STORYMIRROR

Trushna Das

Children Stories Action

3  

Trushna Das

Children Stories Action

ଅନୁସନ୍ଧାନ

ଅନୁସନ୍ଧାନ

2 mins
164

ଏକଦା ହର୍ଷ ନାମକ ଗୋଟିଏ ବୈଜ୍ଞାନିକ ଥିଲେ। ସେ ବହୁତ ଲୋଭୀ ଥିଲେ। ସମ୍ପତ୍ତି ଲୋଭରେ ସେ ସବୁ କରିବାକୁ ପ୍ରସ୍ତୁତ ଥିଲେ। ଦିନେ ସେ ଗୋଟିଏ ଜାଗାର ପୁରୁଣା ନକ୍ସା ପାଇଲେ। ସେଥିରେ ସେ ଜାଣିବାକୁ ପାଇଲେ ଯେ ବହୁତ ବର୍ଷ ପୂର୍ବେ ସେଠାକାର ରାଜା ସେହି ଜାଗାରେ ବହୁତ ଧନ ସମ୍ପତ୍ତି ରଖିଛନ୍ତି। 


ଏତେ ବର୍ଷ ଆଗରୁ ହୋଇ ଥିବାରୁ ହର୍ଷ ଖଣିର ସଠିକ ଜାଗା ଜାଣି ପାରିଲେ ନାହିଁ। ସେଥିପାଇଁ ସେ ଗଣିତଜ୍ଞ ରାମାନୁଜନ୍ ଙ୍କ ସାହାଯ୍ୟ ଲୋଡ଼ିଲେ। ସେ ରାମାନୁଜନ୍ ଙ୍କୁ କହିଲେ ଯେ ସମ୍ପଦ ବାହାରିଲା ପରେ ଅଳ୍ପ କିଛି ଟଙ୍କାରେ ସେ ଅନାଥ ଆଶ୍ରମ ଖୋଲିବେ ଏବଂ ବାକି ଟଙ୍କାକୁ ସେ ସରକାରଙ୍କୁ ଦେଇଦେବେ। ହର୍ଷଙ୍କ ସହ ଉପର କିଛି ସରକାରୀ ଅଫିସର ବି ଥିଲେ।ତେଣୁ ରାମାନୁଜନ୍ ତାଙ୍କୁ ଖଣିର ସମ୍ପଦର ଅନୁସନ୍ଧାନ କାର୍ଯ୍ୟରେ ସହାୟତା କରିବା ପାଇଁ ସାଙ୍ଗରେ ରହିଲେ। ରାମାନୁଜନଙ୍କ ମତାମତ ଅନୁସାରେ ଖଣି ଖୋଳା ଆରମ୍ଭ ହୋଇଥିଲା।


ଶକ୍ତିମାନ ଗୀତାଙ୍କ ଠାରୁ ବୈଜ୍ଞାନିକ ହର୍ଷଙ୍କ ବିଷୟରେ ଜାଣିଲେ ଯେ ସେ ବହୁତ ଲୋଭୀ।ସେ ଏବେ ରାମାନୁଜନ୍ ଙ୍କୁ ମିଛ କଥା କହି ଖଣିରୁ ସବୁ ସମ୍ପଦ ବାହାର କରାଇ ନିଜେ ହଡପ କରିବା ପାଇଁ ଯୋଜନା କରିଛନ୍ତି। ଦରକାର ପଡିଲେ ନିଜ ସ୍ୱାର୍ଥ ହାସଲ ପରେ ସେ ରାମାନୁଜନ୍ ଙ୍କୁ ମାରି ମଧ୍ୟ ଦେବେ। 


ଏ କଥା ଜାଣିଲା ପରେ ଶକ୍ତିମାନ ଓ ଗୀତା ଯାଇ ରାମାନୁଜନ୍ ଙ୍କୁ ବୈଜ୍ଞାନିକ ହର୍ଷଙ୍କ ବିଷୟରେ ସବୁ କଥା କହିଲେ। ରାମାନୁଜନ୍ ବାହାନା କରି ସେ ଖଣି ଖୋଲିବା କାମରୁ ଓହରିବାକୁ ଚାହିଁଲେ। 


ହେଲେ ବୈଜ୍ଞାନିକ ହର୍ଷ ରାମାନୁଜନ୍ ଙ୍କ ଉପରେ ନଜର ରଖି ଥିଲେ। ସେ ଜାଣି ଯାଇଥିଲେ ଯେ ଶକ୍ତିମାନ ଓ ଗୀତା ରାମାନୁଜନ୍ ଙ୍କୁ ସବୁ ସତ କଥା କହି ସାରିଛନ୍ତି।ତେଣୁ ରାମାନୁଜନ୍ ଏ କାମରୁ ଓହରିବା ପାଇଁ ଖୋଜୁଛନ୍ତି। ରାମାନୁଜନ୍ ଙ୍କୁ କାମରେ ରଖିବା ପାଇଁ ଓ ଶକ୍ତିମାନଙ୍କୁ ଏ କାମରେ ବାଧା ଆଣିବାକୁ ନ ଦେବା ପାଇଁ ସେ ଗୀତାଙ୍କୁ ଅପହରଣ କରି ନିଜ ବୈଜ୍ଞାନିକ ଲ୍ୟାବରେ ଗୋଟିଏ ଯନ୍ତ୍ର ଭିତରେ ବନ୍ଦି କରି ରଖିଥିଲେ। ସେ ରାମାନୁଜନ୍ ଙ୍କୁ ବାଧ୍ୟ କରିଲେ ଖଣି ଖୋଲିବା କାର୍ଯ୍ୟରେ ସହାୟତା କରିବାକୁ ନ ହେଲେ ସେ ଗୀତାଙ୍କୁ ମାରି ଦେବେ।ଗୀତାଙ୍କ ଅପହରଣ ଯୋଗୁଁ ଶକ୍ତିମାନ ବି ଚିନ୍ତିତ ଥାଆନ୍ତି। ସେ ଏ ବିଷୟରେ ରାମାନୁଜନ୍ ଙ୍କ ସହ ଆଲୋଚନା କରି ଯୋଜନା କଲେ।ରାମାନୁଜନ୍ ଓ ଶକ୍ତିମାନ୍ ଯୋଜନା ଅନୁଯାୟୀ ରାମାନୁଜନ୍ ଖଣିର ସମ୍ପଦ ଅନୁସନ୍ଧାନରେ ରେ ସାହାଯ୍ୟ କଲେ। ବୈଜ୍ଞାନିକ ହର୍ଷ ସେହି ଖଣି ଖୋଜିବା କାମରେ ରାମାନୁଜନ୍ ଙ୍କ ପାଖରେ ଥାଆନ୍ତି। 


ସେହି ସମୟରେ ଶକ୍ତିମାନ ବୈଜ୍ଞାନିକ ହର୍ଷଙ୍କ ଲୋକମାନଙ୍କୁ ମାରି ଲ୍ୟାବ ଭିତରକୁ ଯାଇ ନିଜ ଶକ୍ତି ବଳରେ ଯନ୍ତ୍ରକୁ ନଷ୍ଟ କରି ଗୀତାଙ୍କୁ ଉଦ୍ଧାର କଲେ। 


ସେପଟେ ଖଣି ଖୋଳା କାମ ବି ସରିଲାଣି।ବୈଜ୍ଞାନିକ ହର୍ଷ ନିଜ ଯୋଜନା ମୁତାବକ ସମ୍ପଦ ହଡପ କରିବା ପାଇଁ ରାମାନୁଜନ୍ ଙ୍କୁ ମାରିବାକୁ ଯାଇଥାଆନ୍ତି। ହେଲେ ଠିକ୍ ସେହି ସମୟରେ ଶକ୍ତିମାନ ପୋଲିସ ସହ ସେଠାରେ ପହଞ୍ଚିଲେ ଏବଂ ବୈଜ୍ଞାନିକ ହର୍ଷଙ୍କ ବିରୁଦ୍ଧରେ ସବୁ ପ୍ରମାଣ ଦେଲେ।ପୋଲିସ ବୈଜ୍ଞାନିକ ହର୍ଷଙ୍କୁ ଗିରଫ କଲେ ଏବଂ ସବୁ ସମ୍ପଦକୁ ସେହି ରାଜ୍ୟର ସରକାରଙ୍କୁ ଦେଇ ଦେଲେ।ସରକାର ତାକୁ ଜନତାଙ୍କ ଉନ୍ନତିରେ ଲଗାଇଲେ। 


ଶକ୍ତିମାନ ଓ ରାମାନୁଜନ୍ ଙ୍କ ଯୋଗୁଁ ସମ୍ପଦର ଅନୁସନ୍ଧାନ ସଫଳ ହୋଇଛି ଏବଂ ସରକାର ଜନହିତ କାମରେ ଲଗାଇ ପାରିଲେ।


Rate this content
Log in