STORYMIRROR

Kamal Kumar Dash

Others

2  

Kamal Kumar Dash

Others

ବାପା

ବାପା

2 mins
14.5K


ଆମେ ( ମୁଁ ଓ ଶ୍ରୀମତୀ ) ରବୀନ୍ଦ୍ର ମଣ୍ଡପ ରେ ଗୋଟିଏ ମ୍ୟୁଜିକ ପ୍ରୋଗ୍ରାମ ଦେଖି ତାରି 9.30 ରେ ଘରକୁ ଫେରୁ ଥାଉ | ଘରୁ ପୁଅ ଫୋନ କଲା ସେ ଅଫିସରୁ ଏବେ ଆସିଲା ମ, ତାର ଏସିଡ଼ିଟି ହେଉଛି କଣ ମେଡ଼ିସିନ ଖାଇବ ? ମୁଁ ତା ଉପରେ ବହୁତ ରାଗିଲି ଓ ତାକୁ କହିଲି ରାତିରେ ଅନିଦ୍ରା ହେଲେ ଓ ବାହାରେ ଖାଇଲେ ସେମିତି ଏସିଡ ହେବ |ତତେ ଭଗବାନ ବି ରକ୍ଷା କରି ପାରିବେନି , ଡାକ୍ତର ମାନେ କହିବା ପରେ ବି ତୁ ବ୍ୟୟାମ କରୁନୁ କି କାହାର କଥା ସୁଣୂନୁ| ତୋ ମନ ଇଚ୍ଛା ବାହାରେ ଖାଉଛୁ | ଏ କଥା ଶୁଣି ଆମ କାର ଡ୍ରାଇଭର ଆଖିରେ ଲୁହ ଆସିଗଲା | ମୁଁ କିଛି ବୁଝି ପାରିଲିନି ପଚାରିଲି କଣ ହେଲା ? ତାକୁ ପଚାରିଲାରୁ ସେ କହିଲା ତା ବାପା ତାକୁ ବହୁତ ରାଗୁଥିଲେ ଓ ଭଲ ବି ପାଉଥିଲେ ଏ କଥା ସେ ପଛରେ ଜାଣିଲା | ସେ ଭଲ ପଢୁ ନଥିଲା କି ଘରେ କାହା କଥା ମାନୁ ନଥିଲା | ଦିନେ ସାଙ୍ଗ କଂ ସାଥିରେ ମିଶି ପାଖ ସହରକୁ ସିନେମା ଦେଖିବାକୁ ଯାଇଥିଲା | ଜାଣିଲା ପରେ ତା ବାପା ତାକୁ ବହୁତ ପିଟିଲେ | ସେ କାହାକୁ କିଛି ନକହି ଘରୁ ସହର କୁ ପଳାଇଲା ଓ କାର ଗ୍ୟାରେଜରେ କାମ କଲା | କିଛିଦିନ ପରେ କାର ଚଳାଇବା ଶିଖିଗଲା ଓ ଗ୍ୟାରେଜ ଛାଡି ଟାକ୍ସି ଚଳାଇଲା | ପ୍ରାୟ ବର୍ଷେ ପରେ ଘରକୁ ଗଲା | ଯାହା ଦେଖିଲା ତାର ବିଶ୍ୱାସ ହେଲାନି ଘରେ ବାପା ତା ଚିନ୍ତାରେ ଖଟିଆରେ ଶୋଇରହିଥିଲେ ,ଖୋଜି ଖୋଜି ତାକୁ ନପାଇବାରୁ ତାଙ୍କ ଦେହ ଖରାପ ହୋଇ ଯାଇଥିଲା ତା ବୋଉ ଅନ୍ୟ ଘରେ କାମ କରି ଘର ଚଳାଉଥିଲା ସାନ ଭଉଣୀ କଥା ନକହିଲେ ଭଲ | ସେ ସହର କୁ ନେଇ ବାପାର ଟ୍ରିଟମେଣ୍ଟ କଲା ହେଲେ କିଛି ଫଳ ହେଲାନି ବାପା ଚାଲି ଗଲେ | ତା କଥା ଶୁଣୁ ଶୁଣୁ ଆମ ଆଖିରେ ବି ଲୁହ ଆସିଗଲା |

ଏ ଭିତରେ କାର ଆମ ଘର ଆଗରେ ପହଁଚି ସାରିଥିଲା , ଡ୍ରାଇଭର କୁ ସାନ୍ତ୍ୱନା ଓ ଧନ୍ୟବାଦ ଦେଇ ଗାଡ଼ିରୁ ଓହ୍ଲାଇଲୁ | ଘର ଭିତରକୁ ଯାଇ ଦେଖିଲି ପୁଅ କିଛି ମେଡ଼ିସିନ ଖାଇ ତାର ଲାପଟପ ରେ ଗେମ ଖେଳୁଛି | ପୁଅ କୁ ସେ ଡ୍ରାଇଭର ର କଥା କହିଲାରୁ ,ତା ଉପରେ କିଛି ପ୍ରତିକ୍ରିୟା ହେଲା ଭଳି ଜଣା ପଡ଼ିଲାଣି ,ସେ କହିଲା ତମେ କାହିଁକି ଚିନ୍ତା କରୁଚ ବାପୁ , ତମେତ 102 ନଟାଉଟ ,ବି କୁଲ , ଟେକ ଇଟ ଇଜି |


Rate this content
Log in