Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ବାଘ ଓ ବୁଢ଼ୀମାଉସୀ

ବାଘ ଓ ବୁଢ଼ୀମାଉସୀ

3 mins
3

ଜଙ୍ଗଲର ବାଘ ଦିନେ ଭାବିଲା ସବୁବେଳେ କଞ୍ଚାମାଂସ ଖାଇ ଖାଇ ବଡ଼ ବିରକ୍ତ ଲାଗିଲାଣି ଯାଉଛି ଗାଁ ଆଡ଼େ ଯିବି.ଟିକେ ମସଲା ଦିଆ କସା ମାଂସ ଖାଇବି. ଏହା ଭାବି ଗୋଟେ ଗାଁରେ ପଶିଲା. ସେହି ଗାଁରେ ଗୋଟିଏ ବୁଢ଼ୀ ସବୁଦିନ ମାଂସ ଭାତ ରା଼ନ୍ଧି ଅନାଥ ପିଲାମାନଙ୍କୁ ଖାଇବାକୁ ଦିଏ. ସମସ୍ତଙ୍କ ପତର ପଡିଲା ବଢା ବଢ଼ି ହେବା ପରେ କୁନା ପାଟି କରି ଉଠିଲା ମୋ ପତରରେ କିଏ? ଏତ ଜଙ୍ଗଲ ବାଘ କହି ସେ ଦଉଡିବାରୁ ସବୁ ପିଲାମାନେ ବି ଦଉଡି ପଳେଇଗଲେ. ବୁଢ଼ୀଟି ବାଘକୁ ଖାଇବାକୁ ପିଇବାକୁ ଦେଇ କହିଲା ମତେ ତ ଦେଖାଯାଉନି ତୁ ଯଦି ସତରେ ବାଘ ତେବେ କହ କଣ ପାଇଁ ଆସିଛୁ? ଆମ ଗାଁ ଲୋକ ଭାରି ଶାନ୍ତ ସରଳ ଓ ନିରୀହ ବ୍ୟକ୍ତି. ସେମାନଙ୍କ ଭିତରୁ ଯୋଉମାନେ କରୋନା, ମହାବାତ୍ୟା ଇତ୍ୟାଦିରେ ମରିଯାଇଛନ୍ତି ତାଙ୍କ ପିଲାମାନଙ୍କୁ ମାଉଁସ ଭାତ ରା଼ନ୍ଧି ଦେବାକୁ ମୁଁ କୁକୁଡ଼ା ପାଳେ, ଶାଗ ଲଗାଏ, ପୋଖରୀରୁ ମାଛ ଧରି ପିଲାଙ୍କୁ ଖାଇବାକୁ ଦେବା ସହ ପାଠ ପଢି ମଣିଷ କରିବାକୁ ନିଷ୍ପତ୍ତି ନେଇଛି. ତୁ ଯଦି କୁକୁଡ଼ାସବୁଙ୍କୁ ମାରିଦେବୁ ମଣିଷ, ଗୋରୁଗାଈ, ଛେଳି ମେଣ୍ଢା ନିପାତ କରିଦେବୁ ତେବେ ଗ୍ରାମର ଶିରୀ ତୁଟିଯିବ. ମୁଁ ତତେ କଥା ଦେଉଛି ତୋ ପାଇଁ ବାଡିପଟେ ମାଂସ ଭାତ ରଖିଦେବି ତୁ ଖାଇବୁ କିନ୍ତୁ ଗ୍ରାମର କୌଣସି ମଣିଷ, ପଶୁ, ପକ୍ଷୀ ମାରି ଖାଇବୁନି. ନଚେତ ଶିକାରୀ ଡାକି ତତେ ଧରିବାକୁ ମତେ ବେଶୀ ସମୟ ଲାଗିବନି.ସେତେବେଳକୁ ସୁଆଦିଆ ମାଂସ ତରକାରୀ ଖାଇ ଜଙ୍ଗଲ ବାଘ ହେଉଡି ମାରୁଥାଏ ତ ସେ ବୁଢ଼ୀ କଥାରେ ରାଜି ହୋଇ ଦିନସାରା ଲୁଚି ରହି ରାତିକୁ ଆସି ତା ପାଇଁ ବୁଢ଼ୀ ବାଢି ରଖିଥିବା ଖାଦ୍ୟ ଖାଇ ଚାଲିଯାଏ. ତାର ତ ମସଲା ମାଂସରେ ମନ ତେଣୁ ସେ କାହିଁକି ମଣିଷ, ପଶୁପକ୍ଷୀ, ଗାଈ ମଇଁଷି ଇତ୍ୟାଦି ଖାଇବ କିନ୍ତୁ ତା ପେଟ ପୁରୁ ନଥାଏ ତ ଭାବିଲା ସହରକୁ ଗଲେ ନିଶ୍ଚୟ ଅଧିକା ସୁଆଦିଆ ରନ୍ଧା ମାଂସ ଖାଇବାକୁ ମିଳିବ.

    ବାଘ ଯାଇ ସହରର ଗୋଟେ ବଡ଼ ହୋଟେଲରେ ପଶିଲା. ତାକୁ ଦେଖି ସମସ୍ତେ ଧର ଧର ମାର ମାର କହି ବନବିଭାଗକୁ ଜଣେଇ ଦେଲେ. ବାଘ ଦଉଡି ଦଉଡି ହଲିଆ. ଏଣେ ଭୋକରେ ପେଟ ଜଳୁଥାଏ ତ ଗୋଟେ କୁକୁଡ଼ା ଭାଡ଼ିରେ ପଶିଯାଇ କୁକୁଡ଼ା ଖାଇବାରୁ ସହରରେ ଆତଙ୍କ ଖେଳିଗଲା. ଦକ୍ଷ ଶିକାରୀ ସବୁ ଆସି ବାଘ ଧରିବାକୁ ପହଞ୍ଚି ଗଲେ. ଯନ୍ତା ଓ ଜାଲ ଘେରାଇ ବାଘର ଗତି ପଥ ଜଗି ବସିଲେ. ମଣିଷ ଖିଆ ବାଘକୁ ଧରି ନପାରିଲେ ଗୁଳି କରି ମାରିଦେବାକୁ ପଛେଇବ ନାହିଁ ବୋଲି ନିର୍ଦେଶ ବାଘ କାନରେ ପଡିବାରୁ ସେ ଭାବିଲା ଗାଁ କେତେ ଭଲ. ବୁଢ଼ୀ କଥାରେ ସବୁ ଲୋକ ବିଶ୍ୱାସ କରୁଥିବାରୁ ସେ ଦିନ ସାରା ଲୁଚି ରହିପାରୁଥିଲା. ନା ହୋ ହାଲ୍ଲା ନା ପାଟିତୁଣ୍ଡ. ଏଠି ହୋଟେଲରେ ଖାଦ୍ୟ ବଳିଲେ ମଧ୍ୟ ଅସହାୟ ଦୁଃଖୀ ଦରିଦ୍ରଙ୍କୁ ନଦେଇ ମାଟିରେ ପୋତି ଦିଆଯାଉଛି ପଛେ କ୍ଷୁଧାତୁର ଲୋକମାନେ ପାଉନାହାଁନ୍ତି.କାହାରି ଉପରେ କାହାର ବିଶ୍ୱାସ କି ଭରସା ନାହିଁ.ତେଣୁ ପୁଣି ଗାଁକୁ ଫେରିଗଲେ ଭଲ ହେବ ଭାବି ଲୁଚିଥିବା ସ୍ଥାନରୁ ଯେମିତି ବାହାରିଛି ଜଙ୍ଗଲ ବାଘ ତାକୁ ଫାଶ ଭିଡି ଧରି କାବୁ କରି ନେଲେ ସହରୀ ଶିକାରୀ ତ ଏବେ ସେ ନନ୍ଦନକାନନରେ ତା ନିର୍ଦ୍ଦିଷ୍ଟ କୋଠରୀ ସେଲରେ ରହୁଛି. ତାକୁ ଶୀଘ୍ର ବାଘ ସଫାରୀରେ ଛାଡ଼ି ଦିଆଯିବା କଥା ଶୁଣି ବାଘ କାନମୁଣ୍ଡା ଆଉଁସି ରହିଲା ଏବଂ ଭାବିଲା ନିଜେ ଭୁଲ କରିଛି ଯେତେବେଳେ ଭୋଗିବାକୁ ତ ପଡିବ ନା. ଯାହା ହେଉ ବାଘ ସଫାରୀରେ ଏଣିକି ତା ଜାତି ଭାଇଙ୍କୁ ଦେଖି ସେମାନେ କେମିତି ଏଠାକୁ ଆସିଲେ ଶୁଣୁଥିଲା ଓ ଭାବୁଥିଲା ପୁଣି ବୁଢ଼ୀ ମାଉସୀ ପାଖକୁ ଫେରିଯାଆନ୍ତା କି!ସ୍ୱାଧୀନତା ସାଙ୍ଗକୁ ଅଳ୍ପ ହେଉ ପଛେ ସବୁଦିନ ସୁଆଦିଆ ଖାଦ୍ୟ ଖାଇ ନିରୋଗ ରୁହନ୍ତା. ହାଏ ଲୋଭରୁ ଲାଭ... ଲାଭରୁ ମୃତ୍ୟୁ ଆଡକୁ ଅଗ୍ରସର ହେବା କଥା ବାଘ ବୁଝିସାରିଥାଏ ।

    ଗାଁ ପିଲାମାନେ ଥରେ ବୁଲିଯିବାକୁ ଚାହିଁବାରୁ ବୁଢୀମାଉସୀ ସବୁ ପିଲାଙ୍କୁ ସାଥିରେ ଧରି ନନ୍ଦନକାନାନ ଗଲେ. ସେଠାରେ ପିଲାମାନେ ଭିର୍ନ୍ନ ଭିର୍ନ୍ନ ପକ୍ଷୀ, ହାତୀ, ଜିରାଫ, ଭାଲୁ ଇତ୍ୟାଦି ଦେଖିସାରିବା ପରେ ବାଘ ସଫାରୀ ଆଡକୁ ଚାଲିଲେ. ସେଠାରେ ଲେଖାଥାଏ ବାଘ ପ୍ରତି ସାବଧାନ, କେହି ବାଘକୁ ଡାକି କିଛି ଖାଇବାକୁ ବା ତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି କିଛି କହିବାକୁ ଚେଷ୍ଟା କରିବ ନାହିଁ. ବାବୁଲା ବୋଲି ଗୋଟେ ପିଲା ଲେଖାଯାଇଥିବା କଥା ନମାନି ବାଘ ସଫାରୀ ତାର ବାଡ଼ ଭିତରେ ପଶିଗଲା. ବୁଢୀମାଉସୀ ଓ ଅନ୍ୟ ପିଲାଏ ଦେଖି ଚିତ୍କାର କରୁ କରୁ ବାଘଟିଏ ତା ଗୁମ୍ଫାରୁ ବାହାରି ଆସି ବାବୁଲା ଉପରକୁ କୁଦି ପଡିବା ବେଳକୁ ଗୋଟେ ଅଘଟଣ ଘଟିଗଲା କୋଉଠି ଥିଲା ଆଉ ଗୋଟେ ବାଘ କୁଦା ମାରି ଆସି ବାବୁଲାକୁ ବଞ୍ଚେଇବାକୁ ରୀତିମତ ତାକୁ ଆକ୍ରମଣ କରିଥିବା ଧଳା ବାଘ ସହ ଲଢ଼ିବାକୁ ଲାଗିଲା. ଖାଲି ଲଢ଼ିଲା ନାହିଁ ପରାସ୍ତ କରି ଦଉଡି ଆସିଲା ବୁଢୀମାଙ୍କ ନିକଟକୁ. ପୋଷା କୁକୁର ବିଲେଇଙ୍କ ପରି ହେଉଥାଏ. ସେତେବେଳକୁ ସାଇରନ ବାଜି ନନ୍ଦନକାନନର କର୍ମୀ ଆସି ବାବୁଲାକୁ କ୍ରେନ ସାହାଯ୍ୟରେ ଉଦ୍ଧାର କରି ଆଚମ୍ବିତ ହେଉଥିଲେ ତ ମୁନା କହିଲା ଇଏ ସେଇ ବାଘ ଯିଏ ଜଙ୍ଗଳରୁ ଆସି ଆମ ଗାଁରେ କିଛି ଦିନ ରହି ବୁଢ଼ୀମାଙ୍କ ହାତର ରନ୍ଧା ମାଂସ ଖାଉଥିଲା. ବାଘ ହେଲେମଧ୍ୟ ବୁଢୀମାଙ୍କ କଥା ରକ୍ଷା କରି ମଣିଷ ପଶୁ ପକ୍ଷୀ ବା ଗାଁର କୌଣସି ଗାଈ ଗୋରୁ ଛେଳି ମେଣ୍ଢା କି ମଇଁଷି ମାରି ଖାଇନି ବରଂ ଦିନସାରା ଲୁଚି ଛପି ରହି ରାତିକୁ ଆସି ବୁଢୀମା ତା ପାଇଁ ରଖିଥିବା ଖାଦ୍ୟ ଖାଇ ଫେରିଯାଏ. ଏସବୁ ଶୁଣି ଦେଖି ବୁଢ଼ୀ ମାଉସୀ କାନ୍ଦୁଥିଲେ ଓ ବାଘ ପାଖକୁ ଯିବାକୁ ଅନୁମତି ମାଗିଥିଲେ. ଏଣିକି ବାଘ ପାଖକୁ ଯିବାକୁ ବୁଢ଼ୀ ମାଉସୀଙ୍କୁ ଅନୁମତି ମିଳିଥିଲା. ବାଘ ଓ ବୁଢ଼ୀ ମାଉସୀ ପରସ୍ପର ପ୍ରତି ଯେଉଁ ଆନ୍ତରିକତା ଭରା ଭାବ ଆଦାନ ପ୍ରଦାନ କରିଥିଲେ ତାହା ଦେଖିବାର କଥା ଥିଲା ।



Rate this content
Log in