Bidyut lata Mishra

Others

3  

Bidyut lata Mishra

Others

ଅନୁଭବର ଠାକୂର

ଅନୁଭବର ଠାକୂର

3 mins
602



ବଡି ଭୋରରୁ ଉଠି ନିତ୍ୟକର୍ମ ସାରି ତରବରିଆ ଭାବେ ଚାଲୁଥାଏ ରୁନୁ। ଯିବନି କେମିତି ଯେ କାଳିଆ ପରା ଡାକିଛି। କାଳିଆର ଡୋରି ଯାହାକୁ ଥରେ ଲାଗିଛି ସିଏ କି ସହଜେ ହୁଡେ। ଆଖି ଆଗରେ ନାଚି ଉଠୁଛି କାଳିଆର ଅପୂର୍ବ ମୁଖମଣ୍ଡଳ ,ଚକା ଆଖି,କଳା କିଟିକିଟି ମୁଁହ, ନାଳିଆ ଓଠ ଆଉ ସବୁଠୁ ମନ ଲୋଭା ଖଣ୍ଡିଆ ହାତ ଯୋଡିକ,ସତେ ଯେମିତି ରୁନୁ କୁ କହୁଚି.... ଆ ...ଆଉ କେତେ ଡେରି କରିବୁ ଯେ .....ରଥଯାତ୍ରା ପରା ଆଜି।ଆ.... ତୋର ସବୁ ଦୁଃଖ ମୋତେ ଦେଇ ମୋଠୁ ସୁଖର ପସରା ନେଇ ଯା... । ଗୋଟି ଗୋଟି କରି ସବୁ କଥା କହିବ ଜଗାକୁ। ଗାଇ ଉଠିବ ସବୁଥିରୁ ....ବଂଚିତ କରି କୋଉ ଯଶ ବାନା ଉଡାଇବ ହେ ।


ଏଇ ରୁନୁ ୩୫ ବର୍ଷର ହେଲାଣି କିନ୍ତୁ ମନଟା ଠିକ ଗୋଟେ ଛୋଟ ଛୁଆ ପରି।କାଲି ରାତିରେ ସ୍ୱାମୀଙ୍କ ଠୁ ହଁ ଟିକକ ଶୁଣିବା ପରେ ଯେମିତି ତା ଦେହରେ ପରୀ ଭଳି ଡେଣା ଲାଗିଯାଇଛି।


ମାନେପଡୁଛି ୨୨ବର୍ଷ ତଳ ର କଥା ସପ୍ତମ ଶ୍ରେଣୀରେ ପଢୁଥାଏ,ରାଧି ମାଉସୀ ସହ ତାର କେତେକ ସାଙ୍ଗ ପୁରୀ ଯାଉଥିଲେ ରଥଯାତ୍ରା ଦେଖିବାକୁ । କେତେ କରି ବୁଝାଇଥିଲା ବୋଉକୁ ହେଲେ ବୋଉ ତାର ଭାରି ଜିଦିଆ।ଏଇ ବୋଉ ଟାକୁ ଭାରି ରାଗ ଲାଗୁଥିଲା ,ଶେଷରେ ଲୁଗା ଦୋକାନରୁ ମିଳିଥିବା ପଲିଥିନ ନିଜର ହଳେ ଫ୍ରକ ଆଉ ପାଞ୍ଚ ଟଙ୍କା ଧରି ସେ ଲୁଚି ବାହାରିଲା ପୁରୀ।।   ବସ ପାଖରେ ପହଞ୍ଚିଚିକି ନାଇ ପହଞ୍ଚି ଗଲା ବୋଉ।ରାଧି ମାଉସୀ କେତେ ବୁଝାଇଲେ କିନ୍ତୁ ମୋତେ ନଛାଡି ଘର କୁ ଝିକି ଆଣିଲା। ଆଊ.....ଭାବିଲେ ବ ଡର ଲାଗୁଚି ସେଇ ମାଡ଼    । ମନେ ମନେ ବୋଉ କୁ ଢେର ଗାଳି କରିଥିଲି ତୁ ମୋର ସାବତ ମା କି ବୋଲି କହିଥିଲି,ଆରେ ତୋଠୁ ତା ଛବି ର ବୋଉ ଭଲ ଏମିତି ବାଡାନ୍ତିନି ଝିଅକୁ।


    ନନା ଦୁରେଇଦେଇଥିଲେ ରୁନୁ କୁ ଯେତେବେଳେ ସେ ବାପା ଡାକ ଶିଖି ନଥିଲା।ମାମୁଁ ମାନଙ୍କ ସହ ବଡ ହୋଇଛି ସେ। ୧୦ ବର୍ଷ ଯାଏ ବୋଉ କୁ ନାନୀ,ଅଜାଙ୍କୁ ନନା,ଆଉ ଆଇ କୁ ବୋଉ ଡାକୁଥିଲା। ଛ କୁ ଗଲା ବେଳେ ବାପା ମା ଙ୍କ ନା ବଦଳରେ ଅଜା ଆଇଙ୍କ ନା କହିଥିଲା ଆଉ ଘରକୁ ଆସି ବୋଉଠୁ ଉତ୍ତମ ମଧ୍ୟମ ଛେଚା ଖାଇଲା।ସେଇଦିନ ଜାଣିଲା ତା ନନା ତାଙ୍କ ସହ ରୁହଁନ୍ତିନି। ସେ କୋଉଠି ବୋଉ ବି ଜାଣେନି। ମନେ ମନେ ନନାଙ୍କୁ ବହୁତ ଖୋଜିଥିଲା।ଆଉ ନନା ଫେରିଥିଲେ .....ଯେବେ ରୁନୁ କୁ ୨୦ ବର୍ଷ ,କିନ୍ତୁ ବୋଉ ଅପଣାଇ ନଥିଲା ତାଙ୍କୁ ,ତାପରେ ମୋ ବାହାଘର ହେଲା,ବୋଉ ସବୁ କରିଥିଲା କିଣା ବିକା ଠୁ ନେଇ ଭୋଜି ଭାତ ଯାଏ। ଚାକିରିଆ ଝିଅ ପାଇଁ ଜୋଇଁ ଅଭାବ ନଥିଲେ । ନନାଙ୍କ ଆଗରେ ବୋଉ ର ମୁଣ୍ଡଟା ଗର୍ବରେ ରେ ଉଚ୍ଚ ହୋଇଯାଉଥିଲା। ଏକଲା ମତେ ମଣିଷ କରିଥିବାରୁ। ୧୨ ବର୍ଷରୁ ଜିଦ କରିବା ଛାଡ଼ି ଦେଇଥିଲା,ରୁନୁ ବିବାହ,ଛୁଆ,ଘର ସବୁ ବୋଉ ଇଛା ରେ ହୋଇଛି ରୁନୁର।


  ୨୨ବର୍ଷ ତଳ ର କଥା ଭାବୁ ଭାବୁ ପୁରୀ ହୋଇଯାଇଥିଲା। କାଲି ବୋଉ ଆସି ଦୁଇ ଝିଅ ଙ୍କୁ ତା ସଙ୍ଗରେ ନେଇଯାଇଥିଲା ।ଗାଁ ରେ ରଥଯାତ୍ରା ଦେଖେଇବ ବୋଲି ଏଇପଟେ ଜୋଇଁ ଶାଶୁ ମିଳିମିଶି ଯୋଜନା କରିଛନ୍ତି ମୋତେ ପୁରୀ ଆଣିବାର।ସବୁ ବୁଝୁଥିଲା ରୁନୁ ଏବେ ।


ଟ୍ରେନ ରେ ବସି ଭାବୁ ଭାବୁ ସେମାନେ ପୁରୀରେ ଦିନ ୧୨ଟା। ଭାରି ବ୍ୟଗ୍ର ହୋଇଉଠୁଥାଏ ସେ କାଳିଆକୁ ଦେଖିବାକୁ।ନାହିଁ ନଥିବା ଗହଳି। ସାଙ୍ଗରେ ପର୍ସ ପାଣିବତଲ,ନଡ଼ିଆ,ଆଉ ତୁଳସୀ ମଲ୍ଲିର ମାଲଟିଏ ଅଧ ରାତ୍ରି ରୁ ଉଠି ମାଳ ଟି ଗୁନ୍ଥିଛି ଯେମିତି ବି ହୋଉ କାଳିଆ କୁ ଦେବା। ବଡ ଦାଣ୍ଡ ରେ ଓଡିଶୀ ନୃତ୍ୟ ଦେଖୁ ଦେଖୁ ହାତରୁ ଖସି ଯାଇଛି ପୁଡ଼ିଆ ଟି ଜଗା ପାଇଁ ବାଡ଼ି ନଡିଆ ,କଦଳୀ,ଆଉ ତୁଳସୀ ମଲ୍ଲି ର ମାଳ କରି ଆଣିଥିଲା। ସବୁ ଗଲା । ଜଗା ବୋଧେ ରାଗିଛି ତା ଉପରେ ନା ଅଭିମାନ ଏତେ ଦିନ ପରେ ଆସିଲି ବୋଲି ରାଗିଲାକି ଆଉ।

ଗହଳି ପେଲା ଠେଲା ଭିତରେ ସ୍ୱାମୀ ଙ୍କ ହାତ ଧରି ସେ ଯାଉଥାଏ ଆଗକୁ ଆହୁରି ଆଗକୁ। ହଠାତ କିଏ ଜଣେ ପଛରୁ ଡାକିଲେ excuse me ଆପଣଙ୍କ ମାଳା ଟି ପଡିଯାଇଥିଲାl ଗୋରା ତକତକ ଦେହ ସାଙ୍ଗ କୁ ମଲ୍ଲୀ ଫୁଲିଆ ହସ, ଧନ୍ୟବାଦ ଦେବ ପୂର୍ବରୁ ହିଁ ଉଭାନ ହୋଇଯାଇଥିଲେ ସେ, ୟା ଭିତରେ ସେମାନଙ୍କ ହାତରୁ ମାଳଟି ଯାଇ ଜଗନ୍ନାଥ ଙ୍କ ଗଳାରେ ଲମ୍ବିଥିଲା ଆଉ ସେବାୟତ ଭୋଗ ଟି ସ୍ୱାମୀଙ୍କ ହାତକୁ ବଢା଼ଉ ଥିଲେ / ମୋହଗ୍ରସ୍ତ ହୋଇଯାଇଥିଲା ରୁନୁ, ସବୁ ପାସୋରି ଦେଇଥିଲା ସେ ବହୁତ କିଛି କହିବ ଭାବିଥିଲା କିନ୍ତୁ କିଛି ମନେପଡ଼ୁନଥିଲା ଆଖିରେ ଲୁହ ଭରି ଯାଇଥିଲା , ମୋହଗ୍ରସ୍ତ ସେ କାଳିଆ ର ମୋହ, ଚକା ଆଖିରେ ମୋହ, ବଙ୍କା ଚାହାଣି ର ମୋହ, ଚନ୍ଦନ ବାସ ର ମୋହ, ଆଉ ସର୍ବୋପରି ରଥରେ ଜଗା କୁ ଥରେ ଦେଖିବାର ମୋହ ।


ଭାସି ଆସୁଥିଲା ଗୀତ ତୁମେ ଅନୁଭବ ର ଠାକୁର ।



Rate this content
Log in