STORYMIRROR

Sunanda Mohanty

Others

3  

Sunanda Mohanty

Others

ଅପତ୍ୟ ପ୍ରେମ

ଅପତ୍ୟ ପ୍ରେମ

4 mins
155

ବୋଉକୁ ଦୁଇଦିନ ହେଲାଣି ଜ୍ୱର, କରୋନା ସମୟରେ ବୋଉକୁ ଦୁଇଦିନ ହେଲାଣି ଜ୍ୱର l ଖବର ବାପାଙ୍କଠୁ ପାଇ ପୁଅ ବୋହୁ ଝିଅ ଜୋଇଁ ବ୍ୟସ୍ତ ବିବ୍ରତ, କିଏ କହିଲା ଆଦିତ୍ୟମାଇସିନ ଆଣି ଦିଅ ତ କିଏ କହିଲା ଭିଟାମିନ ସି ଏବଂ ଡି ଟାବଲେଟ ଦିଅ ତ କିଏ କହିଲା ଜିଙ୍କ ଟାବଲେଟ ପାଖରେ ରଖ, ତ କିଏ କହିଲା ଲୁଣ ପାଣି ଗର୍ଗଲିଙ୍ଗ କରୁଛି କି ନା ତ କିଏ କହିଲା ପାଞ୍ଚ ମିନଟ ଅନ୍ତରରେ ଉଷୁମ ପାଣି ପିଉଛି ନା ନାହିଁ l ଏସବୁ ବିବ୍ରତପୂର୍ଣ୍ଣ ପ୍ରଶ୍ନ ଉତ୍ତରରେ ବାପାଙ୍କର କେବଳ ଗୋଟିଏ ଉତ୍ତର ନାଇଁ ମ କରୋନା କାଇଁ ହେବ ମନ ଜର ହେଇଛି ତୁମ ମମ୍ମୀକୁ, ଭଲ ହେଇଯିବ l

 ବାପା ସବୁବେଳେ ଏମିତି, ମମ୍ମୀ ପ୍ରତି ଉଦାସୀନ l କହିଲେ ଯାହା ଆଣିବେ l ମନ ବୁଝି ଗୋଟେ କିଛି କରି ନାହାନ୍ତି ଏଯାଏଁ, ସବୁବେଳେ ମମ୍ମି ଖାଲି ତାଙ୍କ ମନ କଥା ବୁଝି ସବୁ କରିଯାଆନ୍ତା, କିଛି କୋଉଥିରେ ପ୍ରତିବାଦ ନଥାନ୍ତା, ରୋଷେଇଘରେ ତା ପରକୁ ପର ଖାଦ୍ୟ ପଦାର୍ଥ ତିଆରି ଚଳିଥାନ୍ତା ତ ସେ ଖୁସି l କଣ ଟେ ଆଣିନ କାହିଁକି ନା କହିଥିଲେ ସିନା ଆଣିଥାନ୍ତି l ଏମିତି ସବୁ ଗୁଣକୁ ନେଇ ମମ୍ମି ବି କମ ହଇରାଣ ହୁଏ ନା କଣ, ତ ବାପା ମମ୍ମି ଦେହ କଣ କେମିତିର ବାରମ୍ବାର ପ୍ରଶ୍ନରେ ସତ କହିଦେଇଥିଲେ ବାପା l 

  ଘରେ ଥିବା ବିଲେଇଟି ଏଵେ ତିନି ଚାରି ମାସ ହେଲାଣି ସୋଫା, ସୋଫା କଭର, ପ୍ରତିଟି ପାଁପୋଛ, ପ୍ରତି ଘର ଖଟ ତଳ, ଏମିତିକି ଅତିଥି ଆସିଲା ବେଳକୁ ଡାଇନିଂ ଚେୟାର ଉପରେ ଝାଡା ପରିସ୍ରା ଓ ବାନ୍ତି କରୁଛି l ଅପ୍ରସ୍ତୁତ, ତଥା ଗନ୍ଧ ଭିତରେ ସଫା ସଫିରେ ବାପା ସହାୟକ ହେଉଥିଲେ ବି ପରବର୍ତ୍ତୀ ପର୍ଯ୍ୟାୟରେ ଝଡା ସଫା, ଫିନାଇଲ ପକାରେ ଦିକଦାର ମମ୍ମି ଅନେକ ଥର କହୁଥିଲା ବିଲେଇଟିକୁ ଛାଡିଦିଅ, ହେଲେ ସେଥିପ୍ରତି କେବେ ବି ମୁଣ୍ଡ ପୁରାଉ ନଥିଲେ ବାପା l ବରଂ ପୁଣି ପୁଣି ଥରକୁ ଥର ଝାଡା ପରିସ୍ରାରେ ବ୍ୟତିବ୍ୟସ୍ତ ହୋଇପଡୁଥିଲା ବେଳେ ରସିକତା କରି କହୁଥିଲେ ତ ମତେ ବ୍ୟାଗରେ ଭରିକରି ଦେଇଥିଲେ ମୁଁ କୌଣସି ସାହି ବା ମାଛ ମାର୍କେଟ ଦେଖି ଛାଡିଦେଇଥାନ୍ତି l 


  କଥାଟା ଏତିକିରେ ସରିନଥିଲା ବଡ଼ଭୁଆର ଆକ୍ରମଣରେ ଲହୁଲୁହାଣ ହୋଇ ଘରକୁ ଫେରୁଥିଲା, ବାପା ସେସବୁ ପ୍ରତି ଦୃଷ୍ଟି ଦେଉନଥିଲା ବେଳେ ସେହି ମମ୍ମି ମରା ନଡିଆତେଲ ସହ ହଳଦୀ କେବେ କେବେ ନେଓସ୍ପିରିନ ମାରିଲେ ବି ପରକୁ ପର କାମୁଡ଼ା ଖାଇ ଘରକୁ ଫେରେ l 

ଆଉ ଶେଷକୁ ମମ୍ମିର ଖଟ ତଳେ ନୁହେଁ ଉପରେ, ତୁଳା ଶେଜରେ ହିଁ ଝାଡା ପରିଶ୍ରା କରିବାକୁ ଲାଗେ ତ ବାଡେଇବାକୁ ଛକି କି ବି ବାଡେଇ ହୁଏନି ଖସି ଯାଏ ଗ୍ରିଲ ଫାଙ୍କ ଦେଇ, ପୁଣି କୋଉ ଛଟକରେ ଆସି ପୁଣି ପରିଶ୍ରାରେ ଗନ୍ଧ କରୁଥାଏ ଖଣ୍ଡିଆ ଖାବେରା ପୂଜ ରକ୍ତ ଲାଙ୍ଗୁଡ଼ ଘୋଷାଡ଼ି ତ ମମ୍ମି ଦେଲା ପାହାରେ, ପଛ ଦି ଗୋଡ଼ ଘୋଷାରୀ ଘୋଷାରୀ ଶିଡ଼ି ଦେଇ ପାହାଚରେ ତଳକୁ ଯାଏ ତ ଛକି ଥିବା ବଡ ଭୁଆ ହାବୁଡ଼ରେ ପଡି ହୁଏ ସାଂଘାତିକ ପରିଣାମ, ତା ପରେ ଆଉ ଘୁଷୁଡ଼ି ଚାଲିବା ଅବସ୍ଥାରେ ନଥିବା ବିଲେଇଟା (ଭୁଆ )କୁ ଦିନେ ହାତ ଲାଗାଇ ନଥିବା ମମ୍ମି ତମର ଯେତେ ସେବା କଲେ ବି, ତିନି ଦିନ ପରେ ପଶୁ ଡାକ୍ତର ଆସିବା ବେଳକୁ ଖେଳ ସାରିଥିଲା, ଆଉ ତା ମୃତ୍ୟୁର କାରଣ ବନିଥିବାରୁ ମମ୍ମିକୁ ଜ୍ୱର, ଦିଅଁ ପୂଜା ବନ୍ଦ. କଥା ବାର୍ତ୍ତା ବି ସୀମିତ. ନିଜକୁ ଦୋଷୀ ଓ ପାପୀ ମନେକରି ନିଜ ପ୍ରତି ଅବହେଳା କରି ଚାଲିଛି ତମ ମମ୍ମି, ସବୁକଥା ଶୁଣି କିଛି ନଜାଣିଲା ପରି ପହଞ୍ଚି ଗଲେ ପୁଅ ବୋହୁ ଝିଅ ଝୋଇଁ l 


  ପିଲାଙ୍କୁ ଏକା ସଙ୍ଗେ ଦେଖି ମାଆଙ୍କ ଖୁସିରେ ଗୋଡ଼ ତଳେ ପଡ଼ୁନଥିଲା l ପୁଅ ଖାସି ମାଂସ ଆଣି ରାନ୍ଧିବାକୁ ମମ୍ମିକୁ କହୁଥିଲା ତ ସେ ନିଜେ ନଖାଇଲେ ବି ପିଲାଙ୍କ ପାଇଁ ଆଗ୍ରହରେ କରୁଥିଲେ ତରକାରୀ l ଆଉ ଶୁଣେଇ ଶୁଣେଇ ଭାଇ ଭଉଣୀକୁ କହୁଥିଲା ଜାଣିଲୁ ଝିଅ, ବଢିଆ ମାଂସ, ମୁଁ ନିଜେ ଠିଆ ହୋଇ ଥାଏ କଂସେଇ ଟା ପରା ପକାଇଲା ବେକକୁ ଚୋଟେ, ପୁରା ଅସଲି, ମୋରି ଆଗରେ ଛାଲିକି ଦେଲା ପରା,ମାଆ ଛାତି ଧଡପଡ ହେଉଥିଲା, ଝିଅ ବି କହୁଥିଲା ଭାଇ ଦେଶୀ କୁକୁଡ଼ା କାଲି ଆଣିବା, ପୁଅ ପଚାରୁଥିଲା କିଏ ମାରିବ, ତ ଭଉଣୀ କହୁଥିଲା କାଇଁ ଜୋଇଁ ମୋଡି଼ବେ ତା ବେକ, ମାଆ, ମମ୍ମି ପାଟିରୁ ବଚନ ବାହାରୁ ନଥିଲା, ଦୁଇ ଚାରିଦିନ ଯାକ ଖାଲି କୁକୁଡ଼ା ମୋଡା ଆଉ ଖାସି ମାଂସ କରୁଥିଲେ ମମ୍ମି, ଆଉ ଜଗିରଖି ସେଦିନ ବୋହୁ ଯେବେ କହୁଥିଲା କଣ୍ଟାଗୁଡା ବିଲେଇଟାକୁ ଦେଇଦେବା, ତ ଭାଇ ଭଉଣୀ କହୁଥିଲେ ବିଲେଇଟା କଣ ଏଯାଏଁ ଅଛି ନା କଣ, ବୁଢା ହୋଇଆସିଥିଲା, କୁଆଡେ ଯିବଣି ମରି, ବୁଲା କୁକୁରଙ୍କୁ ଦେଇଦିଅ ତ ମାଆ ମୁଁହ ଗୁମ ସୁମ ଥିଲା, ତ ଭାଇ ଭଉଣୀ କଥା ହେଉଥିଲେ, ମାଆ ତ ଖାଉନି ଖାସି କି କୁକୁଡ଼ା କାଲି ଆଣିବା ମାଛ, ବାପା ଜୀବନ୍ତ ତଟକା ମାଛ କୋଉଠି ମିଳିବ କୁହତ? ବାପା କହୁଥିଲେ କଣ କାଟିକି ଆଣିବି ନା ଘରେ କରିବ, ତ ଭାଇ ଭଉଣୀ କହୁଥିଲେ କାହିଁ ମାଆ କାଟିବ, ସେତ ସବୁବେଳେ କାଟେ ଆମ ପାଇଁ, ଜୀବନ୍ତ କଉ ରତା, ମାଆ ଭଳି କିଏ କାଟିପାରିବ, ତ ମାଆ କହୁଥିଲେ ନାଇଁ ମୋ ଦେହ ଭାଲନାହିଁ ମୁଁ କାଟିପାରିବିନି କି ଖାଇପାରିବିନି. 

  ଏଁ ତୋ ଦେହ ଭଲ ନାହିଁ? କଣ ହଉଛି ଜ୍ୱର ନୁହେଁ ତ ମମ୍ମି, ଏଵେ କରୋନା ସମୟ ଜାଣିଛୁ ନା ନାହିଁ, କ୍ଵାରେନଣ୍ଟାଇନରେ ରହ ତେବେ, ଆମେ ଯାଉଛୁ ମେଡିସିନି ଆଣିବୁ, ନାଇଁମ ଜ୍ୱର ନୁହେଁ, ଏମିତି, କହି ମାଆ ଠାକୁର ପୂଜା କରି ଛାତ ଚଢୁଥିଲା ତୁଳସୀ ପାଣି ଦେବାକୁ, ବାପା କହୁଥିଲେ ଆଠ କି ନଅ ଦିନ ହେଲାଣି ତୁଳସୀ ପୂଜା କରିନି ମମ୍ମି, ଭାଇ ଭଉଣୀ ଖୁସି ଥିଲେ, ହେଲେ ତଥାପି ମାଆ ଗୁମସୁମ ଥିଲେ ବି ଅବସ୍ଥା ସୁଧୁରୁଛି ହୃଦୟଙ୍ଗମ କରି ଫେରିଥିଲେ ଭାଇ ଭଉଣୀ ବାପାଙ୍କୁ ତାଗିଦ କରି l


  



Rate this content
Log in