Kamal Kumar Dash

Others

3  

Kamal Kumar Dash

Others

ବାଦଲ ଓ ବର୍ଷା

ବାଦଲ ଓ ବର୍ଷା

2 mins
515


ବାଦଲ ଓ ବର୍ଷା


ମୁଁ ଅଫିସରୁ ବାହାରି ଗାଡି ଷ୍ଟାଣ୍ଡ ରେ ପହଂଚିଲି | ତାପରେ ବର୍ଷା ଆରମ୍ଭ ହୋଇଗଲା ,ଜୋରରେ ବିଜୁଳି ବି ମାରୁଥାଏ | କଁ କରିବି ଭାବୁଛି ,ଜୋରରେ ଘଡ଼ଘଡ଼ି ମାରିଲା ସବୁ ଲାଇଟ ଚାଲିଗଲା | ଏତେ ବଡ଼ ଷ୍ଟାଣ୍ଡ ଅନ୍ଧାରରେ ବୁଡିଗଲା | ଘରୁ ଶ୍ରୀମତି ଙ୍କ ଫୋନ ଆସିଲା ,ଏପଟେ ଜୋରରେ ବର୍ଷ ହେଉଛି ଘଣ୍ଟେ ପରେ ବାହାର | ମୋ ମୋବାଇଲରେ ବି ମେସେଜ ଆସିଥିଲା 5.30 ପରେ ବର୍ଷା ହେବ ଓ ଜୋରରେ ବିଜୁଳି ମାରିବ ତେଣୁ ବାହାରକୁ ବାହାରନ୍ତୁ ନାହିଁ | ମୁଁ କଣ କରିବି ଭାବୁଛି ଜୋରରେ ବିଜୁଳି ମାରିଲା | ବିଜୁଳି ଆଲୋକରେ ଦେଖିଲି ମୋଠୁ କିଛି ଦୂରେ ଜଣେ ଚିହ୍ନା ଲୋକ ଠିଆହୋଇଛନ୍ତି | ତାଙ୍କ ନାଁ ମାନେ ପଡ଼ିଲାନି | ହେଲେ ହାତ ହଲାଇ ଅଭିବାଦନ କଲି ,ସେ ବି ବୋଧେ ଚିହ୍ନି ପାରିଲେ ଓ ପାଖକୁ ଆସିଲେ | ଲାଇନ ଆସିଗଲା ,ସେ ମତେ କହିଲେ ଦାଶ ବାବୁ କଣ କିଛି ମନେ ପଡୁଛି ? ମୁଁ କହିଲି ମନେ ପକାଇବାକୁ ଚେଷ୍ଟା କରୁଛି | ସେ ହସିଲେ ଓ କହିଲେ ଡମଣା ହାଟ ରେ ଆମର ଦେଖା ହୋଇଥିଲା ଏମିତି ଏକ ବର୍ଷା ଭିଜା ସନ୍ଧ୍ୟାରେ | ମୁଁ କହିଲି ହଁ ବାଦଲ ବାବୁ ସବୁ ମନେପଡ଼ିଗଲା | ପ୍ରାୟ 6/7 ମାସ ତଳର କଥା ହେବ ,ଆମେ ଦି ଜଣ ବର୍ଷା ରୁ ରକ୍ଷା ପାଇବା ପାଇଁ ପରିବା ବାଲାଙ୍କ ପାଖରେ , ପିଣ୍ଡି ଉପରେ ଚଢି ବସିଥିଲେ | ହାଟ ରେ 3 ଫୁଟ ପାଣି ଚାଲିଥିଲା ଓ ଚପଲ ପାରିବା ଇତ୍ୟାଦି ଭାସି ଯାଉଥିଲା | ଆମେ ଉପରେ ବସିଥିଲେ ଓ ବର୍ଷା ହେବାରୁ ଛତା ଖୋଲି ଧରିଥିଲେ | ପ୍ରାୟ ଘଂଟାଏ ପରେ ବର୍ଷା ଛାଡିଥିଲା ସେଦିନ | ହେଲେ ଆଜିର କଥା ଦେଖ ଫୁଣି ବର୍ଷା ହେଉଛି ଓ ଆମେ ଏକାଠି ଠିଆ ହୋଇଛେ | ବାଦଲ ବାବୁ ହସି ହସି କହିଲେ ଦାଶ ବାବୁ ମୋ ସ୍ତ୍ରୀ ବର୍ଷା ଫୋନ କରିଛି ତା ପାଇଁ କଣ ଟିଫିନ ନେଇ ଯିବାକୁ | ଆମେ ଦି ଜଣ ହସୁଥିଲୁ ବର୍ଷା ଆଜି ବି ଛାଡୁ ନଥିଲା | ମୁଁ ମଜାରେ କହିଲି ବାଦଲ ବାବୁ ଆପଣ କଂର ତ ଚାରିଆଡେ ବର୍ଷା ,ସେ ହସୁଥିଲେ | ପ୍ରାୟ ଘଂଟାଏ ପରେ ବର୍ଷା ଛାଡିଥିଲା ଓ ଆମେ ଦିହେଁ ବାହାରିଲୁ ଘରକୁ |


Rate this content
Log in