Kamal Kumar Dash

Others

2  

Kamal Kumar Dash

Others

ବାଇକ୍

ବାଇକ୍

2 mins
1.4K


ରାଜାର ପ୍ଲସ ଟୁ ପାଠ ପଢା ସରିଲା | ଏବେ ଇଞ୍ଜିନିଅରିଂ ପଢିବାକୁ ଘର ଠୁ ଦୁରକୁ ଯିବାକୁ ପଡିବ | ବହୁତ କଲେଜରେ ପଢିବା ପାଇଁ ପରୀକ୍ଷା ଦେଲା| କିଛି କଲେଜ ରେ ମିଳିଲା କିଛିରେ ମିଳିଲା ନାହିଁ | ଶେଷ ରେ ଠିକ୍ ହେଲା କି ଘର ଠୁ 15 କିମି ଦୂର କଲେଜରେ ତାର ଆଡ଼ମିସନ ହେବ | ସେ କଂପୁଟର ସାଇନ୍ସ ଓ ଇଞ୍ଜିନିଅରିଂ ପଢିବ | ଠିକ୍ ଆଡ଼ମିସନ ଆଗଦିନ ତା ବାବା କଂର ଦେହ ଖରାପ ହେଲା | ତାର ଆଡ଼ମିସନ କେମିତି ହେବ ଚିନ୍ତା ହେଲା | ରାଜାର ମାମୁଁ କୁଁ କଟକରୁ ଡକାଗଲା ତା ଆଡ଼ମିସନ ପାଇଁ | ମାମୁଁ ଠିକ ସମୟରେ ଆସି ପହଁଚିଲେ | ରାଜା ଓ ମାମୁଁ କଲେଜ ବାହାରିଗଲେ ତାର ଆଡ଼ମିସନ ପାଇଁ | ହେଲେ ସେଠି ଲମ୍ବା ଲାଇନ ଲାଗିଥିଲା | ତା ଆଗ ଦିନ ଓଡିଶା ବଂଦ ଥିବାରୁ ସବୁ ପିଲା ସେଦିନ ଆସିଥିଲେ ଓ ତାକଂର କାମ ସରୁସରୁ ସନ୍ଧ୍ୟା ହୋଇଗଲା | ରାଜାର ଆଡ଼ମିସନ ସରିଲା ବେଳକୁ 11ଟା ବାଜିଲାଣି | ରାଜା ଓ ମାମୁଁ 12ଟାରେ ଘରେ ପହଁଚିଲେ | ସେତେ ବେଳକୁ ବାବା କଂ ଜ୍ଜ୍ୱର ର କମି ଯାଇଥାଏ | ମାମୁଁ ତା ପରଦିନ ସକାଳୁ ଉଠି ଚାଲିଗଲେ |

2ଦିନ ପରେ ରାଜା ର କଲେଜ ଆରମ୍ଭ ହେଲା |ସେ ସକାଳୁ କଲେଜ ବସରେ ଗଲା |ଦି ମାସ ପରେ ସେ କହିଲା ଗୋଟେ ଗାଡି କିଣିବା ପାଇଁ କାରଣ ଫେରିଲା ବେଳେ ତାକୁ ବହୁତ ସମୟ ବସ ପାଇଁ ଅପେକ୍ଷା କରିବାକୁ ପଡୁଥିଲା | ତାକୁ ସମସ୍ତେ ବୁଝାଇଲେ ସ୍କୁଟି ଭଳି ଗୋଟେ ଛୋଟ ଗାଡି କିଣିବାକୁ , ହେଲେ ସେ ବୁଝୁ ନଥିଲା | ତେଣୁ ତାର ଗାଡି କିଣା ହୋଇ ପାରୁନଥିଲା |ଦିନେ ତାର ମାମୁଁ ଆସି ଥିଲେ ,ବାବା ତାକୁଁ କହିଲେ ଟିକେ ରାଜା କୁ ବୁଝାଇବାକୁ | ମାମୁଁ ରାଜକୁ ବୁଝାଇଲେ , ରାଜା ଦେଖ ତୁ ଏତେ ବାଟ ଯିବୁ ଗହଳି ରାସ୍ତାରେ , ଛୋଟ ଗାଡି ହେଲେ କମ ସ୍ପିଡ଼ ରେ ଯିବ ଓ ତୋ ପାଇଁ ଠିକ୍ ରହିବ | ରାଜା କହିଲା ସେ ଛୋଟ ଗାଡି ଗୁଡା ବହୁତ ତେଲ ଖାଏ |ତାର ବ୍ରେକିଂ ସିଷ୍ଟମ ବି ଠିକ ନୁହେଁ | ମାମୁଁ ବୁଝାଇଲେ ବାବା ତେଲ ଦେବେ ତୋର କଣ ଯାଉଛି | ରାଜା କହିଲା ମାମୁଁ ସେ ଗାଡି ଗୁଡା ଛୋଟ ପିଲା ଓ ଝିଅ ପିଲା ଚଲାନ୍ତି , ମୁଁ ବଡ଼ ପିଲା ହୋଇଗଲିଣି ମୁଁ ବଡ଼ ଗାଡି କିଣିବି , ନହେଲେ କିଣିବିନି | ତା ମମି ରାଗିଗଲେ ଓ କହିଲେ ମାମୁଁ କୁ କଣ ଏମିତି କହୁଚୁ ?

ରାଜା ମାମୁଁକୁଂ ସରି କହି ଉଠିକି ଚାଲିଗଲା |

ମାମୁଁ ମୁଣ୍ଡରେ ହାତ ଦେଇ ବସିଗଲେ ଓ ଚିନ୍ତା କରି ରାଜା ବାବା କୁଂ କହିଲେ , ଭାଈନା ତା ପାଇଁ ଗୋଟେ ବଡ଼ ଗାଡି କିଣିଦିଅ | ସେ ଆଉ କାହା କଥା ଶୁଣିବନି ,କାରଣ ସେ ବଡ଼ ହୋଇଗଲାଣି | ତାକୁ ହେଲମେଟ ପିନ୍ଧି ଗାଡି ଚଳାଇବାକୁ କହିବ ,ମୁଁ ଚାଲିଲି ମୋର ଘରେ ବହୁତ କାମ ଅଛି |


Rate this content
Log in