Sunanda Mohanty

Others

3  

Sunanda Mohanty

Others

ଅଭିନୟ

ଅଭିନୟ

1 min
264



ମୁଁହରେ ରଙ୍ଗ ବୋଳି ରଙ୍ଗମହଲ ଯାତ୍ରାପାଟିରେ ରଙ୍ଗବତୀ ନାୟିକା ଭୂମିକାରେ ଅଭିନୟ କରୁ କରୁ ନାୟକ ପ୍ରେମରେ ପଡି ମାଆ ହେବା ପରେ ଅଭିନୟ ଜଗତରୁ ଫେରିବାର ଆଉ ବାଟନଥିଲା, ନାୟକ ଅଭିମନ୍ୟୁ ବିବାହିତ ଥିଲା, ତ କୋଳରେ ଝିଅ ଲିପ୍ସାକୁ ଧରି ଆଉ ଫେରିପାରିନଥିଲା ପଛକୁ, ଅଭିନୟକୁ ପାଥେୟ କରି ଲିପ୍ସାର ଭବିଷ୍ୟତକୁ ସରଳ ସାବଲୀଳ କରିବାକୁ ଆପ୍ରାଣ ଚେଷ୍ଟା କରି ଝିଅକୁ ହଷ୍ଟେଲରେ ରଖି ଉଚ୍ଚଶିକ୍ଷା ଦେଇଥିଲା,ହେଲେ ଝିଅର ପୋଷ୍ଟ ଗ୍ରାଜୁଏସନ ସରିବା ପାଖେଇ ଆସୁଥିଲା ବେଳେ, ସେ ଫିଲ୍ମରେ ପାର୍ଟ କରିବାକୁ ଆଗ୍ରହୀ ଶୁଣି ରଙ୍ଗବତୀର ଏତେ ଦିନର ଶ୍ରମ ଓ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲା l

  ସେଦିନ ପେଣ୍ଡାଲରେ ଗୌତମ ବୁଦ୍ଧଙ୍କ ଜୀବନୀ ଆଧାରିତ ନାଟକରେ ବୁଦ୍ଧଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବାକୁ ଥିଲା ତାର, ବୁଦ୍ଧରୁ ବୋଧିସତ୍ତ୍ୱ ହେବା ପରେ ବୁଦ୍ଧଙ୍କର ଲୁମ୍ବିନୀ ଆଗମନରେ ସ୍ତ୍ରୀ, ଯଶୋଧାରାଙ୍କର ପାଦ ତଳେ ପଡୁନଥିଲା, ବୁଦ୍ଧଙ୍କୁ ଏଥର ସେ ପଚାରିବେ ତାଙ୍କ ପରି ସ୍ତ୍ରୀ ଥାଉ ଥାଉ, ପୁତ୍ର ରାହୁଳଙ୍କୁ ଛାଡି ଚାଲି ଯିବାର ମାନେ କଣ? ହେଲେ ବୁଦ୍ଧଙ୍କ ଉପସ୍ଥିତି ଓ "ବୁଦ୍ଧମ୍ ଶରଣମ୍ ଗଛାମୀ"ର ଉଚ୍ଚାରଣ, ଯଶୋଧାରାଙ୍କ ସମସ୍ତ ଆଚରଣକୁ ନିୟନ୍ତ୍ରିତ କରିବା ଅଭିନୟରେ ରଙ୍ଗବତୀ ମଜ୍ଜି ହଜ୍ଜି ଯାଇଥିଲା ବେଳେ କେହି ଜଣେ ଖବର ଦେଲା ଝିଅ ଲିପ୍ସା ଆସିଛି, ଆଉ ସାଥିରେ ଫିଲ୍ମ ପ୍ରଡୁସର l

 ଅଭିନୟ ସାରି ବାସ୍ତବ ଦୁନିଆଁକୁ ଫେରି ରଙ୍ଗବତୀ ମୁଁହରୁ ରଙ୍ଗ ଛଡାଇବା ପ୍ରସ୍ତୁତି ବେଳେ ଝିଅ ଲିପ୍ସା ଯାହାକୁ ଧରି ପ୍ରବେଶ କଲା, ସେ ସେହି ଅଭିମନ୍ୟୁ ଥିଲେ, ଯିଏ ତା ସହ ପ୍ରତାରଣା କରି ଚାଲି ଯିବାପରେ, ଲିପ୍ସାକୁ ତାଙ୍କ ଠାରୁ ବହୁ ଦୂରରେ ରଖିବାର ଅପଚେଷ୍ଟା ଆଜି ରଙ୍ଗବତୀର ଧୂଳିସାତ, ପ୍ରଡୁସର ଅଭିମନ୍ୟୁ ଗଡ଼ନାୟକଙ୍କୁ ଲିପ୍ସା ଚିହ୍ନେଇ ଦେଇଥିଲେ ମାଆକୁ, ଆଉ ତାଙ୍କ ଆଗାମୀ ଫିଲ୍ମରେ ଲିପ୍ସାକୁ ହିରୋଇନ କରିବା ପ୍ରସ୍ତାବରେ ଲିପ୍ସାର ଆଗ୍ରହ ଓ ଖୁସି ତଥା ମାଆର ଅନୁମତିରେ ରଙ୍ଗବତୀ ପାଟିରୁ କେବଳ ବାହାରି ଆସୁଥିଲା ତିନି ଗୋଟି ଶବ୍ଦ, "ବୁଦ୍ଧମ ଶରଣମ ଗଛାମୀ "l



Rate this content
Log in