଙ୍କର, ସେ ତା ଦୁଇ ଭାଇ ବାହାଘରକୁ ଡକାହକା କରେ l ଖାଲିରେ ବି ଝିଅ ଥିଲା ବେଳେ ଆମ ସହ ଭଲ ସମ୍ପର୍କ ଏଵେ ସେ ଯଦି ଆସିଯାଆନ୍ତା ସବୁ ଅଡୁଆ ତୁଟି ଯାଆନ୍ତା l ବଡ଼ପୁଅ ଡାକିଦେଇ ଗଲାଣି ଥରକୁ ଥର , ଯେମିତି ହେଲେ ଆସିବେ ବୋଲି କହି l ସାନ ପୁଅ ମଧ୍ୟ ଡାକିକି ଗଲାଣି ତ କଣ କରିବୁ ନକରିବୁ ଭାବୁ ଭାବୁ ଗୋଟେ ଆଡ଼େ ସ୍ୱାମୀ ଗୋଟେ ଆଡ଼େ ସ୍ତ୍ରୀ ଯିବାକୁ ଚିନ୍ତା କରି ହସିଲୁ ବହେ l ପୁଣି ତୁନିତାନ ଚାହିଁଲେ ଦୁହିଁଙ୍କ ଘର ଦେଖାଯାଉଛି l କୁଣିଆ ମଇତ୍ରଙ୍କର ଯିବା ଆସିବା ଲାଗି ରହିଛି , କିଏ କାହା ପଟକୁ ଆସୁଛନ୍ତି l କି ଦିପଟ ହେଇ ଯାଉଛନ୍ତି ବୁଝି ହେଉନି ,ଏଯାଏଁ ଭଉଣୀ ସେମାନଙ୍କର ଆସିନି, ବୋଧେ ଦୁଇ ଭାଇଙ୍କ କଳିରେ ଅବସ୍ଥା ତାର ଖରାପ l ଦୋଛକିରେ ପଡି କୁଆଡେ ଯିବ ଆଗ ଭାବିନପାରି ଆସିନି ଏଯାଏଁ l

ହେଲେ ଆମେ ସ୍ୱାମୀ ସ୍ତ୍ରୀ ଆଗେଇ ଗଲୁ ସାନ ଘର ଟପି ବଡ଼ ଘରକୁ, ସେଠି ଅବଢ଼ା, ସେଠି ସାରଙ୍କ ପୋଷା ବିଲେଇଟା କ୍ଷୀରା ଖାଉଥିଲା l ସେଠୁ ଅଳ୍ପ ଖାଇ ସାନ ଘରକୁ ଗଲୁ l ତାର ରୋଷେଇ ପତ୍ର ରେ ବସି ଚାହିଁଲୁ ତ ସାରଙ୍କ କୁକୁର ଏପଟେ ଖାଉଥିଲା l ସାନପୁଅ ଶ୍ଲେଷ ମିଶା କଣ୍ଠରେ ପଚାରିଲା ସେପଟେ ପେଟପୁରା କରି ଖାଇଦେଲେ କି ଆଜ୍ଞା l କଣ ଆଉ କିଛି ନେଉନାହାନ୍ତି ତୁନି ରହି କିଛି କିଛି ଖାଇଦେଇ ଫେରୁଛୁ l ଗାଡ଼ିରୁ ସାରଙ୍କ ଝିଅ ଜୋଇଁ ନାତି ବାହାରୁଥିଲେ l ସେମାନେ ଆଗ କୁଆଡେ ଯିବେ କି ବାଣ୍ଟିହେବେ କି କଣ କରିବେ, ତାଙ୍କ ଦୋଛକିର ସମାଧାନ ସେମାନେ ବୁଝିବେ ସେକଥା ଭାବି ତରତର ହୋଇ ଘରକୁ ଫେରିଆସିଲୁ l ତା ପରଦିନ ସାରଙ୍କ ଝିଅ ବୁଲି ଆସିଥିଲେ ବି ସେ କୋଉ ଭାଇ ପାଖେ ରହିଲା ନରହିଲା କିଛି ପଚାରିବା ପୁର୍ବରୁ ସେ ନିଜେ କହୁଥିଲା କାଲି ଭାଇନା ଘରେ ଥିଲୁ ଆଜି ସାନଭାଇ ଘରେ ଖାଇ ପି ଏଵେ ବାହାରିବୁ ତ ଟିକେ ଚାଲି ଆସିଲି ଦେଖା କରିବାକୁ l ଆମେ ତାକୁ ଆଉ କିଛି ନପଚାରି ହସି ହସି ବିଦାୟ ଦେଲୁ l



Rate this content
Log in