STORYMIRROR

Barsha rani Nanda

Children Stories Fantasy Children

3  

Barsha rani Nanda

Children Stories Fantasy Children

ଅପେକ୍ଷା ର ଅନ୍ତ

ଅପେକ୍ଷା ର ଅନ୍ତ

3 mins
228

ଆମେ ସ୍ବାମୀ ସ୍ତ୍ରୀ ଦୁହେଁ ଚିକାଗୋ ସହରରେ ରହୁ।କାମ ବ୍ୟସ୍ତତାରେ ଦିଜଣ ଙ୍କୁ ସମୟ ମିଳେନି ନିଜ କଥା ଚିନ୍ତା କରିବା ପାଇଁ।କିନ୍ତୁ ଆମ ପରିବାର ଆମକୁ ନେଇ ବହୁତ ଚିନ୍ତିତ।ମୋ ଶାଶୁ ଶ୍ଵଶୁର ଙ୍କର ଗୋଟିଏ ଇଛା କେବେ ମୋ କୋଳରେ ସନ୍ତାନ ଟିଏ ହେବ।ସେମାନେ ଜେଜେ ବାପା,ଜେଜେମା ହେବେ।ନାତି, ନାତୁଣୀ ଠାରୁ ଜେଜେ ବାପା ଜେଜେମା ଡାକ ଶୁଣିବା ପାଇଁ ସବୁ ଜେଜେମା,ଜେଜେ ବାପା ଏମିତି ବ୍ୟାକୁଳ ହୁଅନ୍ତି।ବେଳେବେଳେ ମୋ ବୋଉ ବିରକ୍ତ ହୁଏ ମୋ ଉପରେ କାହିଁକିନା କାର୍ଯ୍ୟ ବ୍ୟସ୍ତତାରେ ନିଜକୁ ଏତେ ଅବହେଳା କରିଦେଲି ଯେ ମୋର ପ୍ରଥମ ସନ୍ତାନ ଦୁନିଆ ଦେଖି ପାରିଲାନି।ମତେ ବି ବହୁତ ଦୁଃଖ ହେଇଛି ଆଉ ଆଶୁତୋଷଙ୍କୁ ବି।ବେଳେବେଳେ ପରିବାର ଲୋକ ଆମେ ଠାରୁ ଏତେ ଆଶା କରନ୍ତି ଯେ କୁହନି।ଆମ ମନରେ ବି ଦୁଃଖ ଆସେ କିନ୍ତୁ ଘରୁ ଯେତେବେଳେ ମୁଁ ବାହାରି ଆସେ ଡ଼ିୟୁଟି କୁ ଚିକାଗୋ ସହରର ଚାକଚକ୍ୟ ଦେଖି ମୁଁ ନିଜକୁ ଏତେ ବିଭୋର କରିଦିଏ ଯେ ସବୁ ଭୁଲିଯାଏ।ଆଶୁତୋଷ ଯେହେତୁ ଜଣେ ଡକ୍ଟର ଛୋଟ ଛୋଟ ଛୁଆଙ୍କୁ ଚିକିତ୍ସା କରିବା ହେଲା ତାଙ୍କ ଡିୟୁଟି ଛୋଟ ଛୁଆଙ୍କୁ ଚିକିତ୍ସା ପାଇଁ ବାପା ମା ନେଇକି ଆସନ୍ତି ଛୁଆଙ୍କୁ ଦେଖି ତାଙ୍କୁ ଦୁଃଖ ଲାଗେ।କିନ୍ତୁ ସିଏ ଦୁଃଖ କରିବେ ମୁଁ ଭାଙ୍ଗି ପଡିବି ସେଥିପାଇଁ ସେ କିଛି ବି କୁହନ୍ତିନି।ସବୁବେଳେ ଟିକିଏ ସମୟ ପାଇଲେ ଏଇ ଦୁଃଖ ଭୁଲିବା ପାଇଁ ମତେ ନେଇ ବୁଲେଇ ଆଣନ୍ତି।କିନ୍ତୁ ଏତେ ଦୁଃଖ ର ଅନ୍ତ ଘଟିଲା ଯେତେବେଳେ ଆମେ ଜାଣିଲୁ ଆମର ଘରକୁ କୁନି ଛୁଆଟେ ଆସିବ।ପରିବାର ଲୋକ ବି ବହୁତ ଖୁସି ଏତେ ଖୁସି ଯେ ତା'ର ସୀମା ନାହିଁ।ଖୁସି ଖବର ଜାଣିବା ଦିନଠୁ ଆଶୁତୋଷ ମତେ ସଫା ସଫା କହି ଦେଇଛନ୍ତି ଚାକିରୀ ଛାଡିବା ପାଇଁ ଯାହା ବି ହେଇ ଯାଉ ମୁଁ ଚାକିରୀ ଛାଡ଼ିବି ନହେଲେ ଏତେ ଲମ୍ବା ସମୟ ଛୁଟି ମିଳିବନି ଶେଷରେ ମତେ ଚାକିରି ଛାଡିବା ପାଇଁ ପଡିଲା।ଯେହେତୁ ସେ ଜଣେ ଡାକ୍ତର ମୋର ବହୁତ ଯତ୍ନ ନେଉଛନ୍ତି।ତାଙ୍କ ଡିୟୁଟି ରୁ ଆସି ମତେ ରୋଷେଇ କରି ଖୁଆଉଛନ୍ତି।ଠିକ୍ ସମୟରେ ଚିକିତ୍ସା ମଧ୍ୟ କରାଉଛନ୍ତି। ତିନି ମାସ ଯେତେବେଳେ ହେଲା ସେତେବେଳେ ଜଣା ପଡିଗଲା ଆମ ଘରକୁ କୁନି ଝିଅଟିଏ ଆସିବ।ତାର ହାର୍ଟ ବିଟ୍ ସବୁ ଟେଷ୍ଟ ହେଲା ଆଉ ଆଶୁତୋଷ ଙ୍କୁ ଝିଅ ର ହାର୍ଟ ବିଟ୍ ଶୁଣେଇ ଦିଆଗଲା ଆଶୁତୋଷ ବହୁତ ଖୁସି ହେଲେ। ସମସ୍ତେ ଏଥର ଜାଣିଗଲେ ଯେ ଝିଅଟିଏ ଆସିବ ଏପଟେ ଆଶୁତୋଷ ସେପଟେ ଜେଜେ ବାପା ଜେଜେମା,ଅଜା,ଆଈ ସମସ୍ତେ ଆରମ୍ଭ କରି ଦେଲେ ଝିଅ ପାଇଁ ସପିଂ।ଦେଖୁ ଦେଖୁ ସମୟ ଅତିକ୍ରମ କରିଗଲା।ଘର ଲୋକ କେହି ଆସି ପାରିଲେନି।ମତେ ଡାକ୍ତରଖାନା କୁ ନିଆଗଲା।ଆଶୁତୋଷ ଏକା ଏକା ମତେ ସମ୍ଭାଳୁ ଥାଆନ୍ତି। ଶେଷରେ ମୋ କୋଳରେ ଜନ୍ମ ନେଲା ବହୁତ ସୁନ୍ଦର ଝିଅ।ତାକୁ ଦେଖି ଖୁସିର ସୀମା ରହିଲାନି।ଘର ଲୋକ ଙ୍କୁ ମଧ୍ୟ ଦେଖେଇ ଦିଆ ଗଲା ଭିଡିଓ କଲ୍ ରେ।କିନ୍ତୁ କିଛି ସମୟ ପରେ ଆଶୁତୋଷ ଯାହା କହିଲେ ସବୁ ଖୁସି ଯେମିତି ମିଳେଇ ଗଲା। ଯେମିତି କୁହାଯାଏ ଯେଉଁ ଛୁଆ ର ଆୟୁଷ ବହୁତ କମ୍ ସିଏ ସ୍ୱର୍ଗ ର ପରୀ ଭଳି ଦେଖାଯାଏ।ମୋ ଝିଅ ବି ସେମିତି ପରୀଟିଏ ଭଳି ଦିଶୁଥିଲା।ମତେ ବହୁତ ଜର ହେଇଥିଲା ଯେହେତୁ ମୁଁ ବହୁତ ପାୱାର ର ଔଷଧ ଖାଇଥିଲି ତେଣୁ ସେଇ ଔଷଧ ପ୍ରଭାବରେ ଛୁଆ ର ଅବସ୍ଥା ଭଲ ନଥିଲା ସିଏ ବଞ୍ଚିବା ସମ୍ଭବ ନୁହେଁ ବୋଲି ଆଶୁତୋଷ ଜାଣି କି ମଧ୍ୟ କିଛି କହୁ ନଥିଲେ କିନ୍ତୁ ମୁଁ ଡକ୍ଟର ଙ୍କୁ ପଚାରିବାରୁ ସିଏ ମତେ ଯାହା କହିଥିଲେ ମୋ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା।ଦେଇକି କ'ଣ ପାଇଁ ଭଗବାନ ଛଡେଇ ନେଉଛ।ନ ଦିଅନ୍ତ ଯଦି ମନ ବୁଝେଇ ରହି ଯାଆନ୍ତି।ବହୁତ କାନ୍ଦିଲି ବହୁତ।କିନ୍ତୁ ତା'ର ତ ଦୁନିଆରେ ରହିବା ର ନାହିଁ ସିଏ ରହିବ ବା କେମିତି।ଦି ଦିନ ଯାଏଁ ତାକୁ ବହୁତ ଚିକିତ୍ସା କରାହେଲା।ବହୁତ ଯନ୍ତ୍ରଣା ପାଇଲା ସେ ବହୁତ ଯନ୍ତ୍ରପାତି ଖଞ୍ଜା ଯାଇଥାଏ ତା ଦେହରେ।ତଥାପି ବି ଆଶୁତୋଷ ଧର୍ଯ୍ୟ ଦେଉଥାନ୍ତି କିଛି ହେବନି ତାର ସିଏ ବଞ୍ଚିବ।ନା ଶେଷରେ ସିଏ ଚାଲିଗଲା।ମୁଁ ହରେଇ ବସିଥିଲି ମାନସିକ ଭାରସାମ୍ୟ। ଏମିତି ରେ ଦି ବର୍ଷ ପୂରିଗଲାଣି। ମୁଁ କେମିତି ଠିକ୍ ରହିବି ସେଥିପାଇଁ ଆଶୁତୋଷ ଲାଗିଛନ୍ତି ମୋ ପଛରେ।ବହୁତ ବୁଲା ବୁଲି କଲିଣି ଦୁଇ ବର୍ଷ ଭିତରେ ଦୁଃଖ କୁ ଭୁଲିବା ପାଇଁ ମତେ ଆମ ଘରକୁ ନେଇ ଥିଲେ ଆଶୁତୋଷ, ସେଠି କେତେ ମାସ ରହି ଶାଶୁଘର କୁ ଗଲି ସେଠି ଦୁଇ ମାସ ରହି ଫେରିଛି।ଏଥର ଡକ୍ଟର କହିଛନ୍ତି ପୁଅ ଟେ ଆସିବ କିନ୍ତୁ କାହା ମନରେ ଏଥର ଖୁସି ନାହିଁ।ବୋଉ ଆସିଛି ମୋର ସବୁ ଯତ୍ନ ନେଉଛି ଠିକ୍ ଛୁଆଟି ପରି।ଦେଖୁ ଦେଖୁ କେତେବେଳେ ସମୟ ସରିଗଲା ଜାଣି ହେଲାନି।ବହୁତ ଅପେକ୍ଷା ପରେ ଏଥର ସୁସ୍ଥ ସବଳ କୁନି ପୁଅ ଟେ ଆସି ଯାଇଛି ଆମ ପାଖକୁ।ଆଶୁତୋଷ କହୁଛନ୍ତି ପୁଅ ପୂରା ସୁସ୍ଥ ଅଛି।ଡକ୍ଟର ବି କହିଛନ୍ତି ଛୁଆ ର କିଛି ବି ଅସୁବିଧା ନାହିଁ ଏବେ ତମେ ଘରକୁ ଯାଇ ପାରିବ।ତାକୁ ଦେଖି ଭୁଲି ଯାଇଛି ମୋ ଜୀବନରେ ସବୁ ଦୁଃଖ କୁ।ବୋଉ ସବୁବେଳେ ଯେଉଁ କଥା ମତେ କୁହେ ମା ହେଲେ ବୁଝିବୁ ଛୁଆ ପାଇଁ ମା କୁ ବହୁତ ତ୍ୟାଗ କରିବା ପାଇଁ ପଡ଼େ,ମା ହେବା ସହଜ କଥା ନୁହେଁ।ତାକୁ ମୁଁ ଏବେ ବୁଝି ପାରୁଛି।ସତରେ ମା ଟିଏ କେତେ କଷ୍ଟ ନ କରେ ଛୁଆ ପାଇଁ।ଏବେ ଆମ ସମସ୍ତଙ୍କ ଅପେକ୍ଷା ର ଅନ୍ତ ଘଟିଛି।ତାକୁ ପାଇ ସମସ୍ତେ ଖୁସି।ଅପେକ୍ଷା ଥିଲା ତା ପାଇଁ କେବେ ଛୁଆ ଟେ ଘରକୁ ଆସିବ ସମସ୍ତେ ତାକୁ ଦେଖି ସବୁ ଦୁଃଖକୁ ପାସୋରି ଯିବେ।ଶେଷରେ ସମସ୍ତଙ୍କ ଅପେକ୍ଷା ର ଅନ୍ତ କରି ସେ ଆସି ଯାଇଛି। ଏବେ ସମସ୍ତେ ବହୁତ ଖୁସି।


Rate this content
Log in