STORYMIRROR

Trilochan Karjee

Others

2  

Trilochan Karjee

Others

ଅତିଥି

ଅତିଥି

1 min
602

ଅନେକ ଦିନ ପରେ ସତିଆ ଗାଁ କୁ ଫେରିଛି। ଏକା ନୁହେଁ ସାଙ୍ଗରେ ଗୋଟିଏ ନୂଆ ଅତିଥି କୁ ନେଇ ଆସିଛି। ଗାଁ ସାରା ଲୋକ ଅତିଥି କୁ ଦେଖିବା ପାଇଁ ଘରେ ଭିଡ ଜମେଇଛନ୍ତି। ଦୁଇ ବରଷ ତଳେ ଗାଁ ଛାଡି କୋଉ ସହରକୁ ଚାଲି ଯାଇଥିଲା ସେଠି କୁଆଡେ ବଡ ହୋଟେଲରେ କାମ କରୁଥିଲା। ସମସ୍ତଙ୍କ ପ୍ରିୟ ତେଣୁ ତ ସମସ୍ତେ ତାର ଫେରିବା ବାଟକୁ ଚାହିଁ ବସିଥିଲେ। ଅତିଥି ବିଷୟରେ ଗାଁ ର ପିଲାଟୁ ବୁଢା ଟୁପୁରୁ ଟାପୁରୁ ହେଉଥାନ୍ତି। ସତିଆ ନିଶ୍ଚୟ ସହରୀ ଝିଅ କୁ ବାହା ହୋଇ ଆଣିଥିବ। ନହେଲେ କାହିଁକି କିଛି ଜଣା ପଡୁନି। ଆଜି ଗାଁ କମିଟି ରେ କଥା ପକାଇ ଭୋଜି ମାଗିବା ର ବନ୍ଦୋବସ୍ତ କରାଯିବ ବୋଲି ଜଣେ କହୁଥାଏ।


ପ୍ରକୃତରେ କାହାକୁ ବୋଉ କରି ଆଣିଛି ସମସ୍ତେ ସନ୍ଦେହରେ ଥାଆନ୍ତି। ନୂଆ ଅତିଥି ଜଣକ କିଏ ତାକୁ ସମସ୍ତେ ଦେଖିବା ପାଇଁ ଯୋଜନା କଲେ। ବହୁତ ଦିନ ପରେ ଆଶ୍ଚର୍ଯ୍ୟର ଘଟଣା ସମ୍ପର୍କରେ ସମସ୍ତେ ଜାଣିଲେ ।


ଦୁଇ ବର୍ଷ ତଳେ ତାଙ୍କ ଗାଁ ଉପର ସାହିର ରଘୁ ବେହେରାର ଝିଅ ବି ହଜି ଯାଇଥିଲା। ସମସ୍ତେ ତାକୁ ବହୁତ ଖୋଜି ଥିଲେ ହେଲେ ପତ୍ତା ମିଳି ନଥିଲା। ଆଗରୁ ଝିଅଟି ସହ ସତିଆର ପ୍ରେମ ସମ୍ପର୍କ ଥିଲା। ତାଙ୍କ ବିବାହକୁ ପରିବାର ସୀକୃତି ନ ଦେବ ଏଇ ଭୟରେ ଦୁହେଁ ଗାଁ ଛାଡିଥିଲେ। ସେତେବେଳେ ଲୋକ ମାନଙ୍କ ଭିତରୁ କିଏ ଜଣେ କହୁଥାଏ - ଆରେ ସତିଆ ତୁ କଣ କଲୁ ଯଦି ସେଇ ସମୟରେ ଆମକୁ କହିଥାନ୍ତୁ କେତେ ଜାକଜକମରେ ବିଭା କରିଥାନ୍ତୁ। ଏଥର ଆଉ ନୂଆ ଅତିଥି ବିଷୟରେ ଆଉ ଆଲୋଚନା କରିବା ପାଇଁ ନଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍