STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ବାୟାଚଡେଇର କି ଯାଉଛି

ବାୟାଚଡେଇର କି ଯାଉଛି

2 mins
566


ନୂଆ ବର୍ଷ ଆରମ୍ଭ ରୁ କି ପୂର୍ବରୁ ସମସ୍ତ ଙ୍କ ଇଛା ଥାଏ।ପିକିନିକ୍ ଯିବା । ହେବନି କେମିତି କରୋନା ସମୟରେ ସବୁ ପିଲାଙ୍କୁ ପାଠ ପଢାପାଇଁ ମୋବାଇଲ ଫୋନ ଦିଆଯାଇଛି online class ହେବ । ପିଲା ଯେତିକି ପାଠ ପଢୁଛନ୍ତି ।ସେତିକି ସାଙ୍ଗ ସାଥି ଗପ ସହ ବୁଲାବୁଲି ଫଟୋ ଦେଖି ଜିଦ କରୁଛନ୍ତି।


    ଆମ ପଡୋଶୀ ଦାମବାବୁ ଙ୍କ ଆଜି ରାତିରୁ ପିଲାମାନଙ୍କ ର ପାଟି ଶୂଭୂଛି ।ପିକିନିକ୍ ଯିବାପାଇଁ ତିଆରି। ରାତିରୁ ସ୍ତ୍ରୀ ଉଷାରାଣୀ ରୋଷେଇ ଘରୁ ଖଡ ଖାଡ ଶଦ୍ଧ ।ଵୋଧେ ଟିଫିନ ତିଆରି ହେଉଛି।ଉଷାରାଣୀ ଭଲ ରୋଷେଇ କରନ୍ତି।କାରଣ ସେ ତାର ବେଉଷା ସ୍ୱାମୀ ସହ ମିଶି ଛୋଟ ହୋଟେଲ କରିଛନ୍ତି ।ତା ଭିତରୁ ଯେଉଁ ଦୁଇ ପ ଇସା ମିଳେ ଭଡାଘରକୁ ତିନି ପୁଅ ତା ସହିତ ମାଆ କୁ ଗାଁ ରୁ ନେଇ ଆସିଛନ୍ତି ।ସୁରୁଖୁରୁରେ ଚଳି ଯାଆନ୍ତି।


      କିନ୍ତୁ ଏବର୍ଷ କରୋନା ଏମିତି କରିଛି ବେପାର ମାନ୍ଦା।ଆଗ ଅପେକ୍ଷା ରୋଜଗାର କମ୍ ।ଏମିତି ବେଳକୁ ପିଲାଙ୍କର ଜିଦି ପକିନିକ ଯାହାହେଉ ପିଲାଙ୍କୁ କଥା ଦେଇଛନ୍ତି ଯିବେ ଏଥର ।ଭଡାଗାଡିଟି କରିଛନ୍ତି। 

      ଗାଡି ଆସିବା ଶଦ୍ଦ ଶୁଣି ପିଲାମାନେ ଉଛନ ।ବାପାମାଆ ପିଲାଙ୍କ ଜଳଖିଆ ।ପଇସା ପତ୍ର ଧରି ବାହାରିଲା ବେଳକୁ ।ସାନପୁଅ ମୁନା ଯାଇ ଜେଜୀ କି କହିଲା ଜେଜୀ ତମେ ଆସ ।ଜେଜୀ ତାର ମନା କଲା ବୁଢ଼ୀ ହେଲେଣି କୁଆଡ଼େ ଯିବି ତମେ ଯାଅ ।କହି ଶୋଇଲାଘରକୁ ପଶି ଗଲା

ଆଉ ତକିଆ ତଳୁ ରୁମାଲରେ ପୁଟୁଳିକରି ରଖିଥିଲା ।ଗାଁ ରୁ ଆସିଲା ବେଳେ ଆଣିଥିବା କିଛି ପଇସା ତାକୁ ଖୋଲି ଦାମ ବାବୁ ହାତକୁ ଦେଲାବେଳକୁ ବଡ ନାତି ଟୁନା ଅଷ୍ଟମ ଶ୍ରେଣୀ ରେ ପଢୁଛି ।କହିଲା ଜେଜୀ ତୋ ପାଖରେ ତୋ ପ ଇସା ରଖେ ।ମୋ ବାପା ପାଖରେ ବହୁତ ପଇସା ଅଛି। ଆମେ ତୋ ପାଇଁ କଣ ଆଣିବୁ କହ।ଜେଜୀ କହିଲା

ବାୟା ଚଢେଇ ର କି ଯାଉଛି

ବାଆ କଲେ ବସା ଦୋହଲୁଅଛି

ପିଲା ମାନେ ବୁଝିବା ସହଜ ନୂହେଁ ଧେତ ବୁଢ଼ୀ କହି ଚାଲିଗଲେ ଦାମବାବୁ ଙ୍କ ଆଖିରୁ ଲୁହ ଗଡିପଡିଲା ।ମାଆ ପାଖରେ ।ମାଆ ଖସିରେ କହିଲେ ଆରେ ଯାଆ ବୁଲି ଆସିବୁକି ବହୁତ ଖଟୁଛୁ ।ଟିକେ ଆସେ ତୋ ଅବୁଝା ପିଲାଙ୍କୁ ନେଇ।

   ବସିଲେ ଗାଡିରେ ଯାକିଯୁକି ହୋଇ।ଜେଜୀ ଗାଡିପାଖକୁ ଯାଇ କହିଲା ମୋ ପୁଅକୁ ହଇରାଣ କରିବନି ।ଭଲରେ ଆସିବ

     ସବୁ ଦେଖିଲା ପରେ କାମ ସାରି ମାଉସୀ ଙ୍କ ପାଖକୁ ଗଲି ପଚାରିଲି ମାଉସୀ ଏ ବାୟା ଚଢେଇ ଢ଼ଗର ଟିକେ ଅର୍ଥ କହିବେ।

 ମୁଁ ଜାଣିଛି ବାୟା ଚଢେଇ ର ଯେତେ ଥର ବସା ଭାଙ୍ଗେ ଗଢେ।।

ହେଲେ ଏଠି ବାୟା ଚଢେଇ କାହାକୁ କହିଲ।ମାଉସୀ ଉତ୍ତରରେ ଆଖିଲୁହ ଗଡିଗଲା ଅଜଣାତରେ ।


      ମାଉସୀ କହିଲା ଏକରୋନା ସମୟରେ ପ୍ରାୟ ଘର ଚଳୁଉଥିବା ଲୋକ ଜାଣୁଥିବ। ମୋ ପୁଅ ହୋଟେଲ ଟି କେତେ ଦିନ ବନ୍ଦଥିଲା। ମୋ ପୁଅ ମୋଘର ର ତାଳ ଗଛ ତାଛୁଆ ଙ୍କ କଥା କହୁଛି ।ତାଙ୍କର କ,ଣ ଅଛି ସେ ଆରାମ ରେ ଅଛନ୍ତି ଖେଳୁଛନ୍ତି ବୁଲୁଛନ୍ତି ମୋ ପୁଅତ କରୋନାରେ ଦୋହଲି ଯାଇଛି । ତା ପାଖରେ ପଇସା ଅଛି କିନାହିଁ କିଏ ବୁଝିବ। ମୁଁ ମାଆ ଜାଣିଛି ତାକଥା ନକହିଲେ ଆଖି ଟା ଦେଖୁ ଦେଖୁ ଜାଣିଦିଏ । ସେଥିଲାଗି କହିଲି।

  ବାୟା ଚଢେଇ ର କି ଯାଉଛି

    ବାଆ କଲେ ବସା ଦୋହଲୁ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍