STORYMIRROR

Saphala Das

Children Stories Comedy Romance

3  

Saphala Das

Children Stories Comedy Romance

ବାପ ଘରେ ନାହିଁ କୋଳଥ

ବାପ ଘରେ ନାହିଁ କୋଳଥ

2 mins
266

#ବାପ ଘରେ ନାହିଁ କୋଳଥ ମୋ ଶାଶୁ ଘରେ ନାହିଁ କୋଳଥ

ମୋତେ କହୁଛନ୍ତି କୋଳଥ ଭାଜିବୁ

କେମିତି ଭାଜିବି କୋଳଥ#


   ଜେଜୀର କଥା ବା ଢଗଟା ବଡ ଯେମିତି ଶିକ୍ଷଣୀୟ ସେମିତି।ମାଣ ଓଷା ସରୁ ସରୁ ବଡ ଦିନ ପହଞ୍ଚିଗଲା ।ଜେଜୀ ମାଣ ଓଷା ଲାଗି ପନ୍ଦର ଦିନ ଧରି କାମ ନିଜେ କରିବା ସହ ବୋଉକୁ କରାଉଛି। ସେଥିରେ ଆମର କିଛି ଚିନ୍ତା ନାହିଁ ଏତେ ପିଠାପଣା ଖାଇଲା ପରେ ଆମ ଭାଇଭଉଣୀଙ୍କ ଅଳି ବଡ ଦିନ କେକ୍। ସମସ୍ତଙ୍କର ଥାଏ।


   ଟିକେ ଜିଦି ଧରିଲୁ ଵୋଉ ପାଖରେ କେକ୍ ଖାଇବୁ ।ବୋଉ କିଛି ଶୁଣୁନଥାଏ। ପୁଣି ଚାଲି ଗଲୁ ଜେଜୀ ପାଖକୁ ।ଜେଜୀ ତାର ଉତ୍ତର ଢଗରେ ଦେଲା, ‘ବାପଘରେ ନାହିଁ କୋଳଥ, ମୋ ଶାଶୁଘରେ ନାହିଁ କୋଳଥ ମୋତେ କହୁଛନ୍ତି କୋଳଥ ଭାଜିବି କେମିତି ଭାଜିବି କୋଳଥ’


   ଜେଜୀକୁ କହିଲୁ ଜେଜୀ ଆମେ କୋଳଥ କଥା କହୁନୁ ଆମେ କେକ୍ କଥା କହୁଛୁ। ଜେଜୀ କହିଲା ମୁଁ ମଧ୍ୟ ସେଇଆ କହୁଛି। ଶୁଣ।

   ତମେ ଯେଉଁ ବଡ଼ ଦିନ ପାଳନ କରିବାକୁ ଯାଇ କେକ୍ କଥା କହୁଛ ସେ କେକ୍ ମୋତେ ଆସେନି କି ମୋ ପିଲାମାନଙ୍କୁ ଦେଇନି ।ଗାଆଁ ଗଣ୍ଡାରେ ସେମିତିଆ କେକ୍ ତିଆରି କରି ଜାଣିନି । ରଙ୍ଗିଲା ଜରି ଗୁଡେଇ ବାର ଲୋକ ଛୁଇଁ କେମିତି ତିଆରି କରିଥିବ ବୋଲି ମୋ ପିଲାଙ୍କୁ ଦିଏନି। ଯାହାକରେ ଘରେ ତିଆରି କରି ମୋତେ ଯେମିତି ଜଣା ମୋ ପିଲାଙ୍କୁ ବୁଝେଇ ଦିଏ ।ମୋ ପିଲା ମଧ୍ୟ ଖୁସିରେ ଖାଆନ୍ତି। କିନ୍ତୁ ତମେ ଯେଉଁ ଆଜିକା ପିଲା ଆମ ଦେଶୀ କେକ୍ ତୁମ ମନକୁ ଯିବନି ।ସେଥିଲାଗି କହିଲି ମୋ ବାପ ଘରେ ନାହିଁ କି ଶାଶୁଘରେ ନାହିଁ ଯେଉଁ କଥା ମୁଁ କେମିତି ଶିଖିଥାନ୍ତି। ମୁଁ ଯାହା ଶିଖିଛି ।ଯଦି ରାଜି ହେବ କରିବି ।ଆମର ତ କେକ୍ ଖାଇବା ଇଛା ।ଯେମିତି କରୁ ଖାଇବୁ ।


   ସଙ୍ଗେ ସଙ୍ଗେ ମାଣ ଓଷା ପିଠଉଆଣ ବଳିଥିଲା ।ଜେଜୀ କେକ୍ ପ୍ରସ୍ତୁତି କଲା ।ପିଠଉଆଣରେ ପିଆଜ ଭେସୁଙ୍ଗ ପତ୍ର କଞ୍ଚାଲଙ୍କା ଅଦାକଟା ନଡିଆ କୋରା ସବୁ ଗୋଳେଇ ଦେଇ ।କଢେଇ ତତେଇ ସୋରିଷ ତେଲ ଦେଇ ଆଣ ଢାଳି ଦେଇ ଘୋଡାଇ ଦେଲା ଢାଙ୍କୁଣି।ଜଗି ବସିଛୁ କେମିତି ହେବ ଜେଜୀର ଦେଶୀ କେକ୍ ଖାଇବୁ ।ସତକୁ ସତ ତିଆରି କରି ଥଣ୍ଡା ହେଲାପରେ ପନିକିରେ କାଟିପକାଇଲା ଖଣ୍ଡ ଖଣ୍ଡ କରି ।

  

    ବାଣ୍ଟି ଦେଲା ତାଟିଆ ଥାଳିଆରେ ନିଅ ମୋର ଦେଶୀ କେକ୍।ସତ କଥା ଆଜ୍ଞା ଆମ ବେଳେ ଯାହା ବୁଝେଇଦେଲେ ବୁଝିଯାଉ।ହେଲେ ଏବେଳ ପିଲା ଆଉ ଆମର ଭଳି ଭଳି ଆଧୁନିକ ଖାଇବାର ସ୍ୱାଦ ଯେତେ ଯାହାକର, ଜେଜୀ ଅମଳର ସ୍ୱାଦ ନିଆରା।


   ମନେ ପଡିଲା କଥାଟି ଆଉ ଆମର ଏ ବଡ ଦିନ କେକ୍ ଭିତରେ ମୋ ଦେଶୀ କେକ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍