Sunanda Mohanty

Others

3  

Sunanda Mohanty

Others

ବାଇଶି ପାହାଚେ ଖେଳିବ ମୀନ

ବାଇଶି ପାହାଚେ ଖେଳିବ ମୀନ

1 min
410



କୌଣସି ପ୍ରାକୃତିକ ବିପର୍ଯୟ ବା ଦୈବୀଦୁର୍ବିପାକ ପଡିଲେ ସମସ୍ତେ କୁହନ୍ତି ମାଳିକାବଚନ ସତ ହେବାକୁ ଆଉ କେତେ ବାକି କି ଦେଖିବନି, ପୁରୀ ଜଗନ୍ନାଥ ମନ୍ଦିରର ବାଇଶି ପାହାଚରେ ମୀନ ଖେଳିବ, କଳି ଯୁଗ ଧ୍ୱଂସ ହେବ l

  ବାଇଶି ପାହାଚରେ ମୀନ ଖେଳିବ କଥାଟା ଶୁଣିଲେ ସୋମନାଥ ବାବୁ ଭାବନ୍ତି ନିଶ୍ଚୟ ସମୁଦ୍ର ମାଡିଆସିବ, ମନ୍ଦିରରେ ଜଳ ଉବୁଟୁବୁ ହେଇଯିବ, ଫଳରେ ମାଛ ଜାତୀୟ ପ୍ରାଣୀ ଭିତରେ ଅତି ଶୀଘ୍ର ଜୀବନ ସଞ୍ଚାର ହେଉଥିବା ମୀନମାଛ ନିଶ୍ଚୟ ଦେଖାଯିବ ସେହି ପାଣିରେ, କି ଦୁର୍ଦ୍ଦିନ, ମନ୍ଦିର ଅବସ୍ଥା ଯଦି ଏପରି ହେବ ତ ମନ୍ଦିରଠାରୁ ଖୁବ ତଳ ସ୍ତରରେ ଗଢିଉଠିଥିବା ସାହି ବସ୍ତିର ଅବସ୍ଥା କି ଆଉ ରହିବ !

  ଉଣେଇଶଶହ ଅନେଶତ ମସିହା ବେଳେ ସୋମନାଥ ବାବୁ ଓଡିଶା ରାଜ୍ୟର ଢେଙ୍କାନାଳରେ ଥାଆନ୍ତି, କିନ୍ତୁ ଶୁଣିବାକୁ ପାଇଲେ ପୁରୀର ଅବସ୍ଥା ସାଂଘାତିକ, ବଡଦେଉଳ ବାଇଶିପାହାଚରେ ମୀନ ଖେଳୁଛି, ତ ବାପା ବୋଉଙ୍କୁ ଦେଖିବାକୁ କି ଯେ କଷ୍ଟରେ ସେ ଆସିଥିଲେ ଦେଖିବାକୁ, ଏଵେ ସେ କଥା ମନେ ପଡିଲେ ଦେହ ଶୀତେଇ ଉଠେ, କିନ୍ତୁ ଜଗନ୍ନାଥଙ୍କ ସୁଦୟାରୁ ପୁରୀରେ ସବୁ ଠିକଠାକ ଥିଲା l

  ହେଲେ ଫନୀରେ ପୁରୀ ସହର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଚୁରୁମାର ହୋଇଯାଇଥିଲା ବେଳେ ସେହି ସମୟରେ ସୋମନାଥ ବାବୁଙ୍କ ବାହାଘର ଘୁଞ୍ଚିବା ଘଟଣାଟିକୁ ଅନ୍ୟ ଜିଲ୍ଲାର କନ୍ୟା ପକ୍ଷ ଜମା ବିଶ୍ୱାସ କରିନଥିଲେ ତ ସୋମନାଥ ବାବୁଙ୍କ ମାମୁଁ କନ୍ୟା ଘରକୁ ବୁଝେଇବାକୁ ଯାଇ ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ମୀନ ଖେଳୁଛି ଆଉ ଏ ସମୟରେ ବାହାଘର ଘୁଞ୍ଚିଗଲେ କଣ ଅଶୁଦ୍ଧି ହେଲା କହିବାରେ, ସେମାନେ କହିଥିଲେ ଜଗନ୍ନାଥଙ୍କ ମନ୍ଦିରରେ ମୀନ ଖେଳୁଥିଲେ ସଂସାର ନଥାନ୍ତା, ତ ନିରାଡ଼ମ୍ବରରେ ବାହାଘର ସମ୍ପନ୍ନ କରାଇବାକୁ ପଡିଥିଲା ସୋମନାଥଙ୍କର l



Rate this content
Log in