Writer Roja Panda

Others

5.0  

Writer Roja Panda

Others

ଅଦୃଶ୍ୟ ପ୍ରେମିକା

ଅଦୃଶ୍ୟ ପ୍ରେମିକା

3 mins
334


ମୋହନ ଆଜି ବି ଦେଖୁଛି ସେଇ ଦୃଶ୍ୟ,ତାର ସେଇ ଅଦୃଶ୍ୟ ପ୍ରେମିକାର ଦୃଶ୍ୟ । କେବେ ସ୍ୱପ୍ନରେ ତ ପୁଣି କେବେ ସତସତିକା ତାର ଆଖି ସାମ୍ନାରେ । ମୋହନର ପ୍ରେମିକା ରେସ୍ମା ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ । ଖୁବ ଭଲ ପାଠପଢେ । ମୋହନ ସହିତ ରେସ୍ମାର ପ୍ରଥମ ଦେଖା ହେଇଥିଲା ରେସ୍ମା ପଢ଼ୁଥିବା କଲେଜରେ । ସେଇ କଲେଜରେ ମୋହନ ଫିଜିକ୍ସ ପଢାଏ । ରେସ୍ମା ଫିଜିକ୍ସ ଖୁବ ଭଲ ଭାବରେ ବୁଝିପାରୁଥିଲା ଏବଂ ନବୁଝିପାରୁଥିବା ପିଲାଙ୍କୁ ମଧ୍ୟ ବୁଝେଇ ଦେଉଥିଲା । ଏସବୁ ଦେଖି ମୋହନ ଧୀରେ ଧୀରେ ରେସ୍ମାକୁ ଭଲ ପାଇବାରେ ଲାଗିଲା । ଦୁଇଜଣଙ୍କର ସମ୍ପର୍କ ନିବିଡ ହେବାକୁ ଲାଗିଲା । କିନ୍ତୁ ସବୁବେଳେ ରେସ୍ମା ମୋହନ ସାମ୍ନାରେ ଅଦୃଶ୍ୟ ଥାଏ । ପାଖରେ ଥାଇବି ମୋହନ ରେସ୍ମାକୁ ଦେଖି ପାରେନାହିଁ । ମୋହନ ଵହୁତ ଚେଷ୍ଟା କରେ ରେସ୍ମାକୁ ଦେଖିବାପାଇଁ । କିନ୍ତୁ ତାର ସବୁ ଚେଷ୍ଟା ବ୍ୟର୍ଥ ଯାଏ । ତଥାପି ସେ ରେସ୍ମାକୁ ବୋହୁତ ଭଲପାଏ । ଦୁହେଁ ମିଶି ବୁଲନ୍ତି,ଗୁପଚୁପ୍ ଖାଆନ୍ତି, ଆଇସକ୍ରିମ ଖାଆନ୍ତି । ମୋହନ ମଧ୍ୟ ରେସ୍ମା ପ୍ରେମରେ ଏତେ ପାଗଳ ଥାଏ ଯେ ସେ ନିଦରେ ଶୋଇବା ସମୟରେ ମଧ୍ୟ ରେସ୍ମାକୁ ସ୍ୱପ୍ନ ଦେଖେ ମାତ୍ର ସ୍ୱପ୍ନରେ ମଧ୍ୟ ରେସ୍ମାର ସେଇ ଅଦୃଶ୍ୟ ରୂପ ।


ଏମିତିରେ ଦୁଇ ବର୍ଷ ବିତିଯାଇଥାଏ । ରେସ୍ମା ପାଠପଢ଼ା ଶେଷକରି ବିଦେଶ ବାହାରିଲା ଚାକିରୀ ଅନୁସନ୍ଧାନରେ । କିଛିଦିନ ପରେ ରେସ୍ମାକୁ ଏକ ସରକାରୀ ଚାକିରୀ ମିଳିଲା । ଏପଟେ ମୋହନ ରେସ୍ମାର ବିଛେଦରେ ଖୁବ ଭାଙ୍ଗିପଡିଥାଏ । ମନରେ ଖୁବ ଭୟ ଜାତ ହେଉଥାଏ । ନାନା ପ୍ରକାର ଦୁଶ୍ଚିନ୍ତା । କାଳେ ରେସ୍ମା ବିଦେଶରେ ରହି ତାକୁ ଭୁଲିଯାଇଥିବ । ନୂଆ ନୂଆ ସାଙ୍ଗମାନଙ୍କୁ ପାଇ ଏଇ ମୋହନ କଥା ତାର ଆଉ ମନେନଥିବ । ବଡ ଚାକିରୀ କରିଛି । ବଡ଼ବଡ଼ ଲୋକଙ୍କ ସହିତ ମିଶୁଥିବ । ଏମିତି ଅନେକ ଦୁଶ୍ଚିନ୍ତା । ପୂଜା ଛୁଟି ଆସିଗଲା । ରେସ୍ମା ଗାଁକୁ ଆସିଛି । ମୋହନ ଖୁବ ଖୁସି ଅଛି । ସେ ଭାବିଛି ଆଉ ଡେରି ନକରି ରେସ୍ମାକୁ ବାହାଘର ପ୍ରସ୍ତାବ ଦେବ । ରେସ୍ମା ମଧ୍ୟ ମୋହନକୁ ଦେଖା କରିବାପାଇଁ ଆସିଲା । ମୋହନକୁ କହିଲା - ବୋହୁତ ଦିନ ପରେ ଦେଖା ହେଲା । କେମିତି ଅଛ ମୋହନ ? ମୋହନ ଅଭିମାନଭରା କଣ୍ଠରେ ଉତ୍ତର ଦେଲା - ବିଲକୁଲ ଠିକ ନାହିଁ । ତମେ ଏତେଦିନ ହେବ ମତେ ପୁରାପୁରି ଭୁଲିଯାଇଥିଲ । ଆଉ ସେତେବେଳେ ବି ମୋ ସାମ୍ନାରେ ଅଦୃଶ୍ୟ ରହୁଥିଲ ,ଏବେବି ସେଇ ଅଦୃଶ୍ୟ । ମୁଁ କଣ ତୁମକୁ କେବେ ଦେଖିପାରିବିନି ? ରେସ୍ମା ଏସବୁ ଶୁଣି ଖୁବ ଜୋରରେ ହସିବାକୁ ଲାଗିଲା । ମୋହନ କହିଲା ମୁଁ ଆଉ ଅପେକ୍ଷା କରିପାରିବିନି । ଚାଲ ଆମେ ବିବାହ ବନ୍ଧନରେ ବାନ୍ଧିହେଇ ନୂଆ ଜୀବନ ଆରମ୍ଭ କରିବା । ରେସ୍ମା ଏସବୁ ଶୁଣି ଟିକେ ଆଶ୍ଚର୍ଯ୍ୟ ହେଇଗଲା । କାରଣ ରେସ୍ମା ନିଜର ଅଦୃଶ୍ୟତାର କାରଣ ଭଲ ଭାବରେ ବୁଝିସାରିଥିଲା ହେଲେ ମୋହନକୁ ବୁଝେଇ ପାରୁନଥିଲା । ମୋହନ ବି ରେସ୍ମାର ଏପରି ଅଦୃଶ୍ୟ ରହିବାର କାରଣ ଜାଣି ପାରୁନଥିଲା । ମୋହନ ରେସ୍ମାକୁ ବିବାହ ପ୍ରସ୍ତାବ ଦେଇ ଚାଲିଗଲା । ଏବଂ ନିଜ ବାପା ଓ ମାଆଙ୍କୁ ମଧ୍ୟ ରେସ୍ମା ବିଷୟରେ ସବୁ କହିଲା । ରେସ୍ମାକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ମୋହନକୁ ତାର ବାପା ଓ ମାଆ ରେସ୍ମାକୁ ବିବାହ କରିବାକୁ ରୋକଠୋକ ମନା କରିଦେଲେ । ମୋହନ ପଚାରିଲା - ମୁଁ ରେସ୍ମାକୁ ବିବାହ କଲେ ଅସୁବିଧା କଣ ? ମୁଁ ତାକୁ ଭଲପାଏ । ଏସବୁ ଶୁଣି ମୋହନର ମାଆ ଉତ୍ତର ଦେଲେ - ତୁ କଣ ତାକୁ ଦେଖି କିଛି ଜାଣିପାରୁନୁ ? ତା ଭିତରେ ଆଉ ଆମ ଭିତରେ କଣ ତଫାତ ଦେଖିପାରୁନୁ। ଆମକୁ ଅସୁବିଧା ପଚାରୁଛୁ । ଏସବୁ ଶୁଣି ମୋହନ କହିଲା -ମୁଁ ତାକୁ କେବେ ଦେଖିନି । ସେ ମୋ ସାମ୍ନାରେ ସବୁବେଳେ ଅଦୃଶ୍ୟ । ହେଲେ ସେ ବି ମୋ ପରି ଜଣେ ମଣିଷ । ପଶୁ କି ପକ୍ଷୀ ନୁହେଁ । ମୋହନର ମାଆ କହିଲେ - ସେ କାହିଁକି ତୋ ସାମ୍ନାରେ ଅଦୃଶ୍ୟ ରହେ ,ତୁ କଣ ବୁଝିପାରୁନା ? ମୋହନ କହିଲା - ନା , ବୋଧହୁଏ ସେ ମତେ ଲାଜ କରେ । 


ମୋହନର ବାପା ଘରଭିତରେ ରହି ଏସବୁ ଶୁଣୁଥିଲେ । ସଙ୍ଗେ ସଙ୍ଗେ ମୋହନ ପାଖକୁ ଆସି ଏକ କର୍କଶ ସ୍ୱରରେ କହିଲେ - ନା ସେ ଲାଜ କରେନି । ସେ ତୋ ସାମ୍ନାରେ ଅଦୃଶ୍ୟ ରହିବାର କାରଣ ତାର ବୁରଖା ।ସେ ମୁସଲମାନ ଝିଅ । ସେଥିପାଇଁ ସେ ସବୁବେଳେ ବୁରଖା ପିନ୍ଧି ବୁଲେ । ସେଇଟା ସେମାନଙ୍କ ଧର୍ମ । ମୁସଲମାନ ଝିଅମାନେ ସାଧାରଣତଃ ନିଜ ମୁହଁ ଆଉ ଦେହକୁ ଢାଙ୍କିବା ପାଇଁ ବୁରଖା ପିନ୍ଧନ୍ତି । ଆଉ ତୁ ହିନ୍ଦୁ ବ୍ରାହ୍ମଣ । ସେଥିପାଇଁ ଜଣେ ମୁସଲମାନ ଝିଅକୁ ବିବାହ କରିବା ନିୟମ ବାହାରେ । ମୋହନ ବୋହୁତ ପାଠ ପଢିଥିଲା ସତ କିନ୍ତୁ ସେ ହିନ୍ଦୁ ଆଉ ମୁସଲମାନ ମଧ୍ୟରେ ଥିବା ପାର୍ଥକ୍ୟ ସବୁ ଏପର୍ଯ୍ୟନ୍ତ ବୁଝିନଥିଲା । ସେ କେବଳ ଏତିକି ଜାଣିଥିଲା ଯେ ମଣିଷ ସମସ୍ତେ ସମାନ । ମଣିଷମାନଙ୍କର ଗୋଟିଏ ଜାତି । ମଣିଷ ଜାତି । ସେ ବହିରେ ମଧ୍ୟ ପଢ଼ିଛି ଯେ, ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ହେଲେ ଆଜି ଏ କି ସଂସ୍କାର କଥା ମାଆ ଆଉ ବାପା କହୁଛନ୍ତି । ଏଇଟା ସଂସ୍କାର ନା କୁସଂସ୍କାର !!


Rate this content
Log in