Sanuja Meghamala

Others

2  

Sanuja Meghamala

Others

ଅଭୁଲା ସଂପର୍କ

ଅଭୁଲା ସଂପର୍କ

4 mins
453


ଶୀତ ଦିନ ଆରମ୍ଭ ହେଲାଣି । କିନ୍ତୁ ସେମିତି ଥଣ୍ଡା ଅନୁଭୂତ ହେଇନି ଯାହା କେବଳ କୁହୁଡିର ପତଳା ଆସ୍ତରଣ । ଫରଚା ହେଲା ବେଳକୁ ଡେରି, ବଡ଼ ରାତି । ଶୀତ ବଦଳରେ ଟିକେ ଏପଟ ସେପଟ ହେଇ କାମ କଲେ ଝାଳ ବୋହି ପଡ଼ୁଚି । ସକାଳୁ ସକାଳୁ ଦେହଟା ମାନ୍ଦା ମାନ୍ଦା ଅଳସୁଆ ଲାଗୁଚି । ତଥାପି ମର୍ଣିଂ ୱାର୍କରେ ବାହାର । ସକାଳୁ ମର୍ଣିଂ ୱର୍କଟା ଗୋଟେ ଫ୍ୟାସନ ପରି ମୋତେ ଲାଗେ । ସମସ୍ତେ ସ୍ୱାସ୍ଥ୍ୟ ସଚେତନ ପୁଣି ଏତେ ରୋଗ କାହିଁକି?

ମୋତେ ଜମା ଯିବାକୁ ଇଚ୍ଛା ହୁଏନି, ହାଇ ବ୍ଲଡ଼ ପ୍ରେସର, ସୁଗର,କୋଲେଷ୍ଟ୍ରାଲ୍ ଥାଇରଏଡ଼, ତେଣୁ ବାଧ୍ୟ । ସକାଳୁ ଶୋଇଲେ କି ମଜା । ଆରାମର ଫଳ ବୋଧହୁଏ ଏତେ ସବୁ ରୋଗ । ସବୁ ଦିନ ପାର୍କରେ ସକାଳେ ଦି ରାଉଣ୍ଡ ଓ ଉପର ବେଳା ଦି ରାଉଣ୍ଡ, ରୁଟିନବନ୍ଧା ଜୀବନ । ବୟସ ବଢିବା ସହିତ ବଞ୍ଚିବାର ଆଗ୍ରହଟା ବୋଧହୁଏ ମୋର ବଢ଼ି ଯାଉଚି । ଯାହା ହେଉ ଆଜି କାଲି ଏଗୁଡା ଅଭ୍ୟାସ ହେଇଗଲଣି । ପାର୍କରେ ପତଳା ଛୁଆ ଗୁଡା ଦୌଡୁ ଥିବା ଦେଖି ନିଜ ପ୍ରୁଥୁଳକାୟ ଶରୀର ପାଇଁ ଟିକେ ଲାଜ ଲାଗେ, ଖରାପ୍ ବି !

 ଗୋଟେ ରାଉଣ୍ଡ ଚାଲି ସାରିଲା ପରେ ଟିକେ ବସି ପଡେ ରେଷ୍ଟ ନେଇ ପୁଣି ଚାଲେ । ଆଜି ବେଞ୍ଚରେ ବସିଲାବେଳକୁ ଦେଖିଲି ପଛ ପଟେ ଝିଅଟା କାନ୍ଦୁଚି ସନ୍ତର୍ପଣରେ ଦୁଇ ହାତ ପାପୁଲିକୁ ଗାଲ ପାଖେ ଛନ୍ଦି ଦେଇ, ନିରୀକ୍ଷଣ କରି ନ ଦେଖିଲେ ଜାଣି ହେଉନି । କୁହୁଡି ପଡିବାରୁ ଏତେ ସକାଳୁ ଭିଡ଼ ବି କମ୍ ଅଛି, ମୁଁ ଡରିଗଲି କିଛି ଅଘଟଣ ଘଟି ଗଲା କି ?

ମନଟା ସବୁବେଳେ ଏମିତି, ଆଗ ଖରାପ୍ କଥା ଭାବିବ ହିଁ ଭାବିବ । ଝିଅଟା ପରିଚିତ ଯଦିଓ ନଥିଲା ଅପରିଚିତ ବି ନୁହେଁ ରେଗୁଲାର ସକାଳୁ ଚାଲିବାର ସେଇଟା ବଡ଼ ଫାଇଦା ମୁହଁରେ ବହୁ ଲୋକଙ୍କ ସହିତ ପରିଚୟ, ଯଦିଓ କେହି କାହାର ନାଆଁ ବା ଠିକଣା ଜାଣି ନ ଥାଉ । "ଶୁଭ ସକାଳ " "ଆଜ୍ଞା ନମସ୍କାର" "ଭଲ ଅଛନ୍ତି "ରେ ବି ଗୋଟେ ମଧୁର ସଂପର୍କ । ସେଇ ଦୃଷ୍ଟିରୁ ଝିଅଟି ଚିହ୍ନା । ଝିଅଟି ପାଖକୁ ଯାଇ ପଚାରି ଦେଲି, କଣ ହେଲା ମା ' ଗୋଡ଼ ମକଚି ହେଇ ଗଲା କହି ତା ପାଖରେ ବସି ପଡିଲି । 

ମୁଣ୍ଡ ହଲେଇ ମନା କଲା । ଆଉ କିଏ କଣ କହିଲା ! କଣ ହେଇଛି କୁହ ! କାନ୍ଦୁଛ କି ? ଦେହ ଭଲ ଅଛି, ଘରେ ସବୁ ଠିକ୍ ତ ମା । ମୁଁ ତୁମ ମା ପରି ବୟସର, ମୋତେ ନିର୍ଭୟରେ କହି ପାରିବ । 

 ଝିଅଟି କାନ୍ଦ ବନ୍ଦ କରି ଖିଲି ଖିଲି ହସି ଦେଇ କହିଲା କିଛି ନାହିଁ ଆଣ୍ଟି ମନ ହାଲକା କରିବାକୁ ଏମିତି ମଝିରେ କାନ୍ଦି ଦିଏ । ଅଜବ ଝିଅ !ବାହାରେ କିଏ ଏମିତି କାନ୍ଦେ,ପୁଣି ବଡ଼ ପିଲାଟେ । ଗୋଟେ ବିଚିତ୍ର ପ୍ରାଣୀ ଭଳି ଲାଗିଲା । ମୁଁ କୋଉ ଛାଡ଼ିବା ଜନ୍ତୁ ! ପଚାରି ଦେଲି ମନଟା ପୁଣି ଭାରି କାହିଁକି ? କହି ଦେଲେ ଭଲ ଲାଗିବ । ମୋର ବି ତା ପ୍ରତି ଉତ୍କଣ୍ଠା ବଢ଼ିଗଲା । ଏଇ ପ୍ରକୃତି ପାଇଁ ଛୁଆ ମାନଙ୍କ ଠାରୁ ଗାଳି ଶୁଣିବା ଆଦତ୍ ହୋଇଗଲାଣି । ୟା ଭିତରେ ତା ନା ପଚାରି ବୁଝିଲି - ସୃଷ୍ଟି । ସୁନ୍ଦର ନାଆଁଟା ଠିକ୍ ଝିଅଟି ପରି । ସେ କହିବ... ନକହିବ... ଭିତରେ କହି ପକେଇଲା, ଆଣ୍ଟି ମୋର ଗୋଟେ ପିଲା ଦିନର ପୁଅ ସାଙ୍ଗ ଅଛି । ଆମେ ଏକାଠି ସ୍କୁଲରେ ପଢ଼ିଚୁ । କଲେଜ ଅଲଗା, ସରଭିସ୍ ବି ଅଲଗା କଂପାନୀରେ । । ଆମ ଉଭୟଙ୍କ ପରିବାର ବି ଜାଣନ୍ତି । ଆଜି ବି ଆମେ ବହୁତ୍ ଭଲ ସାଙ୍ଗ । ଏଇ କେତେ ଦିନ ହେଲା ସେ ମୋ ଫୋନ ଉଠାଉନି, ବା କୌଣସି ମେସେଜର ଉତ୍ତର ବି ନାହିଁ । ଦେହ ଖରାପ ଥିବ କି ବେଶୀ କାମର ଚାପ ଥିବ ଭାବି ଗତ କାଲି ତା ଅଫିସ ଯାଇଥିଲି, ମୋ ସହିତ ନ ଚିହ୍ନି ବାର ଅଭିନୟ କଲା, ବରଂ କଲିଗ୍ ମାନଙ୍କ ଆଗରେଏମିତି କହିଲା ଯେମିତି ତା ସହିତ ମୁଁ ଉପରେ ପଡ଼ି ସଂପର୍କ ରଖିବାକୁ ଚାହୁଁଚି । ଖରାପ୍ ଲାଗିଲା, ଅପମାନିତ ହେଲି । ଫେରିଆସିଲି । ମୋର କଣ କରିବା ଉଚିତ୍ ଜାଣି ପାରୁନି । ମାମା ଓ ପାପା ଙ୍କୁ କହିଲି, ସେମାନେ ଆଉ ସଂପର୍କ ନ ରଖିବାକୁ ଆଡ଼ଭାଇସ ଦେଇଛନ୍ତି । ଏହା ସମ୍ଭବ ନୁହେଁ ଅନ୍ତତଃ ମୋ ପକ୍ଷେ । ପିଲା ଦିନର ସାଙ୍ଗ । ମୁଁ ତାକୁ ବହୁତ ଭଲଭାବେ ଜାଣିଚି ସେ ସ୍ନେହୀ, ଉପକାରୀ, ଏବଂ ସମସ୍ତଙ୍କୁ ଆଦର କରେ । ବ୍ୟବହାର ତାର ବହୁତ ଭଲ ମୁଁ ତାର ପରିବର୍ତ୍ତନର କାରଣ ଖୋଜି ପାଉନି । ଆପଣ କୁହନ୍ତୁ ମୋର ଭୁଲ କେଉଁଠି? 

ସେମାନଙ୍କ ଭିତରର ସମ୍ପର୍କ କଣ ମୋତେ ଜଣା ନାହିଁ । 

ତଥାପି ଏତିକି କହିଦେଲି, ତାକୁ ଆଉ କେଉଁ ଝିଅ ପସନ୍ଦ ହେଇ ଯାଇଥିବ, ସେ କହି ପାରୁନି avoid କରୁଚି । 

ସେ ପୁଣି ହସିଲା ଧୋକା ଖାଇ ଗଲେନା । ମୋର ତା ସହିତ ସେମିତି କିଛି ସଂପର୍କ ହିଁ ନାହିଁ । ଆମେ ଛୋଟ ବେଳର ସାଙ୍ଗ । ସଂପର୍କ କେବଳ ବନ୍ଧୁତ୍ୱର । ଫରକ୍ ସେ ପୁଅ ଆଉ ମୁଁ ଝିଅ । ପୁଅ ଝିଅ କଣ ଭଲ ବନ୍ଧୁ ହୋଇ ପାରିବେନି ।  

ଖାଲି ବନ୍ଧୁ ଆମେ । 

 ମୋ ମୁଣ୍ଡଟା ଏବେ ଅଦ୍ଭୁତ ଭାବରେ କାମ କରିବା ଆରମ୍ଭ କଲା । ମୁଁ ତାକୁ ବୁଝେଇଲି, ତମକୁ ଯିଏ ସାଙ୍ଗ ପରି ଭଲ ପାଉଥିଲା, ତମେ ଜାଣି ପାରିନାହିଁ ସେ ଦୁଇ ପାଦ ଆଗେଇ ତମ ସହିତ ସାରା ଜୀବନ ହୁଏତ ଏକାଠି ରହି ବା ପାଇଁ ସ୍ଵପ୍ନ ଦେଖୁଚି । ମନ ଖୋଲି କହିପାରୁନାହିଁ । ମୁଁ ଭାବୁଚି ସେ ତମକୁ ବହୁତ ଭଲ ପାଏ । ତମ ପିଲାଳିଆମି ଆଗରେ ସାହସ କରି କହି ପାରୁନି । କିମ୍ବା ତମ ସଂପର୍କକୁ ନେଇ କେହି ପ୍ରଶ୍ନ? ଉଠେଇଥିବ, ଯେହେତୁ ତୁମେ ଝିଅଟେ କିଛି ବିପରୀତ ପରିସ୍ଥିତିର ସାମନା କରିବାକୁ ପଡ଼ିବ ତେଣୁ ବାଧ୍ୟ ହୋଇ ସେ ଦୁରେଇଯାଇଥିବ । ହେଇ ପାରେ ଆଉ କେହି ତା ଜୀବନରେ ଆସିଯାଇଥିବ । ତୁମେ ନ ଜାଣିଥିବା ଘଟଣାକୁ ନେଇ ବ୍ୟସ୍ତ ହୁଏନି ସମୟ ସବୁ ବେଳେ ସମାନ ଯାଏନି । ମନେ ରଖ ସୃଷ୍ଟି ଯଦି ସେ ତୁମକୁ ପ୍ରକୃତରେ ଭଲ ପାଉ ଥିବ, ତୁମ ସଂପର୍କକୁ ସମ୍ମାନ ଦେଉଥିବ ନିଶ୍ଚୟ ଫେରିବ, ଭୁଲି ବାକୁ ଚାଂହୁଥିବ ତୁମ ଠାରୁ ଦୁରେଇବାକୁ ଇଚ୍ଛା ଥିବ କାରଣ ଯାହା ହେଲେ ବି ସେ ଫେରିବନି । 

କାନ୍ଦିଲେ ସମୟ ବଦଳି ବନି । ବରଂ କଷ୍ଟ ବେଶୀ ହେବ । ଧୈର୍ଯ୍ୟର ସହିତ ସମୟକୁ ଅପେକ୍ଷା କର । ଅନ୍ୟ ଉପରେ ନୁହେଁ ନିଜ ଉପରେ ଭରସା ରଖ । ଯେ କୌଣସି ସମ୍ପର୍କ ପାରିବାରିକ ହେଉ, ପ୍ରେମ ହେଉ ବା ବନ୍ଧୁତ୍ୱର ହେଉ, ସବୁ

 ସମ୍ପର୍କ କେବଳ ବିଶ୍ୱାସ ଓ ଭରସା ଉପରେ ବଞ୍ଚି ରହେ ।  ଜୀବନରେ କେତେ ସଂପର୍କ ଗଢି ପୁଣି ଭାଙ୍ଗିବ । ଏ ତ ସୃଷ୍ଟିର ଚିରନ୍ତନ ସତ୍ୟ । ଆଗାମୀ ଦିନକୁ ଦୃଢ଼ତାର ସହିତ ସାମନା କରିବାକୁ ପ୍ରସ୍ତୁତ ରୁହ ତୁମେ ଦୁର୍ବଳ ନୁହଁ । 

  ସୃଷ୍ଟିକୁ ବୁଝେଇ କି ଫେରି ଆସିଲି ସିନା, ପ୍ରକୃତରେ ନିଜେ କିଛି ଉତ୍ତର ପାଉ ନ ଥିଲି । ଜୀବନ କେତେ ବେଳେ କେଉଁ ରୂପ ଦେଖେଇ ଦେବ କିଏ ଜାଣେ? ଝିଅଟିର କୋମଳ ମନରେ ନୀରବ ଆଘାତ ଲାଗିଥିବା ଅନୁମାନ କଲି । ସମ୍ପର୍କର ବିଭିନ୍ନ ରୂପକୁ ଚିହ୍ନିବା ସତରେ କଷ୍ଟ । ମୁଁ ଅନେକ ନିଜର ସମ୍ପର୍କ ହରେଇଚି । ସେଥି ପାଇଁ ବୋଧହୁଏ ସୃଷ୍ଟିକୁ ନ କହିଲେ ବି ତା ଯନ୍ତ୍ରଣା ମୁଁ ବୁଝି ପାରୁଚି । ସମ୍ପର୍କରେ ଫାଟ ହେଲେ କେତେ କଷ୍ଟ ହୁଏ । 

କାହା ମନ ତଳେ କେଉଁ ଗୋପନ କଥା ଚାପି ହୋଇ ରହିଛି ଜାଣିବା ଅସମ୍ଭବ । ତେବେ ଆଜି ପ୍ରଥମ ଥର ପାଇଁ ନିଜକୁ ପ୍ରଶ୍ନ କରୁଥିଲି ମୁଁ ହରେଇ ଦେଇଥିବା ସମସ୍ତ ସମ୍ପର୍କ କଣ  କେବଳ ମୋ ବିଶ୍ୱାସ ଓ ଭରସା ଅଭାବରୁ ନା ମୋତେ କେହି ବିଶ୍ବାସ ଓ ଭରସା କରି ପାରିନାହାଁନ୍ତି । 



Rate this content
Log in