STORYMIRROR

Sunanda Mohanty

Others

2  

Sunanda Mohanty

Others

ଅପମାନ

ଅପମାନ

2 mins
307

  ସେଦିନ ବାଇକଟି ଅଟକି ଗଲା ସ୍କୁଲ ଠାରୁ ପ୍ରାୟ ସାତ କିଲୋମିଟର ଦୂରରେ, କାରଣ ରାସ୍ତାରେ ଏକ ଘାଇ ସୃଷ୍ଟି ହୋଇଯାଇଛି, ଆଉ ଦୁଇପଟେ ଦୁଇପଟର ଗ୍ରାମବାସୀ ହାତରେ ଖଣ୍ଡା, କଟୁରୀ, ଫାର୍ସା, ଭୁଜାଲି ଇତ୍ୟାଦି ଧରି ଠିଆ .ଘାଇ ବନ୍ଦ କରିବାକୁ ହେଲେ ଗୋଟେ ପଟ ବନ୍ଦ କରିବାକୁ ପଡିବ, ଆଉ ଯୋଉପଟ ବନ୍ଦ ହେବ ତା ଆରପଟ ଗ୍ରାମରେ ପାଣି ପଡ଼ିଯିବ l ଦୁଇ ପଟର ଗ୍ରାମବାସୀ, ଜଗିରହିଛନ୍ତି ଅପରକୁ l

  ସମୟ ହେଇ ଯାଉଛି, ପ୍ରାର୍ଥନା ପୁର୍ବରୁ ସ୍କୁଲରେ ପହଞ୍ଚିବାକୁ ହେବ ଦୁହିଁଙ୍କୁ, ମତେ ଛାଡି ଦେଇ ମୋ ସ୍ୱାମୀଙ୍କୁ ବି ତଳ ପଟ ସରୁ ଘାଇ ରାସ୍ତାରେ ଅନ୍ୟ ସ୍କୁଲରେ ପହଞ୍ଚିବାକୁ ପଡିବ, ଯଦିଓ ଆମ ଦୁହିଁଙ୍କ ସ୍କୁଲର,ଭୌଗୋଳିକ ଅବସ୍ଥିତିକୁ ନେଇ ଓଡ଼ିଶାର କୋରାପୁଟ ଯେମିତି ଅପହଞ୍ଚ, ପୁରୀ ଜିଲ୍ଲାର ଏ ସ୍କୁଲ ଦୁଇଟି ସେମିତି ଅପହଞ୍ଚ ବୋଲି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଭଉଣୀ ତଥା ସହକର୍ମୀ ମାନେ ବିଭିର୍ଣ୍ଣ ପରିପ୍ରେକ୍ଷୀରେ ଏମିତି ହାଲୁକା ମନ୍ତବ୍ୟ ଦେଇଥାନ୍ତି, ଆଜି କିନ୍ତୁ ଏ ଘାଇ ପାଇଁ ଡେରିରେ ସ୍କୁଲରେ ପହଞ୍ଚିବା କାଳ ହେବ, ଦୁହିଁଙ୍କୁ ଜଣା ନଥିଲା l

  ଏପଟ ଘାଇ ପୂର୍ଣ୍ଣ ସରୁ ଗଳିରେ ନଯାଇ, ଜିଲ୍ଲା ଶିକ୍ଷା ଅଧିକାରୀ ଡେଲାଙ୍ଗ ପଟେ ଯାଇ ଆମ ସ୍କୁଲରେ ପହଞ୍ଚିଯାଇଛନ୍ତି, ଆଉ ମତେ କୈଫିୟତ ମାଗିଲେ ତ କେତେ କଷ୍ଟରେ, ପଟା ପକାଇ ଦୁଇପଟର ଗ୍ରାମବାସୀଙ୍କ ଭିତରେ ଥିବା ସହୃଦୟ ଯୁବକମାନଙ୍କ ପାଇଁ ସ୍କୁଲରେ କେତେ କଷ୍ଟରେ ପହଞ୍ଚି ହେଲା, ସେକଥା ସବୁ ପରତେ ନଯାଇ, ଘରଭଡା ମିଳୁଛି, ଇଂକ୍ରିମେଣ୍ଟ ପାଉଛ, ସ୍କୁଲକୁ ଖେଳଘର ଭାବିଛ,ଇତ୍ୟାଦି ଦୋଷାରୋପ କରି ସସ୍ପେନସନ ଅର୍ଡ଼ର ଧରାଇ, ସ୍ୱାମୀଙ୍କ ସ୍କୁଲରେ ପହଞ୍ଚିଲା ବେଳକୁ, ସେ ମତେ ବିଳମ୍ବରେ ଡ୍ରପ କରି ପହ଼ଞ୍ଚି ପାରିନଥାନ୍ତି ତାଙ୍କ ସ୍କୁଲରେ ତ ତାଙ୍କ ଅବସ୍ଥା ତଦ୍ରୁପ .

 ସେ ମଧ୍ୟ ସସ୍ପେନସନ ଅର୍ଡ଼ର ପାଇ, ସବୁଆଡେ ହୋ ହାଲ୍ଲା, ପ୍ରସାରିତ ଖବରରେ ବଡ଼ ଗୋଟେ ଧମାକା ସୃଷ୍ଟି ହୋଇଗଲା l

  ଜିଲ୍ଲା ଶିକ୍ଷା ଅଧିକାରୀ, ତଳପଟ, ଘାଇ ରାସ୍ତା କଡରେ ଥିବା ଅନ୍ୟ ସ୍କୁଲ ପରିଦର୍ଶନ ଉଦ୍ଦେଶ୍ୟରେ ବାହାରିଲେ ଫେରିବାକୁ ତ ପହଞ୍ଚିଲେ ଠିକ ସେହି ଘାଇ ସୃଷ୍ଟି ହୋଇଥିବା ବାଟରେ, ଆଉ ବାଇକ ହୋଇଥିଲେ ଯାହା ଯେମିତି ହୋଇ ଆସିଥାନ୍ତେ କିନ୍ତୁ କାର, ଏପଟକୁ ଆସିବ କେମିତି, ତ ଦିନ ଯାଇ ରାତି ହେଲା ପଛେ, ମହୋଦୟ ସେହି ସ୍ଥାନ ରୁ ଆଉ ହଲଚଲ ହୋଇ ପାରିଲେନି l

  ସହୃଦୟ ଦୁଇପଟ ଗ୍ରାମବାସୀଙ୍କ ବୁଝାମଣାରେ ଦୁଇ ପଟ ଘାଇ ବନ୍ଦ କରିବାକୁ ନିଷ୍ପତ୍ତି ଫଳରେ, ରାସ୍ତାରେ ମାଟି ପଡି, ରାତି ପ୍ରାୟେ ଦୁଇଟାରେ, କାର ସହ ଫେରିଲେ ଜିଲ୍ଲା ଶିକ୍ଷା ଅଧିକାରୀ, ଆଉ ତା ପରଦିନ ଅଫିସରେ ପହଞ୍ଚି ମୋର ଓ ମୋ ସ୍ୱାମୀଙ୍କର ସସ୍ପେନସନ ଅର୍ଡ଼ର ପ୍ରତ୍ୟାହୃତ କରି ଆମକୁ ଘୋର ଅପମାନରୁ ବଞ୍ଚେଇ ଦେଇଥିଲେ, ଆଉ ଏସବୁ ସେଇ ଘାଇ ରାସ୍ତା ଯୋଗୁଁ ଆରମ୍ଭ ହୋଇ ପୁଣି ପରିସମାପ୍ତି ଘଟିଥିଲା l



Rate this content
Log in