STORYMIRROR

Akshayakumar Dash

Others

3  

Akshayakumar Dash

Others

ଭାଗ୍ୟ ଗୁଳା

ଭାଗ୍ୟ ଗୁଳା

2 mins
134

କିଛିଦିନ ହେବ ମନ ଭିତରେ ଅସଂଖ୍ୟ ପ୍ରଶ୍ନ। ଜଣେ ଚାଷୀ ତାର ରକ୍ତ ଦେଇ ଗ୍ରୀଷ୍ମର ତାତିରେ କ୍ଷେତରେ ଜଳ ଢାଳି ବଞ୍ଚେଇ ଥିବା ସବୁଜ କଲରା ଲତା ଫୁଲ ଫଳ ଦେବା ସମୟରେ ଝଡ ବର୍ଷାର ମାଡ଼ରେ ଉଜୁଡ଼ିଯାଇଚି। ଅଜୟଙ୍କ ଜୀବନର ମୋଡ ଇମିତି ଭାଗ୍ୟ ସହ ଲଢ଼ୁଛି।

 କ୍ରିକେଟ ଖେଳାଳି ମାନଙ୍କ ଭିତରେ କିଏ ଆଗ ବ୍ୟାଟିଂ କରିବ ଭାଗ୍ୟ ଗୁଳା ପକେଇବାକୁ ପଡେ। ଟଙ୍କା ର ଦୁଇପାର୍ଶ ,ଗୋଟିଏ ଅଶୋକ ଚିହ୍ନ ଅନ୍ୟ ପଟରେ ମୁଦ୍ରା ରାଶି । ଦୁଇ ଦଳ ଚିହ୍ନଟ କରି ପକାଯାଏ। ଯଦି ସାମ୍ନାକୁ ଅଶୋକ ଚକ୍ର ବା ମୁଦ୍ରା ରାଶି ଦିଶିଲା ତେବେ ସେଇଦଳ ଆଗେ ବ୍ୟାଟିଂ କରେ। ଦୁଇଦଳ ହେଉବା ଅଧିକ ସଂଖ୍ୟକ ଲୋକଭିତରେ ନିର୍ଣ୍ଣାୟକ ସିଦ୍ଧାନ୍ତ ଭାଗ୍ୟ ଗୁଳ। ଇମିତି ବି ବେଳେବେଳେ ଆମେ ନିଜେ ନିଜର ଉଚିତ୍ ମାର୍ଗ ସଂକେତ ପାଇଁ ନିଜେ ଭାଗ୍ୟ ଗୁଳା ପକାଉ। କର୍ମ ଉପରେ ଜୋର୍ ଦେଇ ଭାଗ୍ୟକୁ ଏଡିଦେଇ ପାରୁନୁ।ବିଭେଦ, ଉଚ୍ଚ ନୀଚ, ଧନୀ ଗରିବ।, ନାରୀ ପୁରୁଷ, ଆଦି ବହୁ ଉଦାହରଣ ମାନ, ଆମ ପାଖରେ,ଭାଗ୍ୟ କୁ ନେଇ ଦେଖି ଆସୁଛେ।

ଏହି ଜୀବନ ଆମର, କେତେକାଂଶରେ ସଫଳ ତ ଅନେକାଂଶରେ ବିଫଳତାର ସୋପାନ। ବିଫଳ ଯେତେ ଅଧିକ ଆସେ, ସେତେ ଭାଗ୍ୟକୁ ପଚାରିବାକୁ ପଡେ। ବିଜୟ ଆମ୍ ଅଧିକାର। ପରାଜୟ ଆମର ଭାଗ୍ୟ।

ଭାଗ୍ୟ କହିଲେ ଆମେ ଜାଣୁଛେ, ଈଶ୍ୱର ବିଶ୍ୱାସ। ପ୍ରଭୁଙ୍କ ଇଚ୍ଛା ଜାହା ଥିବ ତାହାକୁ ବିନା ସର୍ତ୍ତରେ ମାନିନେବା। ଏପରି ଭାଗ୍ୟ ଗୁଳା ପକେଇବାର ସିଦ୍ଧାନ୍ତ। ଆମେ ଯାହା ଚାଉଛେ ତାହା ପ୍ରାପ୍ତି ନହେଲେ ଆମକୁ ଭାଗ୍ୟରେ ଯାହା ଥିଲା ତାହା ହେଲା ବୋଲି ମାନିନେବକୁ ପଡେ। ଏହି ଭାଗ୍ୟ ତାହେଲେ କଣ?

ଭାଗ୍ୟ କୁ ଗ୍ରହଣ କରିବାକୁ ବିଶ୍ଵାସ ପ୍ରଶ୍ନ ଆସେ। ବିଶେଷ ଶକ୍ତି ପିତା ମାତା, ଗୁରୁ, ବଂଧୁ କି ପ୍ରତିବେଶୀ। ଏମାନଙ୍କ ପାଇଁ ଆମ ଭିତରେ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଆସେ। ଏହି ବିଶ୍ୱାସ ରଖି ସଂପର୍କ ସ୍ଥାପନ କରୁ। ଗଛ ଲଗାଇ ଫଳ ପାଉଛୁ, ଅଗ୍ନି, ଜଳ, ବାୟୁ, ମୂର୍ତ୍ତିକା, ବିଶ୍ଵାସ ପ୍ରତୀକ। ଏହି ବିଶ୍ୱାସକୁ ଆଧାର କରି ଆମର କର୍ମକାଣ୍ଡ । ଆଦିପୁରୁଷ ଈଶ୍ୱର, ବିଶ୍ଵାସର ପ୍ରତୀକ। ନିଜ ଭିତରେ ସେଇ ଭାବ ଆଣିବା ପାଇଁ ଭାଗ୍ୟ ଗୁଳା ପକେଇ ସିଦ୍ଧାନ୍ତକୁ ବିନା ସର୍ତ୍ତରେ ଗ୍ରହଣ କରିଥାଏ। ଯାହା ଅଛି, ଯାହା ହେଉଛି, ଯାହା ହେବ ସବୁର କାରଣ ଜଣେ କିଏ ନିର୍ଣ୍ଣାୟକ। ତାଙ୍କର ନିର୍ଦ୍ଦେଶରେ ଆମର ସୃଷ୍ଟି। ତାଙ୍କର ଇଚ୍ଛାରେ ପ୍ରକୃତିର ଋତୁ ବଦଲେ ତ ପଙ୍ଗୁ ଗିରି ପାର ହୁଏ । 

ବଂଧୁ, ଯଥାର୍ଥ ହେଲା, ନିଜ ବିଶ୍ୱାସ ବଳରେ ଶକ୍ତି ସହିତ ଯୁକ୍ତ ରହି ନିଷ୍କାମ କର୍ତ୍ତବ୍ୟ କରି ସମୟ ଚକ୍ରରେ ନିଜ ଧର୍ଯ୍ୟର ପରୀକ୍ଷା ଦେଇ ଚାଲିଥିବା ସଂସାରୀ, ଭାଗ୍ୟ ଗୁଳା ପକେଇବା ସ୍ଵାଭାବିକ। ସହିବା , ଆରମ୍ୱ କରି ଆଡେ ଇଯିବା, ଅଧ୍ୟୟନ, ଆଦି ନିଷ୍କାମ କର୍ମ କରୁଥିବା ବ୍ୟକ୍ତି ପ୍ରିୟ ବୋଲି ପରିଚିତ। ତେଣୁ ଏହି ସବୁ ଗୁଣର ଅଧିକାର ପାଇଁ ଆମର ଆସକ୍ତି ଲୋଭ, ମୋହ, ଅହଙ୍କାର, କାମ, କ୍ରୋଧ ଆଦିକୁ ନିପୁଣ ପରିଚାଳନା ପାଇଁ ଓ ମନକୁ ସଞ୍ଜମ ପାଇଁ ତାଙ୍କର ପ୍ରଭୁ ବା ମାଲିକ ଙ୍କ ଉପରେ ବିଶେଷ ବିଶ୍ୱାସ , ଧ୍ୟାନ ଓ ଗୁଣ ଗାନ କରିବା । ସେ ନିଶ୍ଚୟ ସତ୍ ପଥ ଦେଖାଇବେ।


Rate this content
Log in