STORYMIRROR

Sunanda Mohanty

Others

2  

Sunanda Mohanty

Others

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

2 mins
39


ସେଦିନ କଥା ପକ୍କା ହେଳା ସ୍କୁଟି କିଣା ହେବ l ଖୁସିରେ ଶ୍ରୀମତୀ ସ୍ୱାମୀଙ୍କୁ କହିଥିଲେ, ଗୋଟେ କାମ କରିବ, ତୁମେ ବଜାରରୁ ଫେରିବା ବେଳେ ସିଧା ଉପରକୁ ନଆସି ମତେ ଡ଼ାକିବ ତ ମୁଁ ପ୍ରତିଦିନର ପେଜ ତୋରାଣୀ ମୁନ୍ଦାକ, ଗାଈ ପାଇଁ ଥିବା ନିର୍ଦ୍ଦିଷ୍ଟ କୁଣ୍ଡରେ ଢାଳିବା ସହ, ବଳକା ଖାଦ୍ୟ ପଦାର୍ଥ କୁକୁରଙ୍କୁ ଦେଇ ଆସିବି l ପ୍ରତିଦିନର ପେଜ ତାରାଣୀ ନଦେବାରୁ ଘର ଗନ୍ଧ ହେଉଛି, ଛୋଟ ଛୋଟ ପୋକ ମଧ୍ୟ ଉଡ଼ିବୁଲଉଛନ୍ତି, ତା ଛଡ଼ା ବାସି ଦେଇ ଲାଭ କଣ ?

 ଏକଥା ଶୁଣି ଖୁସି ହୋଇଗଲେ ସ୍ୱାମୀ, ଆଉ ରାତି ପ୍ରାୟେ ଆଠ ବେଳକୁ ତଳୁ ଥାଇ ଡାକପକେଇଲେ ଶ୍ରୀମତୀଙ୍କୁ l ଶ୍ରୀମତୀ ଜଣାଣ କରିବାଠୁ ଉଠି ଆସି ଧଡପଡ ହୋଇ ରୋଷେଇ ଘର ଟପି ପେଜ ବାଲଟି ନଉ ନଉ, ସାଂଘାତିକ କଚଡ଼ା ଖାଇ ପଡିଲେ l ନା କଥା କହିପାରୁଛନ୍ତି ନା ଉଠିପାରୁଛନ୍ତି, ସେଥିରେ ଡାହାଣ ଗୋଡ଼ ଧାରରେ ମାଡ ହୋଇ ପ୍ରାୟେ ଚାରି କି ପାଞ୍ଚ ଇଞ୍ଚର ଖଣ୍ଡିଆରୁ ଝରୁଛି ରକ୍ତ l

  ଉତ୍ତର ନପାଇ, କିଛି ସମୟ ପରେ ଉପରକୁ ସ୍ୱାମୀ ଆସି ଶ୍ରୀମତୀଙ୍କର ଏ ଅବସ୍ଥା ଦେଖି ଉଠେଇବେ କଣ, ତୁମ ଦ୍ୱାରା କିଛି ହେବନାହିଁ କହିବାରେ, ଶ୍ରୀମତୀଙ୍କ ମନ ହୃଦୟ ଭିତରେ ଆହତ ଓ ଅଭିମାନ, ପୁଣି ଯେବେ ସ୍ୱାମୀ କହୁଥିଲେ, ଏଥିରେ ସ୍କୁଟି କିଣି କେମିତି ଚଳେଇବ, ତ ଅପମାନ ଓ ଅଭିମାନ ରେ ଶ୍ରୀମତୀ ନିଜେ ଉଠି, ଆସ୍ତେ ଆସ୍ତେ ନିଜର ଉପଚାର ତଥା ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଉଥିଲେ l ଅଭିମାନରେ ରୋଷେଇ ବନ୍ଦ ସେଦିନ l ବଜାର ଯାଇ ରୁଟି ଡାଲମା ଆଣି ଯେତେ ଡାକିଲେ ବି ଶ୍ରୀମତୀ ଖାଈନଥିଲେ, ତ କଟା ଘାରେ ଚୂନ ଦେଲା ପରି ପୁଣି ସ୍ୱାମୀ ଯେବେ କହୁଥିଲେ ତୁମ ସ୍କୁଟି ବଦଳରେ ମତେ ହିଁ ସ୍କୁଟରଟିଏ କିଣିବାକୁ ପଡିବ, ତୁମକୁ ଅଫିସରେ ଛାଡ଼ିବା ପାଇଁ, ତ ଅଭିମାନ ଆହୁରି ବଢିଥିଲା ଶ୍ରୀମତୀଙ୍କର, ବାଇକ ଥାଉ ଥାଉ ସ୍କୁଟର କିଣିବି ବୋଲି କାହିଁକି କହୁଥିଲେ ସ୍ୱାମୀ ବୁଝି ହେଉନଥିଲା, ଅଭିମାନ ବଢ଼ୁଥିଲା ହେଲେ ପୁଣି ନିଜ ମନକୁ ବୁଝେଇ ପେଜ ତୋରାଣୀ ସଜାଡି ରଖୁଥିଲେ ଆଉ ସ୍ୱାମୀ ନେଇ ତଳେ ଦେଇଆସୁଥିଲେ ଗାଇଗୋରୁମାନଙ୍କୁ, ଶୀତରେ ଥଣ୍ଡା ଖାଦ୍ୟ ଦେବାରୁ ତାଙ୍କର ଏ ଅବସ୍ଥା ହେଲା ବୋଲି ଭାବୁ ଭାବୁ ଗରମ ପାଣି ମୁନ୍ଦେ ମିଶାଇ ଦେଉଥିଲେ ପେଜରେ ଆଉ ସ୍ୱାମୀ କହୁଥିଲେ ଗୋଡ଼ ଭଲ ହେଲାଣି l ସ୍କୁଟି କିଣିବାକୁ କେବେ ଯିବା?, ତଥାପି ଅଭିମାନରେ ଶ୍ରୀମତୀ କିଛି ଉତ୍ତର ନଦେଇ ଚାଲି ଯାଉଥିଲେ l



Rate this content
Log in