STORYMIRROR

Sunanda Mohanty

Children Stories Action Inspirational

3  

Sunanda Mohanty

Children Stories Action Inspirational

ବାଇ ଚଢ଼େଇ

ବାଇ ଚଢ଼େଇ

1 min
208

ଆଜିକାଲି ବିରଳ ଦେଖିବାକ ମିଳୁଥିବା ବାଇ ଚଢ଼େଇ ଆମ ଘର କୂଅ ପାଖେ ଥିବା ଅଳ୍ପ ଉଚ୍ଚତା ବିଶିଷ୍ଟ ଗଛ ଡାଳରେ ବସା କରିବାକୁ ଲାଗିଛି, ଆଉ ସେବାଟେ, ଅନ୍ୟ କୌଣସି ପକ୍ଷୀଙ୍କୁ ଯିବାକୁ ଦଉନି, ମୁନା ମୁନିଙ୍କର୍ କାହିଁରୁ କଣ ଖୁସି।ହେଲେ ପୋଷା ବିଲେଇ ଓ କୁକୁର ଯେତେବେଳେ ବାଇଚଢ଼େଇର ଶିକାର ହେଲେ, ସେତେବେଳେ, ବାଇ ଚଢେଇ ମାନଙ୍କ ଏକତା ଦେଖିବାର କଥା। ଦଳ ଦଳ ହୋଇ କୋଉଠୁ ଉଡ଼ିଆସି ବିଲେଇ ଓ କୁକୁରଙ୍କୁ ସମ୍ପୂର୍ଣ୍ଣ ଖଣ୍ଡିଆକରି ପକାଇଥିଲେ।

ମାଆ ଏସବୁ ଦେଖି ବିରକ୍ତ ହେଇଥିଲେ, ଆଉ କହୁଥିଲେ, ବାଇ ଚଢେଇ ମାନେ ସିନା ଉଚ୍ଚ ତାଳ ଗଛରେ ବସା କରନ୍ତି, ଆଉ ଏଦିକି ଛୋଟ ଟଗର ଗଛରେ ବସା କରି ବିଲେଇ କୁକୁର ଙ୍କୁ ଶତ୍ରୁ ମଣୁଛନ୍ତି। ପିଲାଏ କିନ୍ତୁ ଖୁସି ହୁଅନ୍ତି। ଏଣିକି ବିଲେଇ କୁକୁରଙ୍କୁ ବାନ୍ଧି ରଖି ତାଙ୍କୁ ଔଷଧ ଲଗାଇ, ମାଛ ଭାତ ଓ କ୍ଷୀର ଭାତ ଖୁଆଉଥାନ୍ତି। ଏଣିକି ମାଆ ବିରକ୍ତ ନହୋଇ, ମୁନା ମୁନୀଙ୍କର ମାନବିକତା ଓ ସେବା ପଣିଆ ତଥା ଅନ୍ୟର ଉପକାର କରିବା ଦେଖୁ ମନେ ମନେ ଖୁସି ହୋଇ ବୋଲିଥାନ୍ତି,"ଆ ଆରେ ବାଇ ଚଢେଇ,ତୋ ମାଆ ଯାଇଛି ଗାଇ ଚରେଇ। ତୋ ପାଇଁ ଆଣିବ ବିଲରୁ ବେଲ,ଆସିଲେ କରିବ କେତେ ଯେ ଗେଲ। ମୁନା ମୁନୀ ମଧ୍ୟ ପାଳି ଧରି ମାଆଙ୍କ ସଙ୍ଗେ ଗାଇଥାନ୍ତି ଖୁସିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍