STORYMIRROR

BIBHUTI BHUSAN SWAIN

Children Stories Inspirational

4  

BIBHUTI BHUSAN SWAIN

Children Stories Inspirational

ଅଣୁ ଗଳ୍ପ- କାହାଣୀ

ଅଣୁ ଗଳ୍ପ- କାହାଣୀ

1 min
623


ଛୋଟା ଭୀମ୍, ଟମ୍ ଆଣ୍ଡ ଜେରୀ କିମ୍ବା ମିକି ମାଉସ ପରି କାର୍ଟୁନ ଦୁନିଆରେ ବୁଡି ରହିଥିବା ଛୋଟୁ ସେଦିନ ନିଜ ଜେଜେ ମା'ଙ୍କୁ ପାଖରେ ଦେଖି ଭାରୀ ଖୁସି ହୋଇଗଲା ।

-ଜେଜେ ମା' ଗୋଟେ ଗପ କୁହନା...ଅର୍ଦ୍ଦଳି କଲା ଛୋଟୁ ।

ଜେଜେ ମା ପାନ ଖାଇ ଖାଇ କଷରା ପଡି ଯାଇଥିବା ଅଳ୍ପ କେତେଟା ଦାନ୍ତ ଦେଖାଇ କହିଲେ- "କୋଉ ଗପ କହିବି ରେ ନାତିଆ । ଦୁଃଖ କହିବି କି ସୁଖ କହିବି, ଅଙ୍ଗେ ଲିଭାଇବା କଥା କହିବି ।"

-ଯାହା ହେଲେ ଚଳିବ....ଯେଉଁ ଗପଟା ତୁମକୁ ଭଲ ଲାଗୁଛି, ସେଇ କଥା କୁହନା ଜେଜେ ମା ।ଛୋଟୁ ଗେହ୍ଲେଇ ହୋଇ କହିଲା । ଜେଜେ ମା ଖୋଲି ଦେଲେ ଗପର ପିଟାରା । ରଜା ରାଣୀ ଗପ ଠାରୁ ଆରମ୍ଭ କରି ଶୁଆ ସାରୀ କଥା,ବୁଢୀ ଅସୁରୁଣୀ, ସାତ ତାଳ ପାଣି ତଳେ ପଙ୍କ,ତା ଭିତରେ ଅଛି ଗୋଟେ କୁହୁକ ବାକ୍ସ,ବାକ୍ସ ଭିତରେ ଅଛିରେ ସୁନା ଫରୁଆ,ସେହି ଫରୁଆ ଭିତରେ ଅଛି ଗୋଟେ ପୋକ..ସେଇ ପୋକ ଭିତରେ ଅଛି ବୁଢୀ ଅସୁରାଣୀର ଜୀବନ...ଏମିତି କେତେ ଗପ । ଗପର କୁହୁକ ରାଜ୍ୟରେ ବିଚରଣ କରୁ କରୁ ଛୋଟୁ ମନ୍ତ୍ର ମୁଗ୍ଧ ହୋଇ ଜେଜେ ମା ଙ୍କୁ ପଚାରିଲା- ଏଭଳି କାହାଣୀ କଣ ଆଜିକାଲି ଆଉ ଲେଖା ଯାଉ ନାହି ଜେଜେ ମା ?


ଜେଜେ ମା ଗମ୍ଭୀର ହୋଇ କହିଲେ- "ଆରେ ଚଗଲା, କିଏ କହିଲା ଏଭଳି କାହାଣୀ ଲେଖା ଯାଉ ନାହିଁ । ତୁ ଯଦି ସେହି କାହାଣୀ ସବୁ ଜାଣିବାକୁ ଚାହୁଁଛୁ, ତେବେ ଆଜିକାଲି ଓଡିଆ ଚ୍ୟାନେଲରେ ଧାରାବାହିକ ଦେଖୁ ନାହୁଁ । ସେଥିରେ ତୋତେ ସବୁ କାହାଣୀର ଭରପୁର ମସଲା ମିଳିଯିବ । ଅବଶ୍ୟ ଟିଭି ସ୍କ୍ରିନରେ ନିମ୍ନ ଭାଗରେ ଲେଖା ଟିଏ ଥିବ-ଆମ୍ଭେମାନେ କୌଣସି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦେଉ ନାହୁଁ ।"




Rate this content
Log in