STORYMIRROR

Sunanda Mohanty

Others

3  

Sunanda Mohanty

Others

ଅନୁତାପ

ଅନୁତାପ

1 min
161

ଭାଗ୍ୟର ବିଡମ୍ବନା ଯୋଗୁଁ ଉଚ୍ଚଶିକ୍ଷିତା ଝିଅ ମାଆକୁ ହରେଇ ଦୁଃଖରେ କାଳାତିପାତ କରୁଥିଲା ସତ, ହେଲେ ବାପା ଯୋଉଦିନ ଆଉ ଗୋଟିଏ ଉଚ୍ଚ ଶିକ୍ଷିତା ଝିଅ ପୁଣି ତାରି ସମାସ୍କନ୍ଦ ଝିଅକୁ ତାଙ୍କ ଘରକୁ ତାର ସାବତ ମାଆ ରୂପେ ନେଇ ଆସିଥିଲେ, ସେଦିନ ସେ ସ୍ତବ୍ଧ ଚକିତ ହେବା ସହ ଘୃଣାରେ ଘର ଛାଡି ରହିଥିଲା ପିଇସୀ ଅପା ଘରେ, ହେଲେ ପିଇସୀ ଯେତେ ବୁଝେଇଲେ ସେ ବୁଝିନଥିଲା l

ସବୁ ବର୍ଷ ପରି ଜନ୍ମ ଦିନ, ପ୍ରଥମାଷ୍ଟମୀ, କୁମାରପୂର୍ଣ୍ଣମୀ, ରଜକୁ ତା ପାଇଁ ଘରୁ ଭଲ ଭଲ ଡ୍ରେସ ଆସୁଥିଲା, ତା ପସନ୍ଦଯୋଗ୍ୟ ଓ ଠିକ ଠାକ ଡ୍ରେସ ସବୁକୁ ସେ ପିନ୍ଧୁ ନଥିଲା, ହେଲେ ଏସବୁ ବାପା କେବେ କରିନଥିବେ, ନିଶ୍ଚୟ ସାବତ ମାଆ କିଣି ଦେଉଥିଲା ବୋଲି ସେ ବୁଝିଥିଲା, ତଥାପି ସେ ସେସବୁ ଗ୍ରହଣ କରୁ ନଥିଲା, ତାର ଯୋଉ ଦିନ ଚାକିରୀ ହେଲା, ତା ପସନ୍ଦର ବହୁ ଜିନିଷ ସହ ସୁନ୍ଦର ହାତ ଘଡିଟିଏ ଆସିଥିଲେ ବି, ସେସବୁ ଗ୍ରହଣ ନକରି ଚାକିରୀ ସ୍ଥାନକୁ ଚାଲିଯାଇଥିଲା l

  ବାପା କାହିଁ ଆସୁ ନାହାଁନ୍ତି ବୋଲି ଅଭିମାନ ଆସିଲେ ବି ଉଭୟ ପଟୁ ଡର ଭୟ ଅଭିମାନ ଲାଜର ଫେଣ୍ଟାଫେଣ୍ଟି ପରିସ୍ଥିତି ପ୍ରତିକୂଳ ସାଜିଥିଲା ବୋଧେ, ତ ହଠାତ ବାପାଙ୍କ ମୃତ୍ୟୁରେ ଝିଅଟି ଭାଙ୍ଗି ପଡିଲା, ଘରକୁ ଯାଇ ନୂଆ ସାବତ ମାଆକୁ ଧରି ମନ ଭରି କାନ୍ଦିଲେ ବି ବାପା ଆଉ ଫେରିଆସିବେନି ବୁଝି ମାଆକୁ ସାଙ୍ଗରେ ନେଇଆସିଥିଲେ ବି ଅନୁତାପ ଅନଳରେ ସିଝିବା ଛଡ଼ା କିଛି ଉପାୟ ନଥିଲା, ସାବତ ମାଆ ନିଜ ମାଆ ପରି ଆଖିରୁ ବୋହି ଯାଉଥିବା ଧାରା ଶ୍ରାବଣକୁ ଅଟକେଇବାକୁ ଚେଷ୍ଟା କରି ବି ପାରୁ ନଥିଲେ l



Rate this content
Log in