Saphala Das

Children Stories Drama Romance

3  

Saphala Das

Children Stories Drama Romance

ଅଇଲେ ଅମିନ

ଅଇଲେ ଅମିନ

2 mins
368



#ଅଇଲେ ଅମିନ ମାଇଲେ ମେଖ

ବାର ହାଣ୍ଡିଆଙ୍କ ଚାତୁରୀ ଦେଖ #


 ସକାଳୁ ସକାଳୁ ରତନି ନାନୀ ଦାଣ୍ଡ ପହଁରା କାମ ସାରି । ହଠାତ୍ କାହିଁକି ଗୁହାଳ କାନ୍ଥର ଅଧା କାନ୍ଥି ରେ ଗୋଡଟେକି ଉଣ୍ଡୁଛି ।ହାତର ଚୂଡି ଝଣ ଝଣ ମଝିରେ ମଝିରେ ଶୁଭୁଚି। ନଶୁଭିବ କେମିତି କେତେ ଗୋଡ ଗୋଇଠି ଟେକି ହୋଇ ରହିବ ଅଧା କାନ୍ଥ ରୁ ହାତ ଖସିଗଲେ ଶବ୍ବଟି ବାହାରି ଆସୁଛି।।


     ବାସି ମୂହଁକୁ ପାଣି ଯାଇନି ଜେଜୀ ର ଆମର ପାଣି ଢାଳ ଦୂଆର ମୂହଁରେ ଏଇଟା ବୋଉର ନିତିଦିନିଆ ସେବା ।ଖାଲି ବୋଉର କାହିଁକି ସବୁ ବୋହୂ ମାନେ ରଖନ୍ତି ଏଇଟା ଆମ ସଂସ୍କୃତି। 


     ଜେଜୀ ବସିଗଲା ଦୂଆର ମୁହଁରେ ମୁହଁରେ ପାଣି ଛାଟି ବୃନ୍ଦାବତୀଙ୍କୁ ହାତ ଯୋଡିଲା ।ଗ୍ରାମ ଦେବତୀ ।ଏତିକି ବେଳକୁ ବୁଲି ପଡି ରତନି ନାନୀ ଫୁସଫୁସ ଆରମ୍ଭ କଲା ଜେଜୀ କାନରେ ।


        କଥାଟା ହେଲା କାଲି ଗୁଡିଆ ଘରେ ପାଟିତୁଣ୍ଡ କଳି ହୋଇଛିତାଙ୍କ ସାନ ବୋହୂ ଲାଗି ବୋହୂ ଟି ଶିକ୍ଷିତ ହେଲେ ଗାଁ ଢଙ୍ଗରେ ଚଳିବା କଷ୍ଟ ।ସହରରୁ ଆସିଛି ସମୟ ଲାଗିବ ନିଜ ଇଚ୍ଛା ମୁତାବକ ବାହାଘର।।

       ତେଣୁ ଶାଶୁ ଘରେ ସମସ୍ତଙ୍କ ସହ ମନ ମିଳେଇ ଏତେ ସହଜରେ ପାରୁନି ।ତେଣୁ ପାଟିଟିକେ ହେଉଛି। ସେହି ପାଟି କଳି ପୁଣି ସକାଳୁ ସକାଳୁ ବୋହୂର ଉଠିବା ନେଇ।


     ତେଣୁ ରତନି ନାନୀ ଛକି ଶୁଣୁଥିବା କଥା ଗପି ପକାଇଲା ଜେଜୀ ଆଗରେ। ଭାରି ହ ଇରାଣ କରୁଛନ୍ତି ଵୋହୂଟାକୁ ଧିରେ ଧିରେ ଶିଖିବ।କେତେ ଧନରତନ ବାପ ଘରୁ ଆଣିଛି ।ଆମ ଗାଁରେ କେହି ଆଣି ନଥିବେ।ମୋ ବୋହୂଟା କିଛି ଆଣିନି ମୁଁ ନିଜ ଝିଅ ପରିକା ଦେଖୁଛି। ଝିଅଠୁ ଅଧିକ।


   ଜେଜୀ ର ଦାନ୍ତ ଘସା ରତନି ନାନୀ କଥା ଭିତରେ ସରିଗଲା ।ଜେଜୀର ଆରମ୍ଭ ଢ଼ଗ ।


   # ଅଇଲେ ଅମିନ ମାଇଲେ ମେଖ

ବାର ହାଣ୍ଡିଆଙ୍କ ଚାତୁରୀ ଦେଖ#


   ରତନି ନାନୀ ଆମର ଭାରି ମୁହଁ ଖର ।ସବୁବେଳେ ରାଉ ରାଉ ବୋହୂଟା ଉପରେ ବୋହୂଟି ଗରିବ ଘର ଝିଅ ଟି ବୋଲି ସହିଯାଏ ଏକଥା ସମସ୍ତେ ଜାଣନ୍ତି କିନ୍ତୁ ।ଆଜି ଅନ୍ୟ ପଡୋଶୀଙ୍କର କଣ ଟିକେ କଳି ତାକୁ ଜେଜୀ ଆଗରେ ଏଠି ବଖାଣି ଦେଲା । ଜେଜୀ କହିଲା ହେଇଲୋ ସକାଳୁ କଣ କାମ ନାହିଁ ପର ଘର କଥାରେ ମୁଣ୍ଡ ପୁର ଉଛୁ। 

ନିଜ ଆଡକୁ କଥାଟା ଆଣିଲେ ଶୋଭାପାଇବ ।ଏଥର ଯାଆ ତାଙ୍କ ଘରେ ମୁଣ୍ଡ ପୁରେଇ ସମାଧାନ କରିବୁ ।


  ନିଜର ଦୁର୍ବଳତା ପ୍ରକାଶ କରିବା ହେଉଛି ଢ଼ଗ ଟି।


Rate this content
Log in