Prasant Kumar Senapati

Others

2  

Prasant Kumar Senapati

Others

ଅନାବନା-୦୨

ଅନାବନା-୦୨

1 min
7.5K


 ବୋଧେ ତିନି ବର୍ଷ ସାନ ସେ,

ମୁଁ ଏମ.ସି.ଏ ଫାଇନାଲ ଇଅର

ସେ ବି.ଏ ଫାଷ୍ଟ ଇଅର ।

ସେଇଠୁ ଆରମ୍ଭ ହେଲା ପ୍ରେମ,,,ଯେଊଁ ବୟସରେ ହେବା କଥା ।

ପ୍ରଥମେ ଚୁପଚାପ୍, ପୁଣି ଖୋଲାଖୋଲି,ପରେ ସମସ୍ତଙ୍କ ସାମନାରେ,,,,ଓଠ ଭିତରର ହସ ଖୋଲାଖୋଲି ଜଣେ ଅନ୍ୟ ଜଣକୁ ଦେଖିବା କ୍ଷଣି ସ୍ବତ ପ୍ରବୃତ ଖେଳିଯାଉଥିଲା ।

ପୁନଶ୍ଚ ଆରମ୍ଭ ହେଲା ମିଳାମିଶା, କଲେଜ୍ କ୍ୟାଣ୍ଟିନରେ ଚା, ସିଙ୍ଗଡା ଓ କଫି ଠାରୁ ଆରମ୍ଭ ହୋଇ ପହଞ୍ଚିଲୁ ସହରର ପାର୍କ ମାନଙ୍କରେ । ପରେ ପିକ୍ଚର ହଲ,,, ପିକ୍ଚର ହଲ୍ ର ପଛ ସିଟ୍ , ପପକର୍ଣ୍ଣର ମଜା ଓ ସାମାନ୍ୟ ନିକଟତର ।

ଏପରି ତିନି ବର୍ଷ ବିତିଗଲା । ମୋର ଚାକିରୀ ହୋଇ ସାରିଥାଏ ଓ ତାର ଏମ୍.ଏ ବି ସରି ଯାଇଥାଏ ।

ଉଭୟଙ୍କ ପରିବାରରେ ବାହାଘର କଥା ଉଠେ । ମାଆ ଓ ବାପାଙ୍କ ଠାରୁ ଅନୁମତି ମିଳେ, ଖୁବ୍ ଧୂମଧାମ୍ ରେ ବରଯାତ୍ରୀଙ୍କ ଚର୍ଚ୍ଚା ହେବା ସହିତ ରିସିପସନ ବି ଜାକଜକମରେ ସରେ । ହନିମୁନ୍ ବି ଖୁବ୍ ରୋମାଣ୍ଟିକ,,,ଦୁହେଁ ବହୁତ ଖୁସି ।

ଫଳସ୍ବରୁପ ପିଲାପିଲି ହୁଅନ୍ତି, ଦୁହେଁ ଘର ଗୃହସ୍ଥିରେ ମଜ୍ଜି ଯାଆନ୍ତି।

କିନ୍ତୁ ଦୁହେଁ ବହୁତ ଭଲ ପାଉଥିଲେ, ସେ ତାର ସ୍ବାମିଙ୍କୁ ଓ ମୁଁ ମୋର ଶ୍ରୀମତିଙ୍କୁ ।

ବାକି ସବୁ କୁଶଳ ମଙ୍ଗଳ ।।

© ପ୍ରଶାନ୍ତ ସେନାପତି


Rate this content
Log in