STORYMIRROR

Saphala Das

Others

3  

Saphala Das

Others

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

3 mins
284

 ସବୁଦିନ ପରି ବିଦ୍ୟାଳୟରେ ପ୍ରାର୍ଥନା ସରିଲା ପରେ ଆରମ୍ଭ ହୁଏ ରୁଟିନ ଅନୁଯାୟୀ ସମୟ ବ୍ୟବଧାନରେ ପ୍ରତ୍ୟେକ ପିରିୟଡ଼ରେ ଭିନ୍ନ ଭିନ୍ନ ପାଠ୍ୟ ପୁସ୍ତକର ପ୍ରଯ୍ୟାୟକ୍ରମେ ସାରଣୀ।


  ଆରମ୍ଭ ହୁଏ ପ୍ରଥମ ପିରିୟଡ଼ ଗଣିତ । ପଢାରୁ ପୂର୍ବ ପାଠର ଆଲୋଚନା ପୂର୍ବରୁ ପଚାରା ଯାଏ କିଛି ପାଠପଢା କରିଆଣିଛକି ନାହିଁ ଘରୁ।ଯାହାକୁ home work କହୁ। ଏହା ଛାତ୍ର ଜୀବନରେ ଶୃଙ୍ଖଳା, ଦାୟିତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା।

   ଠିକ୍ ସେମିତି ଗଣିତ ଗୁରୁଜୀ ପଶିଆସିଲେ ଶ୍ରେଣୀ ଗୃହକୁ ଆଉ ଆରମ୍ଭ କଲେ ଘରୁ କରି ଆଣିଥିବା କିଛି ପାଠ ପଢାକୁ ନେଇ ନୋଟ ଖାତା ଦେଖିବା ଆଉ କିଛି ପ୍ରଶ୍ନ ପଚାରିବା।ଗୋଟିଗୋଟି ପିଲାଙ୍କ ପାଖରେ ଠିଆ ହୋଇ ପାଠ ଆଦାୟ କରିବା ଗୁରୁଜୀଙ୍କ ନିୟମିତ ଅଭ୍ୟାସ।

  ପ୍ରଥମ ଧାଡିରେ ବସିବା ମୋର ପାଳି ହେଲେ ବହୁତ ଡ଼ର ଲାଗେ ମୋତେ ସମସ୍ତଙ୍କ ନଜର ମୋ ଉପରେ ସେଥି ଲାଗି ପାଠ ପଢାରେ ଢିଲା ରଖେ ନାହିଁ।ବହୁତ ଆଗ୍ରହ ଥାଏ ପଢା ଉପରେ।ପାଖରେ ବସିଥାଏ ବାନ୍ଧବୀ ପୁଷ୍ପ, ଦୁଇ ଜଣଙ୍କ ଡାକ ନାମ ପୁଷ୍ପ । ଆଉ ଜଣେ ଲତିକା ଆମେ ତିନି ଜଣ ବହୁତ ସାଙ୍ଗ ଗୋଟିଏ ଗାଆଁର ଏକାଠି ସ୍କୁଲକୁ ଯିବା ଖେଳିବା ସାଙ୍ଗ ହୋଇ ଗାଧୋଇ ଯିବା ଗାଆଁ ନଦୀକୁ ନିଆରା ମଜା ତାସ ଖେଳକୁ ନେଇ।


  ଏଥର ଫେରିଲି ପୁଣି ଶ୍ରେଣୀ ଗୃହକୁ ।ଗଣିତ ଗୁରୁଜୀ ମୋ ପାଖରୁ ପାଠ ଆଦାୟ କଲା ପରେ ପାଳି ପଡିଲା ପୁଷ୍ପର ।କିଛି ପାଠ ନାହିଁ ଖାତାରେ ଗୋଟିଏ ସପ୍ତାହ ପୂର୍ବରୁ ପଚାରିଲେ ଉତ୍ତର ନାହିଁ।ଗୁରୁଜୀ ରାଗରେ ନିଆଁ ଫୋପାଡି ଦେଇ ଖାତାକୁ ଲେଖିବସିଲେ ଅଭିଭାବକଙ୍କ ପାଖକୁ ପତ୍ର।ଦାୟିତ୍ୱ ଦେଲେ ମୋତେ ପୁଷ୍ପର ବାପାଙ୍କୁ ଏ ପତ୍ରଟି ଦେବାକୁ ନହେଲେ ଦଣ୍ଡ ମିଳିବ ।କଣ କରିବି ମହା ସଙ୍କଟରେ ପଡିଲି ।ଏ ପାଖେ ସାଙ୍ଗ ସେପାଖେ ଗୁରୁଜୀ।

   ଖେଳ ଛୁଟି ସରିଲା ପରେ ଗାଆଁ ବିଲ ଦେଇ ସ୍କୁଲରୁ ଫେରୁଛି ପୁଷ୍ପ ସହ ଅନେକ ବୁଝାଏ ତା ପଢା ନେଇ କାହିଁକି ଗୁରୁଜୀଙ୍କ ପାଠ କରୁନୁ ଗାଳି ଖାଉଛୁ ଘରେ ବାପା ଜାଣିବେ ବ୍ୟସ୍ତ ହେବେ।ଶୁଣି ବି ନଶୁଣିଲା ପରି ହୁଏ ପୁଷ୍ପ।ପହଞ୍ଚିଗଲୁ ନିଜ ନିଜର ଘରେ ଘର ପୁରା ଚାଳକୁ ଚାଳ ଲାଗିଛି ।ବାଧ୍ୟ ହୋଇ ଚିଠି ଧରି ଆଗ ପୁଷ୍ପର ବାପା ଶିବ ଅଜାଙ୍କୁ ଧରାଇଦେଇ କହିଲି ସାର୍ ଦେଇଛନ୍ତି। ହଠାତ୍ ଶିବ ଅଜା ହାତରେ ବାଡି ଧରି ଝିଅ ପାଖରେ ସେ ମଧ୍ୟ କିଛି ଦିନ ହେବ ଲକ୍ଷ୍ୟ କରୁଛନ୍ତି ଝିଅର ପଢାକୁ ଦେଖି।

   ଏ କଣ ବାପାଙ୍କୁ ଦେଖି ଜାବୁଡି ଧରିଲା ମୋ ହାତକୁ ପୁଷ୍ପ ମୁଣ୍ଡରେ ଓଢଣା ମୁଁ ଝାଳନାଳ ଆଣ୍ଠିଏ ।କହି ଉଠିଲା ମୁଁ ପୁଷ୍ପ ନୁହେଁ ମୁଁ ତୁମ ସାହିର ବୋହୁ ଯିଏକି ମାସେ ହେବ ସଂସାରରୁ ବିଦାୟ ନେଇଛି ହୃଦରୋଗ ଯନ୍ତ୍ରଣାରେ ।ସମସ୍ତେ କାଠ।ଗାଆଁ ପଡୋଶୀ ରୁଣ୍ଡ

 ମୋତେ ସବୁଠୁ ବେଶି ଭୟ ହାତଟି ବନ୍ଧାପଡିଛି। ବହୁ କଷ୍ଟରେ ମୋ ହାତଟି ମୁକୁଳିଲା ସତ ଖାଇବା ପିଇବା ବନ୍ଦ ଆରମ୍ଭ ହେଲା । ଅତୃପ୍ତ ଆତ୍ମାର କାହାଣୀ।

   ******************

ବିଗତ ଉଣେଇଶି ଦିନ ହେବ ପୁଷ୍ପ ଦେହରେ ରହିଲିଣି ହିସାବରେ ତାର ଭାଉଜ।ଦାଦାଶଶୁର ଝିଅ ବହୁତ ଭଲ ପାଏ। ପାଠ ପଢିନି ତେଣୁ ପାଠ କରିବ କେମିତି।

  ଆରମ୍ଭ ହେଲା ମୃତ୍ୟୁର ରହସ୍ୟ

 ଚାରିଟା ସମୟରେ ତାସ ଖେଳୁଥିଲି ଏ ତିନି ସାଙ୍ଗ ଙ୍କସହ ଏମାନେ ବହୁତ ଭଲ ହେଲେ ମୋ ନଣନ୍ଦ ଟିକେ ମୋତେ ହଇରାଣ କରେ। ଭାରି ବାଧେ ।ସେଦିନ ବି ବାଧିଥିଲା ତଥାପି ପିଲାଙ୍କ ସହ ତାସ ଖେଳି ସାରିଲା ବେଳକୁ ଗାଆଁରେ ଝିଅଟି ଶାଶୁଘରକୁ ଯାଉଥାଏ ତା କାନ୍ଦଣା ଶୁଣି କାହିଁକି କେଜାଣି ନିଜେ ହଜାଇ ବସିଲି ନିଜର ମାନସିକତା ସଙ୍ଗେ ସଙ୍ଗେ ରସିଟିଏ ଆଣି ରସି ଦେଇଦେଲି ଗଳାରେ ଝୁଲି ପଡିଲି ଅନ୍ଧାରି କୋଠିର କଡରେ ।ମୋ ମରିବାପରେ ମୋତେ ହୃଦରୋଗ ହୋଇଛି ବୋଲି ପ୍ରଚାର କଲେ ବିଶ୍ୱାସ ମଧ୍ୟ କଲେ କାରଣ ମୋତେ ଆଗରୁ ବାରମ୍ବାର ବାତ ମାରେ।


    ସେ ଯାହାହେଉ ମୋ ବାପାମାଆ ସମସ୍ତେ ଆସିଲେ ସେମାନେ ମଧ୍ୟ ଗ୍ରହଣ କଲେ ।କରିବେନି କେମିତି ଆଗରୁ ଝିଅକୁ ବାତ ମାରିବା ଦେଖିଛନ୍ତି।ଜ୍ଜାଇଁ ତାଙ୍କର ଛୋଟା ।ସବୁ ସରିଲା ଅନ୍ତିମ ସଂସ୍କାର ।ହେଲେ ମୁଁ ମୋର ଆତ୍ମା ପ୍ରତିଶୋଧ ନିଆଁରେ ଜଳୁଥିଲି ।ମୋର ସେହି ନଣନ୍ଦକୁ ନେବାପାଇଁ ।ହେଲେ ହଠାତ୍ ସ୍କୁଲ ଟାଇମରେ ପହଞ୍ଚି ଗଲେ ମୋ ନଣନ୍ଦ ପାଖରେ ଏ ଦୁଇ ପୁଷ୍ପ ।

ତେଣୁ ଜଣଙ୍କ ସାଥିରେ ଚାଲିଆସିଲି ସମସ୍ତଙ୍କୁ ଜଣାଇବି ମୋ ମୃତ୍ୟୁର ରହସ୍ୟ। ମୁଁ ମରିଛି ଆତ୍ମହତ୍ୟା କରି ।ମଲା ପରେ ମୋ ଆତ୍ମା ଘୂରିବୁଲୁଛି ସେହି ପ୍ରତିଶୋଧ ନେବା ପାଇଁ ଯେଉଁମାନଙ୍କ ପାଇଁ ମୋର ଏ ଅବସ୍ଥା। 

  ଏ କଥା ଶୁଣି ଶାଶୁଘର ଲୋକେ ସ୍ତବ୍ଧ ।ନହେବେ କିପରି କଥାଟି ସମ୍ପୂର୍ଣ୍ଣ ସତ । ଗାଆଁରୁ ତିନି ଗାଆଁ ଖେଳିଗଲା ନ୍ୟାୟ ପାଇଁ ନ୍ୟାୟାଳୟରେ ପିତା ମାତାଙ୍କୁ ମିଳିଲା ନ୍ୟାୟ, ହେଲେ ମିଳିଲାନି ତାଙ୍କର ସେ ଝିଅ।



Rate this content
Log in